Posted inଖେଳ

ଭାରତର ପରାଜୟ ପରେ ଫିଟିଲା ଗୁମର: ଗମ୍ଭୀରଙ୍କ କଥା ଣୁଣି ନ ଥିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମତ ଚୟନକର୍ତ୍ତାଙ୍କ ଶୁଣିନାହାନ୍ତି। ଚୟନକର୍ତ୍ତାମାନେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଧିକାଂଶ ଯୁବ ଖେଳାଳିଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ। ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ସମେତ ଅନେକ ଅଭିଜ୍ଞ ଖେଳାଳିଙ୍କ ନାମ ଦଳରୁ ବାଦ୍‌ ଥିଲା। ରିପୋର୍ଟରେ ଦର୍ଶାଯାଇଛି, ଗମ୍ଭୀର ଚାହୁଁଥିଲେ ଯେ ପୂଜାରାଙ୍କୁ ଟିମ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଉ, କିନ୍ତୁ ତାଙ୍କ ପ୍ରସ୍ତାବ ଗ୍ରହଣ କରାଯାଇ ନ ଥିଲା।
ଏକ ରିପୋର୍ଟ ଅନୁଯାୟୀ, ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପୂଜାରାଙ୍କୁ ଟିମ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯିବାକୁ ଗମ୍ଭୀର ଚାହୁଁଥିଲେ, କିନ୍ତୁ ଏହା ହୋଇ ନ ଥିଲା। ପୂଜାରାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଚୟନକର୍ତ୍ତା ଗମ୍ଭୀରଙ୍କ କଥା ଶୁଣି ନ ଥିଲେ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ପର୍ଥରେ ସିରିଜର ପ୍ରଥମ ଟେଷ୍ଟ ଜିତିବା ପରେ ମଧ୍ୟ ଗମ୍ଭୀର ପୂଜାରାଙ୍କ ବିଷୟରେ କହିଥିଲେ।

ସୂଚନାଯୋଗ୍ୟ,ପୂଜାରା ଟିମ ଇଣ୍ଡିଆ ପାଇଁ ୧୦୦ରୁ ଅଧିକ ଟେଷ୍ଟ ଖେଳିଛନ୍ତି। ସେ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଟିମ ଇଣ୍ଡିଆ ପାଇଁ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ପୂଜାରା ଉଭୟ ଇନିଂସରେ ୧୪ ଓ ୨୭ ରନ ସ୍କୋର କରିଥିଲେ।

୨୦୧୮-୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିରିଜରେ ପୂଜାରା ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ ୧୨୫୮ ବଲରେ ୫୨୧ ରନ ସଂଗ୍ରହ କରିଥିଲେ। ତା’ପରେ ୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିରିଜରେ ପୂଜାରା ୨୭୧ ରନ ସଂଗ୍ରହ କରିଥିଲେ। ସେ ପନ୍ତଙ୍କ ପରେ ସିରିଜରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

PM ମୋଦିଙ୍କୁ ଟାର୍ଗେଟ? ବେଙ୍ଗାଲୁରୁରେ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବିସ୍ଫୋରକ ସାମଗ୍ରୀ ମିଳିବା ପରେ ହଇଚଇ

ବେଙ୍ଗାଲୁରୁ,୧୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ଟ ଅଫ ଲିଭିଂ ସେଣ୍ଟର ଗସ୍ତ ପୂର୍ବରୁ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ପୋଲିସ ସୁରକ୍ଷା…

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

ମାନସିକ ଶାନ୍ତି ଚାହୁଁଛନ୍ତି କି…. ତେବେ ନିହାତି କରନ୍ତୁ ଏସବୁ…

କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ……

ବଦଳିବ ପୁରୁଣା ସରକାରୀ ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯୋଗାଇ ଦିଆଯିବ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ମୁମ୍ବାଇ,୧୦ା୫: ନୂଆଦିଲ୍ଲୀର ମହାରାଷ୍ଟ୍ର ସଦନରେ ବ୍ୟବହୃତ ପୁରୁଣା ସରକାରୀ ଗାଡ଼ି ବଦଳାଯିବା ସହ ନୂତନ ଗାଡ଼ି କିଣାକୁ ମହାରାଷ୍ଟ୍ର ସରକାର ଅନୁମୋଦନ କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ,…

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପିଏଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା, ଧନବାଦରେ….

ନୂଆଦିଲ୍ଲୀ,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ଧନବାଦ ସହିତ ଏକ ସମ୍ପର୍କ ସାମ୍ନାକୁ ଆସିଛି । ହତ୍ୟାକାରୀମାନେ ଅପରାଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri