ପୁରୁଷୋତ୍ତମପୁର ପଞ୍ଚାୟତସମିତି ବୈଠକ: ଉଠିଲା ଐତିହାସିକ ଜଉଗଡ଼ର ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଏମ୍‌ପିଙ୍କ ଘୋଷଣା

ପୁରୁଷୋତ୍ତମପୁର, ୧୭।୧(ସୀମାଞ୍ଚଳ ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବିଡିଓ ମନୋଜକୁମାର ନାୟକଙ୍କ ସଂଯୋଜନାରେ ବୈଠକ ବସିଥିବା ବେଳେ ଅଧ୍ୟକ୍ଷା ପିଙ୍କି ବେହେରା ପୌରହିତ୍ୟ କରିଥିଲେ। ସେହିଭଳି ମୁଖ୍ୟ ଅତିଥି ଭାବେ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ଓ ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ,କବିସୂର୍ଯ୍ୟନଗର ବିଧାୟକଙ୍କ ପ୍ରତିନିଧି ସୀତାରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତି ଦୁଇରୁ ତିନିମାସ ମଧ୍ୟରେ ବୈଠକ କରାଯିବା ପରିବର୍ତ୍ତେ ୨୦୨୩ ଡିସେମ୍ବର ୧୩ ତାରିଖରୁ ଏହା ବନ୍ଦ ଥିଲା। ଏନେଇ ଜନପ୍ରତିନିଧିମାନେ ଅଧ୍ୟକ୍ଷା ଓ ବିଡିଓଙ୍କୁ ପ୍ରଶ୍ନ କରିବା ପରେ ହୋହଲ୍ଲା ଦେଖାଦେଇଥିଲା। ଏଥିରେ ଏମ୍‌ପି ହସ୍ତକ୍ଷେପ କରି ବୈଠକ କରା ନ ଯିବାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ନିୟମଅନୁଯାୟୀ ବୈଠକ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୁଖ ଐତିହାସିକ ଜଉଗଡ ଏକ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏହା ଅବହେଳିତ ଅବସ୍ଥାରେ ପଡିରହିଛି। ଏହାର ବିକାଶ ଓ ପ୍ରଚାର ପ୍ରସାର ଲାଗି ୨୦୨୧ରେ ଜିଲା ପ୍ରଶାସନ ପ୍ରତି ବର୍ଷ ମହୋତ୍ସବ କରାଯିବ ବୋଲି ଘୋଷଣା କରିଥିଲା। ହେଲେ ଦୁଇ ବର୍ଷ ହେଲା କାହିଁକି ଏହା କରାଯାଉନାହିଁ ବୋଲି ଏମ୍‌ପି ପ୍ରଶ୍ନ କରିଥିଲେ। ଏପରିକି ତୁରନ୍ତ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।

ଅପରପକ୍ଷେ ବ୍ଲକରେ ଉନ୍ନୟନ କାର୍ଯ୍ୟ ନାଁରେ ଟଙ୍କା ଆତ୍ମସାତ କରାଯାଉଥିବା, ଗତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କାର୍ଯ୍ୟମାନ କାହିଁକି ହୋଇନଥିବା ନେଇ ଆଛୁଲି ସରପଞ୍ଚ ସୁଧାକର ଗୌଡ ଅଭିଯୋଗ କରିଥିଲେ। ସୁନାଥର ପଞ୍ଚାୟତରେ ବଡନ୍ଧ ଓ ମଝିବନ୍ଧ ନାମରେ ପୋଖରି ନ ଥିବାବେଳେ ସେଠାରେ ହିଡରେ ଗଛ ଲଗାଇବା ନାଁରେ ଟଙ୍କା ଆତ୍ମସାତ କରାଯାଇଥିବାର ସରପଞ୍ଚ ଅନିଲ କୁମାର ନାୟକ ଅଭିଯୋଗ କରିଥିଲେ। ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳର ସମସ୍ୟାକୁ ନେଇ ଲୋକେ ଦୂଷିତପାଣି ପିଉଥିବାର ଶିକୁଳା ସମିତିସଭ୍ୟ କୁମୁଦଚନ୍ଦ୍ର ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ତୁରନ୍ତ ତଦନ୍ତକରି ପଦକ୍ଷେପ ନେବାକୁ ଏମ୍‌ପି ଅନିତା ଶୁଭଦର୍ଶନୀ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଶିକ୍ଷା ବର୍ଷରେ ପୁରୁଷୋତ୍ତମପୁର ବ୍ଲକରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଲାଗି ଘୋଷଣା କରିଥିଲେ। ଏଥିରେ ଉପାଧ୍ୟକ୍ଷା ମମତା ବାରିକ, ଜିଲାପରିଷଦ ସଭ୍ୟ ଭଜମନ ବେହେରା, ସରପଞ୍ଚ ବିଷ୍ଣୁପ୍ରୟା ବେହେରା, ସୁଧାକର ଗୌଡ , ସବିତା ସେଠୀ, ଦାଶ ବେହେରା, ଭାସ୍କର ଦୋରା, ସମିତି ସଭ୍ୟ ସୀମାଞ୍ଚଳ ଗୌଡ,ଆଭା ପରିଡା, କୁମୁଦଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?