Posted inଫୁରସତ

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି ବାଧ୍ୟ ହୋଇଥାଏ। କେବେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ଅନେକ ଯୌତୁକ ଜୁଇରେ ଜଳିଥାନ୍ତି। ହେଲେ ଆଜିର ସମାଜରେ ଏଭଳି କିଛି ଲୋକ ଆଜି ବି ଅଛନ୍ତି, ଯିଏ ନିଜ ଝିଅପାଇଁ ପାହାଡ଼ ଭଳି ଛିଡ଼ା ହୋଇ ସମର୍ଥନ ଦେଇଥାନ୍ତି। ସବୁ ପରିସ୍ଥିତିରେ ତା ସହ ରହିଥାନ୍ତି। ଏଭଳି ଏକ ମାମଲା କାନପୁରରୁ ଆସିଛି, ଯେଉଁଠାରେ ଜଣେ ବାପା ଝିଅର ଛାଡ଼ପତ୍ର ପରେ ତାକୁ ବାଣ ଫୁଟାଇ, ବାଜା ବଜାଇ ଘରକୁ ପାଛୋଟି ଆଣିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନିରାଲା ନଗରରେ ରହୁଥିବା ଅନିଲ ସବିତା ବିଏସ୍‌ଏନ୍‌ଏଲ୍‌ର ଅବସରପ୍ରାପ୍ତ କର୍ମଚାରୀ। ୨୦୧୬ ଜାନୁଆରୀ ୩୧ରେ ସେ ନିଜର ଏକମାତ୍ର ଝିଅ ଉର୍ବିଙ୍କ ବିବାହ ଚେକରୀ ବିମାନନଗରରେ ରହୁଥିବା ଆଶିଷ ରଞ୍ଜନଙ୍କ ସହ କରିଥିଲେ। ଉର୍ବି ପେସାରେ ଜଣେ ଇଞ୍ଜିନିୟର ଥିଲେ। ସେ ଦିଲ୍ଲୀରେ ପାଲମ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ। ସେହିଭଳି ଆଶିଷ ମଧ୍ୟ ଇଞ୍ଜିନିୟର ଥିଲେ। ଦିଲ୍ଲୀରେ କାମ କରୁଥିଲେ। ଉଭୟ ଦିଲ୍ଲୀରେ ରହୁଥିଲେ ହେଁ ଆଶିଷଙ୍କ ପରିବାରଲୋକେ କାର୍‌ ଏବଂ ଫ୍ଲାଟ୍‌ ଦାବି କରୁଥିଲେ। ଏହାଛଡ଼ା ଉର୍ବିଙ୍କ ରଙ୍ଗକୁ ନେଇ ମଧ୍ୟ କଟାକ୍ଷ କରୁଥିଲେ। ଲଗାତାର ଭାବେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିବା ଦେଖି ସେ ବାପା ମଧ୍ୟ ତାଙ୍କୁ ଏକ ଫ୍ଲାଟ୍‌ କିଣି ଦେଇଥିଲେ। ହେଲେ ଉର୍ବିଙ୍କ ସ୍ବାମୀ ଆଶିଷ ଘରକୁ ନିଜ ନାମରେ କରିବାକୁ ଚାହୁଁଥିଲେ।

୨୦୧୯ରେ ଉର୍ବିଙ୍କ ଏକ ଝିଅ ହୋଇଥିଲା। ଏହାକୁ ନେଇ ସ୍ବାମୀ ଏବଂ ପରିବାରଲୋକେ କଟାକ୍ଷ କରୁଥିଲେ। କାରଣ ତାଙ୍କୁ ପୁଅ ଦରକାର ଥିଲା। ଏପରିକି ସେ ଉର୍ବି ଏବଂ ଝିଅଙ୍କଠାରୁ ଦୂରେଇ ଯାଇ ଅଲଗା ରହିଥିଲେ। ଫେବୃଆରୀ ୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହାପରେ ଗତ ରବିବାର ଉର୍ବିଙ୍କ ବାପା ନିଜର ସମ୍ପର୍କୀୟଙ୍କ ସହ ସମୁଦି ଘରେ ପହଞ୍ଚିଥିଲେ। ସେଠାରେ ସେ ଢ଼ୋଲ ବଜାଇ ନିଜ ଝିଅକୁ ଘରକୁ ଆଣି ଆସିଥିଲେ। ଉର୍ବି ଶାଶୁଘର ଫାଟକରେ ଓଢ଼ଣୀ ବାନ୍ଧିଥିଲେ। ଏପରିକି ଉର୍ବିଙ୍କ ଭାଇମାନେ ଆଶିଷଙ୍କ ଘରକୁ କେବେ ହେଲେ ଖୁସି ନ ଫେରୁ ବୋଲି ତାଙ୍କ ଘରର କାନ୍ଥରେ ଲେଖିଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଦୁନିଆର ପ୍ରତିଟି ବାପା ଯଦି ଝିଅକୁ ବୋଝ ନ ଭାବି ଏଭଳି କରନ୍ତି ତେବେ ଆଉ କେଉଁ ଝିଅର ଜୀବନ ଯିବ ନାହିଁ ବୋଲି ଅନେକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri