୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଅଞ୍ଚଳରେ ପ୍ରାୟ ୨୫ଟି ସ୍ଥାନରେ ଦେଖିବାକୁ ମିଳିଛି ଏପରି ଫାଟ। ଜାମ୍ବୁନାଳୀଠାରୁ ବାମୁର ୪୦ କି.ମି. ମଧ୍ୟରେ ମାତ୍ର ୬ ମାସ ପରେ ରାଜପଥର ପକ୍କା ରାସ୍ତା ଏପରି ଫାଟି ଯାଉଥିବାରୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଏଥିସହ ଏହି ରାଜପଥର ଭବିଷ୍ୟତକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବହୁବାର ଠିକାସଂସ୍ଥା ବିରୋଧରେ ଅଞ୍ଚଳବାସୀ ଜିଲାପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ କମରେଇ ଠାରେ ପ୍ରଥମେ ରାସ୍ତାରେ ଫାଟ ଦେଖିବାକୁ ମିଳିଥିଲା। ଏହାର କିଛି ଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ରାସ୍ତା ଫାଟିଯାଇଛି। ସେହିପରି ୬ ମାସ ତଳେ ନିର୍ମାଣ ହୋଇଥିବା ବଇଣ୍ଡା, କଦଳୀମୁଣ୍ଡା, ବଇଣ୍ଡା କଲେଜ ରାସ୍ତାର ୩ ରୁ ୪ ମିଟର ଲମ୍ବ ପର୍ଯନ୍ତ ଫାଟିଯାଇଥିବରୁ କାର୍ଯ୍ୟ ନିମ୍ନମାନର ହେଉଥିବା ବଇଣ୍ଡା ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଠିକା ସଂସ୍ଥା ପକ୍ଷରୁ ରାଜପଥର ନୂତନ ରାସ୍ତା ନିର୍ମାଣ କରାଯାଉଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଧିକାରୀ ଉପସ୍ଥିତ ରହୁନାହାନ୍ତି। ଏପରିକି ନିର୍ମାଣ ପୂର୍ବରୁ ମାଟି ପରୀକ୍ଷଣ ଠିକ୍‌ ଭାବେ କରାଯାଇନାହିଁ। ତରବରିଆ ଭାବରେ ମାଟି ସମତଳ କରାଯାଇ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। କମରେଇ ଠାରେ ପ୍ରଥମେ ରାସ୍ତା ଫାଟିଯିବା ଦେଖି ଅଞ୍ଚଳବାସୀ ୨୫ ମେ ୨୦୨୧ରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଏହାପରେ ଠିକାସଂସ୍ଥା ସେଠାରେ ରାତାରାତି ପ୍ୟାଚ ପକାଇ ଦେଇଥିଲା। ରାଣୀଭୂଇଁ ଠାରେ ଫାଟିଥିବା ରାସ୍ତାକୁ ମରାମତି କରିବା ପାଇଁ ଠିକାସଂସ୍ଥା ପକ୍ଷରୁ କୁହାଯାଇଥିଲେ ହେଁ ଏଯାଏ ମରାମତି କରାଯାଇନାହିଁ। ସେହିପରି ବାମୁର ଠାରେ ଫ୍ଲ।ଏ ଓଭର ବ୍ରିଜର ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ବଇଣ୍ଡା ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣରେ ବହୁ ବିଳମ୍ବ କରାଯାଉଛି। ସୂଚନାଯୋଗ୍ୟ, ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଠିକାସଂସ୍ଥା ପକ୍ଷରୁ କିଶୋରନଗର ବ୍ଲକ ବଇଣ୍ଡା ଛକରେ ୨୦୧୮ ମେ ୧୭ ଓ ୧୮ରୁ ଉଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ଉଚ୍ଛେଦର ୫ ବର୍ଷ ବିତିଯାଇଥିଲେ ମଧ୍ୟ ବଇଣ୍ଡା ଅଞ୍ଚଳରେ ରାସ୍ତା ଓ ଓଭରବ୍ରିଜ୍‌ କାର୍ଯ୍ୟ ଶେଷ ହୋଇପାରି ନାହିଁ। ଏଥିସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ମଧ୍ୟ ସରିପାରୁ ନାହିଁ। ଏହି କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଠିକାସଂସ୍ଥା ପରିଚାଳକ ଜେ. ବେହେରା କହିଛନ୍ତି, ରାସ୍ତା କାମ ଚାଲୁ ରହିଛି। କିଛି ସ୍ଥାନରେ ମାଟି ଦବୁଥିବାରୁ ରାସ୍ତା ଫାଟିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri