ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା

ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ ଝାଡ଼ଖଣ୍ଡର ଚିଆବାନ୍ଧି ଗ୍ରାମ୍ୟ ଜଙ୍ଗଲରେ ଲୁଚି ରହିଥିବା ଜିନ୍ନତ ୫ ଦିନ ପରେ ବନ୍ଧାଯାଇଥିବା ଏକ ମଇଁଷି ବାଛୁରିକୁ ମାରି ଖାଇଛି। ଖାଦ୍ୟ ଗ୍ରହଣ କରିବା ପରେ ସେ ଦକ୍ଷିଣମୁହଁା ହୋଇଥିବା ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ପ୍ରକାଶ କରିଛନ୍ତି। ତେବେ ଚିଆବାନ୍ଧି ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ ଥମି ନ ଥିବାରୁ ସନ୍ଧ୍ୟା ପୂର୍ବରୁ ଲୋକେ ତାଟିକବାଟ ବନ୍ଦ କରି ଭୟଭୀତ ଅବସ୍ଥାରେ ରହୁଛନ୍ତି। ନିକଟସ୍ଥ ସ୍କୁଲଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା ସହ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ବଳବତ୍ତର ରହିଛି। ତେବେ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲେ ମଧ୍ୟ ବନ ବିଭାଗ ଏଥିରେ ଫେଲ୍‌ ମାରିଛି। ବନ କର୍ମଚାରୀଙ୍କୁ ଚକମା ଦେଇ ପୁଣି ଜଙ୍ଗଲ ଲଟାବୁଦାରେ ଛପି ଯାଉଛି। ବନ ବିଭାଗ ଅଧିକାରୀମାନେ ଏହାକୁ ଖଣ୍ଡନ କରିଥିବା ବେଳେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତ ଘୂରି ବୁଲୁଥିବା ନେଇ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ରାଜ୍ୟ ଚିଆବାନ୍ଧି ଜଙ୍ଗଲରେ ମହାବଳ ବାଘୁଣୀ ୩ ଦିନ ଧରି ଚଳପ୍ରଚଳ କରୁଛି। ଏହି ଜଙ୍ଗଲରେ ଖାଦ୍ୟ ଅଭାବ ରହିଥିବାରୁ ବନ ବିଭାଗ ପକ୍ଷରୁ ୩ ମଇଁଷି ବାଛୁରିଙ୍କୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାନ୍ଧି ନିରୀକ୍ଷଣ କରୁଛି। ଗୁରୁବାର ଭୋର ୪ଟାରେ ଏକ ବାଛୁରିକୁ ବାଘୁଣୀ ମାରି ଖାଇବା ସମୟରେ ବନ ବିଭାଗର ଟିମ୍‌ ଟ୍ରାଙ୍କୁଲାଇଜ୍‌ କରିଥିଲା। ମାତ୍ର ଲକ୍ଷ୍ୟଭେଦ ନ ହେବାରୁ ଜିନ୍ନତ ଶିକାରକୁ ଛାଡ଼ି ପୁଣି ଜଙ୍ଗଲ ମଧ୍ୟରେ ଲୁଚିଯାଇଛି। ଗୁରୁବାର ଓ ଶୁକ୍ରବାର ଦିନ ତମାମ ବନ ବିଭାଗର ଟିମ୍‌ ବାଘୁଣୀର ବାହାରିବା ବାଟକୁ ଜଗି ବସିଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୩ଟି ୪ ଜଣିଆ ଟିମ୍‌ ସହିତ ୩ ଅଧିକାରୀ ବାଘୁଣୀର ଗତିବିଧି ଉପରେ ନଜର ରଖିଛନ୍ତି। ଜିନ୍ନତ ରହୁଥିବା ଜଙ୍ଗଲର ପୂର୍ବକୁ ୨ରୁ ୩ କି.ମି. ପରେ ପଶ୍ଚିମବଙ୍ଗ ରାଜ୍ୟ ରହିଥିବା ବେଳେ ପୂର୍ବ-ପଶ୍ଚିମ କୋଣର ଡାହାଣକୁ ଗଲେ ଛତିଶଗଡ଼ ରାଜ୍ୟକୁ ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଉଛି। ଏ ନେଇ ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି, ଆକାଶିଆ ଓ ଇଉକାଲି ପଟାସ ଭଳି ସମତଳ ଜଙ୍ଗଲରେ ଜିନ୍ନତ ଚଳପ୍ରଚଳ କରୁଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜଙ୍ଗଲ ଭଳି ଅଞ୍ଚଳରୁ ଜିନ୍ନତକୁ ଅଣାଯାଇଥିବାରୁ ଶିମିଳିପାଳର ପାହାଡ଼ିଆ ଜଙ୍ଗଲରେ ସେ ନିଜକୁ ଖାପଖୁଆଇବାରେ ସହଜ ସାଧ୍ୟ ହୋଇପାରିନାହିଁ। ଝାଡ଼ଖଣ୍ଡ ଜଙ୍ଗଲରେ ସେ ନିଜକୁ ସୁରକ୍ଷିତ ମଣୁଥିବା ବେଳେ କଣ୍ଟାବୁଦା ଓ ବାଉଁଶ ବୁଦାରେ ଛପି ରହୁଛି। ଯାହାଫଳରେ ବନ ବିଭାଗର କର୍ମଚାରୀମାନେ ତା’ ନିକଟକୁ ଯାଇ ପାରୁନାହାନ୍ତି କିମ୍ବା ଦେଖିାପରୁନାହାନ୍ତି। ଝାଡ଼ଖଣ୍ଡ ରାଜ୍ୟର ସମତଳ ଜଙ୍ଗଲରେ ନିଜକୁ ଖାପଖୁଆଇଥିବାରୁ ବାଘୁଣୀ ଫେରିବାର ନଁା ଧରୁନାହିଁ। ଏପରିସ୍ଥଳେ ପ୍ରାଣୀଶୂନ୍ୟ ଜଙ୍ଗଲରେ ବାଘୁଣୀଟି ତିଷ୍ଠି ରହିବା ସମ୍ଭବ ନୁହେଁ। ଶିମିଳିପାଳକୁ ଫେରାଇଆଣିବା ପାଇଁ ବନ ବିଭାଗର ଠିକ୍‌ ନିଷ୍ପତ୍ତିର ଆବଶ୍ୟକତା ରହିଛି। ତରବରିଆ ଭାବେ ନିଷ୍ପତ୍ତି ନେଲେ ବାଘୁଣୀ ପ୍ରତି ବିପଦ ସୃଷ୍ଟି ହେବା ସହିତ ପଶ୍ଚିମବଙ୍ଗ କିମ୍ବା ଛତିଶଗଡ଼ ରାଜ୍ୟକୁ ଚାଲିଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri