ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର ରାତିରେ ଗୋଟିଏ ବୋଲେରୋ ୨ ଗୋଟି ବାଇକ୍ ଚୋରି ଘଟଣା ପରେ ମଙ୍ଗଳବାର ପୁନଃ ଏକ ଏପି ୪୦ ଏଭି ୮୨୦୬ ନମ୍ବର୍ ବିଶିଷ୍ଟ ସୁଜୁକି ଏକ୍ସ୍ ଏକ୍ସ ସ୍କୁଟି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଚୋରୀ ସମ୍ପର୍କରେ ସ୍କୁଟି ମାଲିକ ପି ସାଇକୁମାରଙ୍କ ଏତଲା ପ୍ରକାରେ ପାଡୁଆ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ଅଶୋକ ବିଶୋଇ ସୂଚନା ଦେଇଛନ୍ତି । ଅନ୍ୟପଟେ ନନ୍ଦପୁର ବ୍ଲକର ବ୍ୟବସାୟିକ କ୍ଷେତ୍ର ଭାବେ ପରିଚିତ ପାଡୁଆ ବଜାରରେ ସିସି ଟିଭି ଓ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିଙ୍କ ରାଜୁତି ଚାଲୁଛି। ଏଭଳି ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: padua police