ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ ଏବଂ ମ୍ୟାନେଜମେଣ୍ଟ୍‌ କଣ୍ଟ୍ରୋଲ ହସ୍ତାନ୍ତର କରିବା ଲାଗି ଫାଇନାନ୍ସିଆଲ ବିଡ୍‌ ହାସଲ ହୋଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୁଞ୍ଜି ବିନିଯୋଗ ଏବଂ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି ଯେ, ସିଇଏଲ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନା ବଦ୍ଧ ଭାବେ ରଣନୀତି ପ୍ରସ୍ତୁତ ହୋଇଛି।
ତେବେ ସିଇଏଲ୍‌କୁ କିଣିବାକୁ ଆଗ୍ରହୀ ଥିବା କମ୍ପାନୀ ପାଖରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୫୦ କୋଟିର ନିଟ୍‌ ଓ୍ବର୍ଥ ରହିଥିବା ଆବଶ୍ୟକ। ଆସନ୍ତା ୩ ବର୍ଷ ପାଇଁ ସମ୍ପୃକ୍ତ କମ୍ପାନୀ ସିଇଏଲ୍‌ର ଅଂଶଧନ ଅନ୍ୟ କାହାକୁ ବିକ୍ରି କରି ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।

ସିଇଏଲ୍‌ କେନ୍ଦ୍ର ସରକାରଙ୍କ ଇଞ୍ଜିନିୟରିଂ କମ୍ପାନୀ। ଏହା ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ସାହିବାବାଦରେ ଅବସ୍ଥିତ। ଏହି କମ୍ପାନୀ ସୋଲାର ଫଟୋ ଭୋଲଟେଇକ୍ସ୍‌, ଫିରାଇଟ୍ସ୍‌, ପିଜୋ ସେରାମିକ୍ସ୍‌ ଆଦି ନିର୍ମାଣ କରିଥାଏ। ୧୯୭୭ରେ ପ୍ରଥମ କରି ସିଇଏଲ୍‌ ଭାରତରେ ସୋଲାର ସେଲ୍‌ ବିକଶିତ କରିଥିବାବେଳେ ୧୯୭୮ରେ ସୋଲାର ପ୍ୟାନେଲ୍‌ ନିର୍ମାଣ କରିଥିଲା।

ସେହିପରି ୧୯୯୨ରେ ସିଇଏଲ୍‌ ପକ୍ଷରୁ ଦେଶରେ ପ୍ରଥମ ସୋଲାର ପ୍ଲାଣ୍ଟ୍‌ ସ୍ଥାପନ କରାଯାଇଥିଲା। ସେହିପରି ୨୦୧୫ରେ ସିଇଏଲ୍‌ ପକ୍ଷରୁ ପ୍ରଥମେ କ୍ରିଷ୍ଟାଲାଇନ୍‌ ଫ୍ଲେକ୍ସିବୁଲ୍‌ ସୋଲା ପ୍ୟାନେଲ ବିକଶିତ କରାଯାଇଥିଲା। ଏହି ପ୍ୟାନେଳକୁ ଟ୍ରେନ୍‌ର ଛାତରେ ସ୍ଥାପନା କରାଯାଇ ଥାଏ। ସିଇଏଲ୍‌ ଲଗାତାର କ୍ଷତିରେ ଚାଲୁଥିବାରୁ ସରକାର ଏହାକୁ ବିକ୍ରି କରିବାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି...

ବଢୁଛି ସୁନା ଚାହିଦା

ଭୁବନେଶ୍ୱର,୧୪ା୨: ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ହାର ବଢିବା ପରେ ସୁନାର ଦାମ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ...

ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ...

ଲେଜି ପେ-କ୍ରିଡିଟ୍‌ ବି-ବୁଡି ଲୋନ ଉପରୁ ହଟିଲା ପ୍ରତିବନ୍ଧକ…

ନୂଆଦିଲ୍ଲୀ,୧୨।୨ : ଭାରତ ସରକାର କେତେକ ଋଣ ଆପ କମ୍ପାନୀ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚାଇନ ସହିତ ଲିଙ୍କ୍‌ ଥିବା ଅଭିଯୋଗ ପରେ...

ଫୋର୍ବସ ଭାରତୀୟ ଧନୀ ତାଲିକା ଶୀର୍ଷରେ ମୁକେଶ

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ପ୍ରକାଶିତ ୧୦୦ ଭାରତୀୟ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୀର୍ଷରେ ରହିଛନ୍ତି। ଲଗାତର ୧୩ ବର୍ଷ ଲାଗି...

ଆଜିଠାରୁ ଦିଲ୍ଲୀରୁ ‘ଶ୍ରୀଜଗନ୍ନାଥ ଯାତ୍ରା’

ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ସୁଧ ଛାଡ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ସବୁ ବର୍ଗର ଋଣ ଉପରେ ସୁଧ ଛାଡ ପ୍ରସଙ୍ଗରେ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିକଟରେ ପକ୍ଷ ରଖିଛନ୍ତି। ସବୁ ବର୍ଗର ଋଣ ଏବଂ...

Advertisement
Archives

Model This Week