ଭାଜପାର ବଡ଼ ବିଜୟ ପରେ ଆସିଲା ଜୟ ଢୋଲକିଆଙ୍କ ବୟାନ, ବିରୋଧୀଙ୍କୁ କହିଲେ ଏମିତି…

ଭୁବନେଶ୍ୱର,୧୫।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ବିଜୟକୁ ନେଇ ଜୟ ଢୋଲକିଆଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜୟ କହିଛନ୍ତି, ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ଏବଂ ବିକାଶର ବିଜୟ। ଭାରତୀୟ ଜନତା ପାର୍ଟିର ବିଜୟ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିଜୟ। ଆମର ଏତେ ବଡ଼ ବିଜୟକୁ ବିରୋଧୀ ହଜମ କରିପାରୁନାହାନ୍ତି। ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ରଖି ଯେଉଁମାନେ ଶ୍ରେୟ ନେବାକୁ ଚାହୁଁଥିଲେ, ସେମାନଙ୍କୁ କଡ଼ା ଜବାବ ମିଳିଛି ବୋଲି ଜୟ କହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ା ବିଜୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସରକାରଙ୍କ ନୀତି, ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି। ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିକାଶକୁ ସମର୍ଥନ କରି ଲୋକେ ଭାଜପାକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଦେଶରେ ମୋଦିଙ୍କ ନେତୃତ୍ୱ ବିକାଶର ଏକମାତ୍ରା ପରିଭାଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Dharitri – The Largest & Most Trusted Odia Daily

Share
Tags: odisha