ଦିନରେ ବେପାରୀ, ରାତିରେ ଚୋରି: ଟାର୍ଗେଟରେ ତାଲା ପଡ଼ୁଥିବା ଘର

ଭୁବନେଶ୍ୱର,୨୯।୧୨(ସୂର୍ଯ୍ୟକାନ୍ତ ବେହେରା) : ବାହାର ରାଜ୍ୟରୁ ଆସି ବେପାର କରିବା ବାହାନାରେ ଗଢ଼ୁଛନ୍ତି ଅପରାଧୀ ଗ୍ୟାଙ୍ଗ୍‌। ନିଜ ସହଯୋଗୀ ଅପରାଧୀଙ୍କ ସମେତ ଓଡ଼ିଶାର ଅପରାଧୀଙ୍କୁ ମଧ୍ୟ ଗ୍ୟାଙ୍ଗ୍‌ରେ ସାମିଲ କରୁଛନ୍ତି। କେତେବେଳେ କବାଡ଼ିଆ ଦୋକାନୀ ତ ପୁଣି କେତେବେଳେ କମ୍ବଳ ବେପାରୀ ଭାବେ ପରିଚୟ ସୃଷ୍ଟି କରି ଟାର୍ଗେଟ ହାସଲ କରୁଛନ୍ତି। ଦିନରେ ବେପାର ନାଁରେ ତାଲା ପଡୁଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନକୁ ଚିହ୍ନଟ ପରେ ରାତିରେ ସେସବୁ ସ୍ଥାନରୁ ଚୋରି କରୁଛନ୍ତି। ଇତିମଧ୍ୟରେ ରାଜଧାନୀର ବିଭିନ୍ନ ଘର, ଦୋକାନ, ଆପାର୍ଟମେଣ୍ଟରୁ ଚୋରି କରି ନିଦ ହଜାଇଦେଇଥିବା ଏଭଳି ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗକୁ ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଧରିଛି। ଗ୍ୟାଙ୍ଗ୍‌ର ୫ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ର଼୍ୟାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ସତ୍ୟନଗରେ ରହୁଥିବା ପଶ୍ଚିମବଙ୍ଗ ମେଦିନାପୁରର ମାଷ୍ଟରମାଇଣ୍ଡ୍‌ ମୋମିମ ମଲ୍ଲିକ, ବଡଗଡ ଥାନା ଅଞ୍ଚଳରେ ରହୁଥିବା ଜଗତ୍‌ସିଂପୁରର କିଶୋର ମହାନ୍ତି, ଖଣ୍ଡଗିରିର ଏସ.କେ. ଔରଙ୍ଗଜେବ, ବାଲିଅନ୍ତାର ପ୍ରଭାତ ସାହୁ, ସାଲିଆ ସାହିରେ ରହୁଥିବା କେନ୍ଦ୍ରାପଡାର ଇକ୍‌ଲାକୁଲ ରେହମାନ। ସେମାନଙ୍କଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ନଗଦ ୫୦ ହଜାର ଟଙ୍କା, ୫ଟି ପାଣି ପମ୍ପ, ଆକ୍ୱାଗାର୍ଡ, ପିତ୍ତଳ ବାସନ, ମୋଟର ସାଇକେଲ ଆଦି ଜବତ କରାଯାଇଛି। ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁରେ ଡକାୟତି ମାମଲା ରହିଥିବାବେଳେ ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଅଞ୍ଚଳରୁ ଲୁଟ କରିବାରେ ବିଫଳ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗ୍‌ରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି, ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ତେବେ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ହୋଇଥିବା ଚୋରିରେ ଏମାନଙ୍କର ସମ୍ପୃକ୍ତି ରହିଛି। ଚୋରି ପରେ ତୁରନ୍ତ ସୁନା ଓ ରୂପା ଅଳଙ୍କାରକୁ ନିର୍ଦ୍ଦିଷ୍ଟ ଅଳଙ୍କାର ବ୍ୟବସାୟୀ ଓ କାରିଗରଙ୍କୁ କମ୍‌ ଦାମ୍‌ରେ ବିକ୍ରି କରିଦେଇଥାନ୍ତି। ତେବେ ଏମାନଙ୍କ ସହ କେଉଁ ଅଳଙ୍କାର ବ୍ୟବସାୟୀଙ୍କର ସମ୍ପୃକ୍ତି ରହିଛି ତାହା ଜାଣିବାକୁ ଅଧିକ ଖୋଳତାଡ଼ ଚଳାଇଛି ପୋଲିସ।
ନୟାପଲ୍ଲୀରେ ରହୁଥିବା ଅଭିମନ୍ୟୁ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ପଦକ୍ଷେପ ନେଇଛି। ସେ ଘରେ ନ ଥିବାବେଳେ କେହି ଦୁର୍ବୃତ୍ତ କବାଟ ଭାଙ୍ଗି ସୁନା, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିବା ସଂକ୍ରାନ୍ତରେ ଗତ ୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୬୦୩/୨୩) ରୁଜୁ କରି ସିସିଟିଭି


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri