ଚାଇନାର ସମର୍ଥନ ପରେ ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାର ଆଇଏମଏଫ ସହାୟତା…

କଲମ୍ବୋ,୮।୩ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ୨.୯ ବିଲିୟନ ଡ଼ଲାରର ଏକ ସର୍ତ୍ତମୂଳକ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ୟାକେଜ ପ୍ରଦାନ ପାଇଁ ସବୁଜ ସଙ୍କେତ ମିଳିଛି। ଏହା ହାସଲ କରିବା ପାଇଁ ସବୁଠୁ ବଡ ପ୍ରତିବନ୍ଧକକୁ ଭାଙ୍ଗି ଚାଇନା ଶ୍ରୀଲଙ୍କାକୁ ଋଣ ପ୍ରଦାନ ପୁନର୍ନିର୍ମାଣରେ ସାହାଯ୍ୟ କରିବ ବୋଲି ନିଶ୍ଚିତ କରିଛି।
ଚାଇନାର ସମର୍ଥନ ପରେ ଶ୍ରୀଲଙ୍କାକୁ ଆଇଏମଏଫ ସହାୟତା ଏବେ ସହଜ ହୋଇଛି।

ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ମଙ୍ଗଳବାର ସଂସଦକୁ ସୂଚନା ଦେଇଛନ୍ତି ଯେ ସରକାର ସୋମବାର ରାତିରେ ଚାଇନାର ଏକ୍ସମ ବ୍ୟାଙ୍କରୁ ଏକ ଏନେଇ ଏକ ନିଶ୍ଚିତ ପତ୍ର ଗ୍ରହଣ କରିଛନ୍ତି, ଯାହା ତୁରନ୍ତ ଆଇଏମଏଫକୁ ପଠାଯାଇଥିଲା। ଫାଇନାନ୍ସ ପୋର୍ଟଫୋଲିଓ ରଖିଥିବାବିକ୍ରମସିଂଘେ ନିଶ୍ଚିତ କରିଛନ୍ତି ଯେ ଆଇଏମଏଫ ଚୁକ୍ତି ହେବା ପରେ ସରକାରଙ୍କ ଭବିଷ୍ୟତ ଯୋଜନା ଏବଂ ରୋଡ ମ୍ୟାପ ଡ୍ରାଫ୍ଟ ସହିତ ସଂସଦରେ ଏହି ଚୁକ୍ତି ହେବ।

ଶ୍ରୀଲଙ୍କା ହେଉଛି ଚାଇନାର ସବୁଠାରୁ ବଡ ଋଣଗ୍ରହିତା। ଏହାର୫୨ ପ୍ରତିଶତ ଋଣ ଚାଇନାରୁ ଆସିଛି। ଶ୍ରୀଲଙ୍କାକୁ ଆଇଏମଏଫ ତରଫରୁ ମିଳିବାକୁଥିବା ବେଲ ଆଉଟ ପ୍ୟାକେଜ ପାଇଁ ଏକ ବାଧା ସୃଷ୍ଟି ହୋଇଥିଲା। ଜାନୁଆରୀରେ ଶ୍ରୀଲଙ୍କାରେ ଆମେରିକାର ରାଷ୍ଟ୍ରଦୂତ ଜୁଲି ଚୁଙ୍ଗ ଚାଇନାକୁ ଲୁଟେରା ନ ହେବାକୁ ଅନୁରୋଧ କରିଥିଲେ ଏବଂ ବେଲ ଆଉଟ ପ୍ୟାକେଜ ପାଇବା ପାଇଁ ଆଇଏମଏଫ ସର୍ତ୍ତରେ ପହଞ୍ଚିବା ପାଇଁ ଶ୍ରୀଲଙ୍କାର ଉଦ୍ୟମକୁ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri