Posted inଜାତୀୟ

ସ୍ବାଧୀନତା ପରେ ଦେଶରେ ୬ଗୁଣା ବଢ଼ିଛି ଭୋଟରଙ୍କ ସଂଖ୍ୟା, ୨୦୧୯ରେ ୩୦ କୋଟି ଭୋଟର ଦେଇ ନାହାନ୍ତି ଭୋଟ…

ନୂଆଦିଲ୍ଲୀ,୫।୨ : ସ୍ବାଧୀନତା ପରଠାରୁ ଦେଶରେ ଭୋଟରଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି। ଜାନୁଆରୀ ୧ ସୁଦ୍ଧା ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୯୪.୫୦କୋଟିକୁ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ୧୯୫୧ ମସିହାରେ ଦେଶର ମୋଟ ଭୋଟର ୧୭.୩୨ କୋଟି ଥିଲେ, ଯାହା ବର୍ତ୍ତମାନ ୯୪,୫୦,୨୫,୬୯୪କୁ ବୃଦ୍ଧି ପାଇଛି। ତେବେ ନିର୍ବାଚନ ଆୟୋଗଙ୍କ ପାଇଁ ଚିନ୍ତାର ବିଷୟ ଯେ ଗତ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ଏକ ତୃତୀୟାଂଶ ଭୋଟର ଅର୍ଥାତ୍‌ ୩୦ କୋଟି ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିନାହାଁନ୍ତି। ଏଭଳି ପରିସ୍ଥିତିରେ ଭୋଟରଙ୍କୁ ମତଦାନ ବୁଥକୁ ଆଣିବା ପାଇଁ ନିର୍ବାଚନ ଆୟୋଗଙ୍କୁ ବହୁ କଷ୍ଟ କରିବାକୁ ପଡିବ।
ପରିସଂଖ୍ୟାନ ଅନୁଯାୟୀ, ୧୯୫୧ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦେଶର ୪୫.୬୭ ପ୍ରତିଶତ ଭୋଟର ମତଦାନ କରିଥିଲେ। ସେବେଠାରୁ ଭୋଟରଙ୍କ ସଂଖ୍ୟା ଏବଂ ଭୋଟ ହାରରେ କ୍ରମାଗତ ବୃଦ୍ଧି ଘଟିଛି। ୧୯୫୭ର ସାଧାରଣ ନିର୍ବାଚନରେ ଦେଶର ମୋଟ ଭୋଟର ସଂଖ୍ୟା ୧୯.୩୭ କୋଟିକୁ ବୃଦ୍ଧି ପାଇଲେ ଏବଂ ୪୭ ପ୍ରତିଶତ ନିର୍ବାଚନ ସମୟରେ ଭୋଟ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୩୦ କୋଟି ଲୋକ ଭୋଟ ଦେଇନାହାଁନ୍ତି। ବିଶେଷକରି ସହରୀ ଭୋଟର, ଯୁବକ ଏବଂ ପ୍ରବାସୀ ଭୋଟରମାନେ ସେମାନଙ୍କର ମତଦାନ ହ୍ରାସ କରୁଛନ୍ତି ।

ପ୍ରବାସୀ ଭୋଟରଙ୍କ ନାମ ସେମାନଙ୍କ ଘରର ଭୋଟର ତାଲିକାରେ ଅଛି କିନ୍ତୁ ସେମାନେ ଅନ୍ୟ କେତେକ ସ୍ଥାନରେ କାମ କରନ୍ତି, ଯେଉଁ କାରଣରୁ ଅନେକ ଭୋଟର ସେମାନଙ୍କ ମତଦାନ ଅଧିକାରକୁ ବ୍ୟବହାର କରିପାରୁନାହାଁନ୍ତି। ଏହାର ମୁକାବିଲା ପାଇଁ ନିର୍ବାଚନ ଆୟୋଗ ରିମୋଟ ଭୋଟିଂ ଟେକ୍ନୋଲୋଜି ପ୍ରସ୍ତାବ ଦେଇଛି । କିନ୍ତୁ ଏଥିପାଇଁ ରାଜନୈତିକ ଅନୁମୋଦନ ଏବଂ ଆଇନଗତ ଢ଼ାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ ହେବ। ଚଳିତ ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଭୋଟରଙ୍କୁ ସେମାନଙ୍କ ମତଦାନ ଅଧିକାରକୁ ଯଥାସମ୍ଭବ ବ୍ୟବହାର କରିବାକୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ଆୟୋଗ ଅନେକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି।

୧୯୬୨ର ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ୫୦ ପ୍ରତିଶତ ଭୋଟର ମତଦାନ କରିଥିଲେ ଏବଂ ଏହି ସମୟ ମଧ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୨୧ କୋଟି ଅତିକ୍ରମ କରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ପଞ୍ଜୀକୃତ ଭୋଟରମାନଙ୍କ ସଂଖ୍ୟା ୭୧କୋଟିକୁ ବୃଦ୍ଧି ହୋଇଥିଲା ଏବଂ ୨୦୧୪ ରେ ଏହି ସଂଖ୍ୟା ୮୩ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୯ ରେ ମୋଟ ଭୋଟର ସଂଖ୍ୟା ୯୧ କୋଟି ଥିବାବେଳେ ୬୭ ପ୍ରତିଶତ ଭୋଟର ମତଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri