Posted inଫୁରସତ

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି ବାଧ୍ୟ ହୋଇଥାଏ। କେବେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ଅନେକ ଯୌତୁକ ଜୁଇରେ ଜଳିଥାନ୍ତି। ହେଲେ ଆଜିର ସମାଜରେ ଏଭଳି କିଛି ଲୋକ ଆଜି ବି ଅଛନ୍ତି, ଯିଏ ନିଜ ଝିଅପାଇଁ ପାହାଡ଼ ଭଳି ଛିଡ଼ା ହୋଇ ସମର୍ଥନ ଦେଇଥାନ୍ତି। ସବୁ ପରିସ୍ଥିତିରେ ତା ସହ ରହିଥାନ୍ତି। ଏଭଳି ଏକ ମାମଲା କାନପୁରରୁ ଆସିଛି, ଯେଉଁଠାରେ ଜଣେ ବାପା ଝିଅର ଛାଡ଼ପତ୍ର ପରେ ତାକୁ ବାଣ ଫୁଟାଇ, ବାଜା ବଜାଇ ଘରକୁ ପାଛୋଟି ଆଣିଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନିରାଲା ନଗରରେ ରହୁଥିବା ଅନିଲ ସବିତା ବିଏସ୍‌ଏନ୍‌ଏଲ୍‌ର ଅବସରପ୍ରାପ୍ତ କର୍ମଚାରୀ। ୨୦୧୬ ଜାନୁଆରୀ ୩୧ରେ ସେ ନିଜର ଏକମାତ୍ର ଝିଅ ଉର୍ବିଙ୍କ ବିବାହ ଚେକରୀ ବିମାନନଗରରେ ରହୁଥିବା ଆଶିଷ ରଞ୍ଜନଙ୍କ ସହ କରିଥିଲେ। ଉର୍ବି ପେସାରେ ଜଣେ ଇଞ୍ଜିନିୟର ଥିଲେ। ସେ ଦିଲ୍ଲୀରେ ପାଲମ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ। ସେହିଭଳି ଆଶିଷ ମଧ୍ୟ ଇଞ୍ଜିନିୟର ଥିଲେ। ଦିଲ୍ଲୀରେ କାମ କରୁଥିଲେ। ଉଭୟ ଦିଲ୍ଲୀରେ ରହୁଥିଲେ ହେଁ ଆଶିଷଙ୍କ ପରିବାରଲୋକେ କାର୍‌ ଏବଂ ଫ୍ଲାଟ୍‌ ଦାବି କରୁଥିଲେ। ଏହାଛଡ଼ା ଉର୍ବିଙ୍କ ରଙ୍ଗକୁ ନେଇ ମଧ୍ୟ କଟାକ୍ଷ କରୁଥିଲେ। ଲଗାତାର ଭାବେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିବା ଦେଖି ସେ ବାପା ମଧ୍ୟ ତାଙ୍କୁ ଏକ ଫ୍ଲାଟ୍‌ କିଣି ଦେଇଥିଲେ। ହେଲେ ଉର୍ବିଙ୍କ ସ୍ବାମୀ ଆଶିଷ ଘରକୁ ନିଜ ନାମରେ କରିବାକୁ ଚାହୁଁଥିଲେ।

୨୦୧୯ରେ ଉର୍ବିଙ୍କ ଏକ ଝିଅ ହୋଇଥିଲା। ଏହାକୁ ନେଇ ସ୍ବାମୀ ଏବଂ ପରିବାରଲୋକେ କଟାକ୍ଷ କରୁଥିଲେ। କାରଣ ତାଙ୍କୁ ପୁଅ ଦରକାର ଥିଲା। ଏପରିକି ସେ ଉର୍ବି ଏବଂ ଝିଅଙ୍କଠାରୁ ଦୂରେଇ ଯାଇ ଅଲଗା ରହିଥିଲେ। ଫେବୃଆରୀ ୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଏହାପରେ ଗତ ରବିବାର ଉର୍ବିଙ୍କ ବାପା ନିଜର ସମ୍ପର୍କୀୟଙ୍କ ସହ ସମୁଦି ଘରେ ପହଞ୍ଚିଥିଲେ। ସେଠାରେ ସେ ଢ଼ୋଲ ବଜାଇ ନିଜ ଝିଅକୁ ଘରକୁ ଆଣି ଆସିଥିଲେ। ଉର୍ବି ଶାଶୁଘର ଫାଟକରେ ଓଢ଼ଣୀ ବାନ୍ଧିଥିଲେ। ଏପରିକି ଉର୍ବିଙ୍କ ଭାଇମାନେ ଆଶିଷଙ୍କ ଘରକୁ କେବେ ହେଲେ ଖୁସି ନ ଫେରୁ ବୋଲି ତାଙ୍କ ଘରର କାନ୍ଥରେ ଲେଖିଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଦୁନିଆର ପ୍ରତିଟି ବାପା ଯଦି ଝିଅକୁ ବୋଝ ନ ଭାବି ଏଭଳି କରନ୍ତି ତେବେ ଆଉ କେଉଁ ଝିଅର ଜୀବନ ଯିବ ନାହିଁ ବୋଲି ଅନେକେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri