ଭଉଣୀ, ଭାଇ ମିଶି କରିଥିଲେ ହତ୍ୟା: ଅଢ଼େଇ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ସ୍ବାମୀଙ୍କ କଙ୍କାଳ

ଝାରସୁଗୁଡ଼ା ଅଫିସ,୨୨।୧: ଦୀର୍ଘ ଅଢ଼େଇ ବର୍ଷ ପରେ ଡ୍ରାଇଭର ଡମ୍ବରୁଧର ପାତ୍ର(୩୯)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବନହରପାଲି ଥାନା ପୋଲିସ। ପୋଲିସ ବନ୍ଧବାହାଲ ଶାନ୍ତିନଗରସ୍ଥିତ ବାସଭବନ ପାଇଖାନା ଟାଙ୍କିରୁ ରବିବାର ଡମ୍ବରୁଧରଙ୍କ କଙ୍କାଳ ଜବତ କରିଛି। ଜବତ ବେଳେ ମାଜିଷ୍ଟ୍ରେଟ୍‌ ଭାବେ ଆସିଷ୍ଟାଣ୍ଟ କଲେକ୍ଟର ଦୀନବନ୍ଧୁ ପିଙ୍ଗୁଆ, ଆର୍‌ଆଇ ରୋଜାଲିନ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ତଦନ୍ତକାରୀ ଆଇଆଇସି ଆନ୍ନା ମିଞ୍ଜଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଦଫା ୩୦୨, ୨୦୧, ୩୪ ଆଇପିସିରେ ଏକ ହତ୍ୟା ମାମଲା(ନଂ.୧୦/୨୩) ରୁଜୁକରି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ମୃତ ଡ୍ରାଇଭରଙ୍କ ସ୍ତ୍ରୀ କେନ୍ଦୁଝର ପାଟଣା ଥାନା ବଡ଼ବିଲ ଗ୍ରାମର ଦମୟନ୍ତୀ ନାୟକ(୩୨) ଏବଂ ଶଳା ଲମ୍ବୋଦର ନାୟକ(୨୪)ଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ଏ ସମ୍ପର୍କରେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି, ଗତ ୨୦୨୦ ଜୁନ୍‌ ୧୬ରେ ଭଉଣୀ ଅମ୍ବିକା ପାତ୍ର ଭାଇ ଡମ୍ବରୁଧର ନିଖୋଜ ଥିବାନେଇ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବନହରପାଲି ଥାନା ପୋଲିସ ଏକ ନିଖୋଜ ମାମଲା(ନଂ.୬/୨୦) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଡମ୍ବରୁଧରଙ୍କ କୌଣସି ସନ୍ଧାନ ମିଳି ନ ଥିଲା ା ଏହି ଘଟଣାକୁ ଇତିମଧ୍ୟରେ ୨ ବର୍ଷ ୭ ମାସ ବିତିଯାଇଥିଲା। ପରେ ଏସ୍‌ପି ରାହୁଲ ଜୈନ ପୁରୁଣା ନିଖୋଜ ମାମଲାକୁ ନେଇ ଗତ କିଛି ମାସ ତଳେ ଏକ ସମୀକ୍ଷା କରିଥିଲେ। ଏଥିରେ ଡ୍ରାଇଭର ଡମ୍ବରୁଧରଙ୍କ ମାମଲାର ପୁନଃ ତଦନ୍ତ ପାଇଁ ଏସ୍‌ପି ଜୈନ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ବ୍ରଜରାଜନଗର ଏସ୍‌ଡିପିଓ ଭୋଇଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବନହରପାଲି ଥାନା ଆଇଆଇସି ଆନ୍ନା ମିଞ୍ଜ, ବେଲପାହାଡ଼ ଥାନା ଆଇଆଇସି ରଞ୍ଜନ କୁମାର ବିଶ୍ୱାଳ, ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁ ସାମିଲ ଥିଲେ। ପୋଲିସ ଟିମ୍‌ ନିଖୋଜ ଡ୍ରାଇଭରଙ୍କ ସ୍ତ୍ରୀ ଏବଂ ଶଳାଙ୍କ ଫୋନ୍‌ ନମ୍ବର ଟ୍ରାକିଂ କରିବା ପରେ କେତେକ ତଥ୍ୟ ମିଳିଥିଲା। ଏହି ଆଧାରରେ ପୋଲିସ ନିଖୋଜ ଡ୍ରାଇଭରଙ୍କ ସ୍ତ୍ରୀ ଓ ଶଳାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ା ବାରମ୍ବାର ଜେରା ପରେ ଭଉଣୀ, ଭାଇ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ।

ଏନେଇ ଦମୟନ୍ତୀ କହିଛନ୍ତି, ସ୍ବାମୀ ସବୁବେଳେ ଘରେ ମାରପିଟ୍‌ କରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ଭାଇଭଉଣୀ ମିଶି ଯୋଜନା ମୁତାବକ ଏକ ଗାମୁଛାରେ ତଣ୍ଟି ଚିପି ଡମ୍ବରୁଧରଙ୍କୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପକାଇ ପୋତି ଦେଇଥିଲେ।

ସୂଚନାଯୋଗ୍ୟ, ସ୍ତ୍ରୀ ଦମୟନ୍ତୀ ପୂର୍ବରୁ ମୟୂରଭଞ୍ଜର ଚନ୍ଦ୍ରମୋହନ ନାୟକଙ୍କୁ ପ୍ରଥମେ ବିବାହ କରିଥିଲେ । ତାଙ୍କର ୨ ପୁତ୍ରସନ୍ତାନ ଥିବା ବେଳେ ସ୍ବାମୀ କୁଆଡ଼େ ନିଖୋଜ ହୋଇଯାଇଥିଲେ। ପରେ ଡମ୍ବରୁଧରଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ। ଏଭଳି ସ୍ଥିତିରେ ସ୍ବାମୀ ଡମ୍ବରୁଧରଙ୍କ ନିଖୋଜ ମାମଲା ପୋଲିସ ଉନ୍ମୋଚନ କରିଥିବା ବେଳେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ଭାଇ ଦୁର୍ଗାଚରଣ ବନ୍ଧବାହାଲ ଫାଣ୍ଡିରେ ପହଞ୍ଚି ଭାଇଙ୍କ ନିଖୋଜକୁ ନେଇ ତଦନ୍ତ ଦାବି କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ଭାଇଙ୍କ ନିଖୋଜର ପରଦା ହଟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri