ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି ଜବାବ ମାଗିଥିଲେ। ଏହାର କିଛି ସମୟ ପରେ ବିଜେଡି ବିଧାୟକ ଅରୁଣ ସାହୁ, ଏହାର ଉତ୍ତର ରଖିଛନ୍ତି। ବିଧାୟକ ଅରୁଣ କହିଛନ୍ତି, ରେଲଓ୍ବେ ବିଭାଗରେ କ୍ୟାଣ୍ଟିନ ଅଛି, ସଂସଦରେ ବି କ୍ୟାଣ୍ଟିନ ଅଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି ତାହା ଗଣମାଧ୍ୟରେ ଦେଖାଯାଉଛି। ଭାଜପା ନେତାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହେଉଛି ସେତେବେଳେ ସେ ଶଙ୍ଖ ଭବନ କ୍ୟାଣ୍ଟିନ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇପାରିବେ।
ଭାଜପାର କିଛି କାମ ନାହିଁ, ଶସ୍ତା ରାଜନୀତି କରୁଛି। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନରେ ଖାଇବା କ’ଣ ଖରାପ କି ବୋଲି ଅରୁଣ ଓଲଟା ଭାଜପାକୁ ପ୍ରଶ୍ନ କରିଛନ୍ତି।

