ଏୟାର ଇଣ୍ଡିଆ ପରେ ଏବେ ସିଇଏଲ୍‌ ପାଳି…

ନୂଆଦିଲ୍ଲୀ,୧୩।୧୦: ଏୟାର ଇଣ୍ଡିଆ ବିକ୍ରି ପରେ ଏବେ ସେଣ୍ଟ୍ରାଲ ଇଲୋକ୍ଟ୍ରୋନିକ୍ସ୍‌ ଲିମିଟେଡ୍‌ (ସିଇଏଲ୍‌) ବିକ୍ରି ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ସିଇଏଲ୍‌ର ଶତ ପ୍ରତିଶତ ଅଂଶଧନ ଏବଂ ମ୍ୟାନେଜମେଣ୍ଟ୍‌ କଣ୍ଟ୍ରୋଲ ହସ୍ତାନ୍ତର କରିବା ଲାଗି ଫାଇନାନ୍ସିଆଲ ବିଡ୍‌ ହାସଲ ହୋଇଛି। ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ପୁଞ୍ଜି ବିନିଯୋଗ ଏବଂ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ) ସଚିବ ତୁହିନ କାନ୍ତ ପାଣ୍ଡେ କହିଛନ୍ତି ଯେ, ସିଇଏଲ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନା ବଦ୍ଧ ଭାବେ ରଣନୀତି ପ୍ରସ୍ତୁତ ହୋଇଛି।
ତେବେ ସିଇଏଲ୍‌କୁ କିଣିବାକୁ ଆଗ୍ରହୀ ଥିବା କମ୍ପାନୀ ପାଖରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୫୦ କୋଟିର ନିଟ୍‌ ଓ୍ବର୍ଥ ରହିଥିବା ଆବଶ୍ୟକ। ଆସନ୍ତା ୩ ବର୍ଷ ପାଇଁ ସମ୍ପୃକ୍ତ କମ୍ପାନୀ ସିଇଏଲ୍‌ର ଅଂଶଧନ ଅନ୍ୟ କାହାକୁ ବିକ୍ରି କରି ପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।

ସିଇଏଲ୍‌ କେନ୍ଦ୍ର ସରକାରଙ୍କ ଇଞ୍ଜିନିୟରିଂ କମ୍ପାନୀ। ଏହା ଉତ୍ତରପ୍ରଦେଶର ଗାଜିଆବାଦ ଜିଲାର ସାହିବାବାଦରେ ଅବସ୍ଥିତ। ଏହି କମ୍ପାନୀ ସୋଲାର ଫଟୋ ଭୋଲଟେଇକ୍ସ୍‌, ଫିରାଇଟ୍ସ୍‌, ପିଜୋ ସେରାମିକ୍ସ୍‌ ଆଦି ନିର୍ମାଣ କରିଥାଏ। ୧୯୭୭ରେ ପ୍ରଥମ କରି ସିଇଏଲ୍‌ ଭାରତରେ ସୋଲାର ସେଲ୍‌ ବିକଶିତ କରିଥିବାବେଳେ ୧୯୭୮ରେ ସୋଲାର ପ୍ୟାନେଲ୍‌ ନିର୍ମାଣ କରିଥିଲା।

ସେହିପରି ୧୯୯୨ରେ ସିଇଏଲ୍‌ ପକ୍ଷରୁ ଦେଶରେ ପ୍ରଥମ ସୋଲାର ପ୍ଲାଣ୍ଟ୍‌ ସ୍ଥାପନ କରାଯାଇଥିଲା। ସେହିପରି ୨୦୧୫ରେ ସିଇଏଲ୍‌ ପକ୍ଷରୁ ପ୍ରଥମେ କ୍ରିଷ୍ଟାଲାଇନ୍‌ ଫ୍ଲେକ୍ସିବୁଲ୍‌ ସୋଲା ପ୍ୟାନେଲ ବିକଶିତ କରାଯାଇଥିଲା। ଏହି ପ୍ୟାନେଳକୁ ଟ୍ରେନ୍‌ର ଛାତରେ ସ୍ଥାପନା କରାଯାଇ ଥାଏ। ସିଇଏଲ୍‌ ଲଗାତାର କ୍ଷତିରେ ଚାଲୁଥିବାରୁ ସରକାର ଏହାକୁ ବିକ୍ରି କରିବାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri