Posted inଜାତୀୟ

ଟିକେଟ୍‌ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍‌ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ କଟିଥିବାବେଳେ ଏଥିରେ ମଧ୍ୟପ୍ରଦେଶ ଭୋପାଳର ଏମପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ରହିଛି।
ଟିକେଟ୍‌ କାହିଁକି କଟିଲା ଗଣମାଧ୍ୟମର ପ୍ରଶ୍ନରେ ଭୋପାଳର ଭାଜପା ଏମପି ପ୍ରଜ୍ଞା ଠାକୁର ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ହୋଇପାରେ ଅତୀତରେ ମୋର କିଛି ଶଦ୍ଦ ମୋଦିଜୀଙ୍କୁ ପସନ୍ଦ ଆସିନାହିଁ। ସେଥିପାଇଁ ଆଖି ଯାଏଁ କ୍ଷମା କରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋତେ କେବେ କ୍ଷମା କରିବେ ନାହିଁ ମାତ୍ର ମୁଁ କ୍ଷମା ମାଗି ସାରିଛି। ମୋର ବୟାନକୁ ଢାଲ କରି ବିରୋଧୀ ମୋଦୀଜୀଙ୍କୁ ବିରୋଧୀ ଟାର୍ଗେଟ କରୁଥିଲେ ।
ପ୍ରଜ୍ଞା ଠାକୁର ଆହୁରି କହିଛନ୍ତି, ଏହା ସଂଗଠନର ନିର୍ଣ୍ଣୟ। ଏଥିରେ ଚିନ୍ତା କରିବା ଉଚିତ ନୁହେଁ । ମୁଁ ପୂର୍ବରୁ କେବେ ଟିକେଟ୍‌ ମାଗି ନ ଥିଲି ଏବଂ ଏବେ ବି ମାଗୁନାହିଁ।

ଭୋପାଳ ଆସନରୁ ଦଳ ଆଲୋକ ଶର୍ମା ଙ୍କୁ ଟିକେଟ ଦେଇଛି। ପାର୍ଟି ମଧ୍ୟ ପ୍ରଦେଶର ୨୯ ସିଟରୁ ୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ରାଜ୍ୟର ଦୁଇ ଏମପି ଭୋପାଳରୁ ପ୍ରଜ୍ଞା ଠାକୁର ଓ ଗୁନାରୁ କେପି ଶର୍ମାଙ୍କ ଟିକେଟ କଟିଛି। ଗୁନାରୁ ଦଳ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସର ଆହ୍ବାନ

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ବରଙ୍ଗା ତୋଟାଠାରେ ଥୁଆମୂଳ ରାମପୁର ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ସ୍ବିଜରଲ୍ୟାଣ୍ଡ ବୈଠକ ଶେଷ: ହର୍ମୁଜରେ ହଟିଲା ଅବରୋଧ, ସମ୍ପତ୍ତି ଫ୍ରିଜ ଆରମ୍ଭ, ହେଲେ ଏବେବି ବାକି ଅଛି…

ତେହରାନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ବୈଠକ ଶେଷ ହୋଇଛି। ଇରାନ ବୈଠକ ଶେଷ ହେବାର ଘୋଷଣା କରିଛି ଏବଂ ସମାଧାନ ହୋଇଥିବା ସମସ୍ୟାଗୁଡ଼ିକୁ ଉଲ୍ଲେଖ…

ତୁର୍କୀରେ ଇତିହାସ ରଚିଲେ କଳାହାଣ୍ଡି ପୁଅ ଆକାଶ, ଭାରତ ପାଇଁ ଆଣିଲେ…

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ତୁର୍କୀ ଦେଶର ମରସିନ ସହରରେ ଗତ ୧୮ରୁ ଚାଲିଥିବା ଓ୍ବାଲର୍‌ଡ ଆବିଲିଟିସ୍ପୋର୍ଟ ୟୁଥ୍‌ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ…

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri