ଭଉଣୀ, ଭାଇ ମିଶି କରିଥିଲେ ହତ୍ୟା: ଅଢ଼େଇ ବର୍ଷ ପରେ ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ସ୍ବାମୀଙ୍କ କଙ୍କାଳ

ଝାରସୁଗୁଡ଼ା ଅଫିସ,୨୨।୧: ଦୀର୍ଘ ଅଢ଼େଇ ବର୍ଷ ପରେ ଡ୍ରାଇଭର ଡମ୍ବରୁଧର ପାତ୍ର(୩୯)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ବନହରପାଲି ଥାନା ପୋଲିସ। ପୋଲିସ ବନ୍ଧବାହାଲ ଶାନ୍ତିନଗରସ୍ଥିତ ବାସଭବନ ପାଇଖାନା ଟାଙ୍କିରୁ ରବିବାର ଡମ୍ବରୁଧରଙ୍କ କଙ୍କାଳ ଜବତ କରିଛି। ଜବତ ବେଳେ ମାଜିଷ୍ଟ୍ରେଟ୍‌ ଭାବେ ଆସିଷ୍ଟାଣ୍ଟ କଲେକ୍ଟର ଦୀନବନ୍ଧୁ ପିଙ୍ଗୁଆ, ଆର୍‌ଆଇ ରୋଜାଲିନ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ତଦନ୍ତକାରୀ ଆଇଆଇସି ଆନ୍ନା ମିଞ୍ଜଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଦଫା ୩୦୨, ୨୦୧, ୩୪ ଆଇପିସିରେ ଏକ ହତ୍ୟା ମାମଲା(ନଂ.୧୦/୨୩) ରୁଜୁକରି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ମୃତ ଡ୍ରାଇଭରଙ୍କ ସ୍ତ୍ରୀ କେନ୍ଦୁଝର ପାଟଣା ଥାନା ବଡ଼ବିଲ ଗ୍ରାମର ଦମୟନ୍ତୀ ନାୟକ(୩୨) ଏବଂ ଶଳା ଲମ୍ବୋଦର ନାୟକ(୨୪)ଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ଏ ସମ୍ପର୍କରେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ କହିଛନ୍ତି, ଗତ ୨୦୨୦ ଜୁନ୍‌ ୧୬ରେ ଭଉଣୀ ଅମ୍ବିକା ପାତ୍ର ଭାଇ ଡମ୍ବରୁଧର ନିଖୋଜ ଥିବାନେଇ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବନହରପାଲି ଥାନା ପୋଲିସ ଏକ ନିଖୋଜ ମାମଲା(ନଂ.୬/୨୦) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଡମ୍ବରୁଧରଙ୍କ କୌଣସି ସନ୍ଧାନ ମିଳି ନ ଥିଲା ା ଏହି ଘଟଣାକୁ ଇତିମଧ୍ୟରେ ୨ ବର୍ଷ ୭ ମାସ ବିତିଯାଇଥିଲା। ପରେ ଏସ୍‌ପି ରାହୁଲ ଜୈନ ପୁରୁଣା ନିଖୋଜ ମାମଲାକୁ ନେଇ ଗତ କିଛି ମାସ ତଳେ ଏକ ସମୀକ୍ଷା କରିଥିଲେ। ଏଥିରେ ଡ୍ରାଇଭର ଡମ୍ବରୁଧରଙ୍କ ମାମଲାର ପୁନଃ ତଦନ୍ତ ପାଇଁ ଏସ୍‌ପି ଜୈନ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ବ୍ରଜରାଜନଗର ଏସ୍‌ଡିପିଓ ଭୋଇଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ବନହରପାଲି ଥାନା ଆଇଆଇସି ଆନ୍ନା ମିଞ୍ଜ, ବେଲପାହାଡ଼ ଥାନା ଆଇଆଇସି ରଞ୍ଜନ କୁମାର ବିଶ୍ୱାଳ, ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁ ସାମିଲ ଥିଲେ। ପୋଲିସ ଟିମ୍‌ ନିଖୋଜ ଡ୍ରାଇଭରଙ୍କ ସ୍ତ୍ରୀ ଏବଂ ଶଳାଙ୍କ ଫୋନ୍‌ ନମ୍ବର ଟ୍ରାକିଂ କରିବା ପରେ କେତେକ ତଥ୍ୟ ମିଳିଥିଲା। ଏହି ଆଧାରରେ ପୋଲିସ ନିଖୋଜ ଡ୍ରାଇଭରଙ୍କ ସ୍ତ୍ରୀ ଓ ଶଳାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ା ବାରମ୍ବାର ଜେରା ପରେ ଭଉଣୀ, ଭାଇ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ।

ଏନେଇ ଦମୟନ୍ତୀ କହିଛନ୍ତି, ସ୍ବାମୀ ସବୁବେଳେ ଘରେ ମାରପିଟ୍‌ କରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ଭାଇଭଉଣୀ ମିଶି ଯୋଜନା ମୁତାବକ ଏକ ଗାମୁଛାରେ ତଣ୍ଟି ଚିପି ଡମ୍ବରୁଧରଙ୍କୁ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପକାଇ ପୋତି ଦେଇଥିଲେ।

ସୂଚନାଯୋଗ୍ୟ, ସ୍ତ୍ରୀ ଦମୟନ୍ତୀ ପୂର୍ବରୁ ମୟୂରଭଞ୍ଜର ଚନ୍ଦ୍ରମୋହନ ନାୟକଙ୍କୁ ପ୍ରଥମେ ବିବାହ କରିଥିଲେ । ତାଙ୍କର ୨ ପୁତ୍ରସନ୍ତାନ ଥିବା ବେଳେ ସ୍ବାମୀ କୁଆଡ଼େ ନିଖୋଜ ହୋଇଯାଇଥିଲେ। ପରେ ଡମ୍ବରୁଧରଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ। ଏଭଳି ସ୍ଥିତିରେ ସ୍ବାମୀ ଡମ୍ବରୁଧରଙ୍କ ନିଖୋଜ ମାମଲା ପୋଲିସ ଉନ୍ମୋଚନ କରିଥିବା ବେଳେ ମହିଳାଙ୍କ ପ୍ରଥମ ସ୍ବାମୀଙ୍କ ଭାଇ ଦୁର୍ଗାଚରଣ ବନ୍ଧବାହାଲ ଫାଣ୍ଡିରେ ପହଞ୍ଚି ଭାଇଙ୍କ ନିଖୋଜକୁ ନେଇ ତଦନ୍ତ ଦାବି କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରାଗଲେ ଭାଇଙ୍କ ନିଖୋଜର ପରଦା ହଟିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri