ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତାକୁ ବୁଧବାର ଅବରୋଧ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସହ  ପ୍ରାୟ ୮ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ପ୍ରଶାସନ ଓ ବିଏସ୍‌ଏନ୍‌ଏଲ କତ୍ତୃପର୍କ୍ଷଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ। ଏହା ସହ ରାସ୍ତାରେ ଥୋଇଥିବା  ପଥର, ଟାୟାର ମଧ୍ୟ କାଢ଼ିଥିଲେ। ପରେ ଉକ୍ତ ରାସ୍ତାରେ ଗାଡ଼ିଚଳାଚଳ ସ୍ବଭାବିକ୍‌ ହୋଇଛି।
ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ହେଲେ ବିକ୍ଷୋଭକାରୀଙ୍କ ଏକା ଜିଦ୍‌ ତାଙ୍କ ଦାବି ପୂରଣ କରାଗଲେ ହିଁ ସେମାନେ ଆନ୍ଦୋଳନରୁ ଓହରିବେ। ତେବେ  ୮ ଘଣ୍ଟା  ବିତିବା ପରେ ବିଏସ୍‌ଏନ୍‌ଏଲର ଏସଡିଓ ସୁରେଶ ଚନ୍ଦ୍ରଙ୍କ ସହ ପୋଲିସ ଅଧିକାରୀ କଥା ହୋଇଥିଲେ।  ଏସଡିଓ ସେମାନଙ୍କୁ ୩ ଦିନ ମଧ୍ୟରେ ନେଟୱାର୍କ ସକ୍ଷମ କରାଯିବାକୁ ପ୍ରତଶ୍ରୁତି ଦେଇଥିଲେ।
ସେହିପରି ଅନ୍ୟ ସମସ୍ୟାର ସମାଧାନ ମଧ୍ୟ ଖୁବ ଶୀଘ୍ର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀ ଆନ୍ଦୋଳନରୁ ଓହରିଛନ୍ତି। ପ୍ରଶାସନ ପ୍ରତିଶ୍ରୁତି ପୂରଣ ନ କଲେ ପୁଣି ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ସିକରମାହାଠାରେ ଏକ ସ୍ୟାଟଳାଇଟ୍‌ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା, ଯାହାକି ପ୍ରତିଦିନ ସମସ୍ୟା ଦେଖା ଦେଉଛି। ଏହା ସହ ଉକ୍ତ ମୋବାଇଲ ଟାୱାରରେ ଇଣ୍ଟରନେଟ ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ଲୋକ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ଆବେଦନ କରିବା ସମ୍ଭବ ହେଉ ନ ଥିବା ବେଳେ କିଓସ୍କୋରେ କୌଣସି କାରବାର ହୋଇପାରୁନି। ସେହିପରି ସରକାରଙ୍କ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ପିଏମ କିଷାନ ଯୋଜନା, ଆୟୁଷ୍ମାନ ଯୋଜନା ସମେତ ସାଧାରଣ ବଣ୍ଟନ ସାମଗ୍ରୀ ପାଇବା ପାଇଁଇ କେୱାଇସି ଆଦି କରିବା ସମ୍ଭବ ହେଉନି। ସେହିପରି ଅଧିକାଂଶ ସମୟ ମୋବାଇଲ ନେଟୱାର୍ଜ ମଧ୍ୟ ଅଚଳ ଯୋଗୁ ଯୋଗାଯୋଗ ହୋଇପାରୁନାହିଁ। ଫଳରେ ଆମ୍ବୁଲାନ୍ସ ଡକାଇବା ମୁସ୍କିଲ ହୋଇପଡୁଛି। ଏହାସହ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିୟମିତ ରହୁ ନାହାନ୍ତି ଓ ପିଇବା ପାଣିର ସମସ୍ୟା ଦେଖାଦେଇଛି।
ଏନେଇ ହାତୀମୁଣ୍ଡା ପଞ୍ଚାୟତ ସମେତ ତାଜୁଙ୍ଗିଆ ପଞ୍ଚାୟତର ଏକାଧିକ ଗ୍ରାମବାସୀ ବିଏସଏନଏଲର ଏସଡ଼ିଓଙ୍କ ସମେତ ସ୍ଥାନୀୟ ଓ ଉପଖଣ୍ଡ ସହ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ରାସ୍ତାରୋକ କରିବାକୁ ଚେତାବନୀ ଦେଇ ପୋଲିସର ଅନୁମତି ମାଗିଥିଲେ ପରେ ପୋଲିସ ଲୋକଙ୍କୁ ରାସ୍ତାରୋକୋ କରିବାକୁ ମନା କରିବା ସହ ବୁଝାସୁଝା କରିଥିଲେ ସୁଦ୍ଧା ଅଞ୍ଚଳବାସୀ ଜିଲାପ୍ରଶାସନକୁ ଅବଗତ କରାଇ ବୁଧବାର ରାସ୍ତାରୋକୋ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଆନ୍ଦୋଳନ ତୀବ୍ର ହେବା ସହ କେହି ଅଧିକାରୀ ପହଞ୍ଚିନାହାନ୍ତି। ରାସ୍ତାରୋକୋ ଯୋଗୁ ଛାତ୍ରୀଛାତ୍ରଙ୍କ ବୃତ୍ତି ପରୀକ୍ଷା ସହ ବିଦ୍ୟାଳୟ ଯାତାୟାତରେ ସମସ୍ୟା ଦେଖାଯିବା ସହ ୨ ପାଖେ ଏକାଧିକ ଯାତ୍ରୀବାହୀ ବସ ସହ ଅନ୍ୟ ଗାଡି ଅଟକି ରହିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri