Posted inଖେଳ

ଭାରତର ପରାଜୟ ପରେ କଟା ଘା’ରେ ଚୂନ ମାରିଲେ ଅଶ୍ୱିନ

ଚେନ୍ନାଇ,୩୦।୧୨: ମେଲବୋର୍ନରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ୧୮୪ ରନ୍‌ରେ ଟିମ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆର ମ୍ୟାଚ ଚାଲିଥିଲା ପୂର୍ବତନ ଭାରତୀୟ ସ୍ପିନର ଅଶ୍ୱିନ କଟା ଘା’ରେ ଚୂନ ମାରିବା ଆରମ୍ଭ କରିଥିଲେ।

ମେଲବୋର୍ନ ଟେଷ୍ଟରେ ଟିମ ଇଣ୍ଡିଆ ପରାଜୟର ପଥରେ ଥିବାବେଳେ ଅଶ୍ୱିନ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଏହା ପରେ ଅଶ୍ୱିନ ମଧ୍ୟ କିଛି ମିନିଟ ପରେ ଆଉ ଏକ ପୋଷ୍ଟ କରିଥିଲେ। ପୂର୍ବତନ ଭାରତୀୟ ସ୍ପିନରଙ୍କ ଏହି ପୋଷ୍ଟ ଟିମ ଇଣ୍ଡିଆର ଖରାପ ଫର୍ମ ଏବଂ ଦଳର ଅଧିନାୟକତ୍ୱ ସହିତ ଜଡିତ ଅଛି।
ଅଶ୍ୱିନ ପ୍ରଥମ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ କୌଣସି ଜିନିଷ ପାଇଁ ସଂକଳ୍ପ ନିଆଯାଏ, ସେତେବେଳେ ଭଲ ନେତାମାନେ ଉତ୍ପନ୍ନ ହୁଅନ୍ତି। ଏହି ପୋଷ୍ଟ ସକାଳ ୯.୪୯ରେ କରାଯାଇଥିଲା। ଏହାର କିଛି ସମୟ ପରେ ଅଶ୍ୱିନଙ୍କ ଦ୍ୱାରା ଆଉ ଏକ ପୋଷ୍ଟ କରାଯାଇଥିଲା ଏବଂ ଏଥିରେ ଲେଖାଥିଲା, ଏହି ଟୁଇଟ୍‌ ଯେଉଁମାନଙ୍କର ଫ୍ୟାନ କ୍ଲବ ଅଛି ସେମାନଙ୍କ ପାଇଁ ନୁହେଁ।
ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ଟିମ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତାଙ୍କୁ ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ପିଙ୍କ୍‌ ବଲ ଟେଷ୍ଟ ସିରିଜର ଏକାଦଶର ଅଂଶ କରାଯାଇଥିଲା। ଆଡିଲେଡରେ ଅଶ୍ୱିନ ଗୋଟିଏ ଉଇକେଟ ନେଇଥିଲେ। ଏହା ପରେ ଟିମ ଇଣ୍ଡିଆ ଗାବାରେ ସିରିଜର ତୃତୀୟ ଟେଷ୍ଟ ଖେଳିଥିଲା। ଗାବା ଟେଷ୍ଟରେ ଅଶ୍ୱିନ ଖେଳୁଥିବା ଏକାଦଶର ଅଂଶ ହୋଇନଥିଲେ। ଗାବା ଟେଷ୍ଟ ଶେଷ ହେବା ପରେ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

ରୋହିତ-ବିରାଟଙ୍କ ଟେଷ୍ଟ ଅବସର ପଛରେ କିଏ? ଗମ୍ଭୀରଙ୍କ ବଡ଼ ବୟାନ: ‘ଭୁଲ୍ ହୋଇଥାଇପାରେ’

କୋଲକାତା,୧୬।୩: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଷ୍ଟାର୍ ବ୍ୟାଟସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

IPL ୨୦୨୬ ଅଧିନାୟକ ତାଲିକା: ୨୪ ବର୍ଷୀୟ ଖେଳାଳିଙ୍କୁ ଅଧିନାୟକତ୍ୱ ଦେଲା ଏହି ଦଳ

ନୂଆଦିଲ୍ଲୀ,୧୬।୩: IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିଜିନ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ମ୍ୟାଚ ସହିତ…

ଯେତେ ଲଢିବା କଥା ଲଢନ୍ତୁ ଇରାନ, ଇସ୍ରାଏଲ, ଆମେରିକା: ଏଥିରୁ ରକ୍ଷା ପାଇବାର ରାସ୍ତା ପାଇଗଲା ଭାରତ

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ଗ୍ୟାସ ଅଭାବ ମଧ୍ୟରେ, ନୂଆଦିଲ୍ଲୀ ନିରନ୍ତର ପଦକ୍ଷେପ ନେଉଛି। ଆର୍ଥିକ ସଙ୍କଟର ଆଶଙ୍କା ମଧ୍ୟରେ ନରେନ୍ଦ୍ର ମୋଦି…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ, ଯୁଦ୍ଧ ମଝିରେ ଛାଡିଦେଲେ ହାତ, ଏବେ କରିବେ କ’ଣ?

ଓ୍ବାଶିଂଟନ୍‌,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଯୁଦ୍ଧଜାହାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri