ଅମରଙ୍କ ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ଘଡାଇ, ନବୀନଙ୍କୁ ଟାର୍ଗେଟ କରି କହିଦେଲେ ଏତେ ବଡ଼କଥା!

ଭୁବନେଶ୍ୱର,୧୮।୧୦: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜିତ ହୋଇଛି ବିଜେଡି। ଓଡ଼ିଶାରୁ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଏବେ ଅନ୍ତ କନ୍ଦଳ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ଜଣେ ପରେ ଜଣେ ନେତା ଦଳ ପରାଜୟ ବିଷୟରେ ଗଣମାଧ୍ୟମରେ ଖୋଲାଖୋଲି କହି ଭିତରି କଥାକୁ ପଦାରେ ପକାଛନ୍ତି। ତେବେ ବିଜେଡି ନେତା ଅମର ଶତପଥରଙ୍କ ପରେ ଏବେ ଦଳର ଦୁଇ ବରିଷ୍ଠ ନେତା ମୁହଁ ଖୋଲିଛନ୍ତି।
ଦୁଇ ବରିଷ୍ଠ ନେତା ପଦ୍ମନାଭ ବେହେରା ଓ ପ୍ରଫୁଲ୍ଲ ଘଡାଇ ବିଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଏକ ଶୃଙ୍ଖଳିତ ଦଳ ଭାବେ ପରିଚିତ ଥିଲା ବିଜେଡି। ହେଲେ ପରାଜୟ ପରେ ସେହି ଶୃଙ୍ଖଳା, ଏବେ ବିଶୃଙ୍ଖଳାରେ ପରିଣତ ହୋଇଛି। ଜୁନିୟର ହୁଅନ୍ତୁ କି ସିନିୟର, ସବୁ ନେତା ମୁହଁ ଖୋଲିବା ଆରମ୍ଭ କରିଦେଲେଣି।

ପଦ୍ମନାଭ କହିଛନ୍ତି, ଆମେ ନିର୍ବାଚନ ଇସ୍ତାହାର କମିଟିରେ ଥିଲୁ। ଅନେକ ପ୍ରସ୍ତାବ ଦେଲୁ। ହେଲେ କିଛି ପ୍ରସ୍ତାବ ଗ୍ରହଣ ହେଲାନି, ଅଳ୍ପ କିଛି ଗ୍ରହଣ ହେଲା। ଭାଜପାର ଇସ୍ତାହାରକୁ ଲୋକେ ଅଧିକ ଗ୍ରହଣ କଲେ। ବିଜେଡି ଇସ୍ତାହାରକୁ ଗ୍ରହଣ କଲେନି। ଆଉ ବରିଷ୍ଠ ନେତାଙ୍କୁ ଗୁରୁତ୍ୱ ଦେବା କଥା ସୁପ୍ରିମୋଙ୍କ ଅବଗତ କରାଇଛୁ। ସେପଟେ ପ୍ରଫୁଲ୍ଲ ଘଡାଇ କହିଛନ୍ତି, ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା ଦାୟିତ୍ୱ ଭଳି ଅନେକ କାରଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri