ଡାବୁଗାଁ, ୨।୫ (ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ଚାଲିଥିବା ବାଲିଯାତ୍ରା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ଏହି ବାଲିଯାତ୍ରା ୧୨ ବର୍ଷରେ ଥରେ ହୁଏ। ଚଳିତ ବର୍ଷ ୨୪ ଜାନୁଯାୟୀରୁ ଆରମ୍ଭ ହୋଇ ଦୀର୍ଘ ୩ ମାସ ୫ ଦିନ ଏହି ଯାତ୍ରା ଚାଲିଥିଲା। ଏହି ବାଲିଯାତ୍ରାରେ ଗ୍ରାମର ସମସ୍ତ ଦେବଦେବୀଙ୍କ ପ୍ରତୀକ ଲାଠିକୁର୍ଚିଙ୍କୁ ଉକଟ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥାଏ। ଏଥିରେ ମାଁ ସୁନଦେଇ ଠାକୁରାଣୀଙ୍କ ପୂଜାରୀ ଧନ ପୂଜାରୀ, ମାଟି ପୂଜାରୀ, ଚନ୍ଦ୍ର ପୂଜାରୀ, କାମିନୀ ପୂଜାରୀ, ରନୁ ପୂଜାରୀ ପ୍ରମୁଖ ବାଦ୍ୟର ତାଳେତାଳେ ପୂଜାର୍ଚ୍ଚନା କରିଥିଲେ। ଏପ୍ରିଲ ୧୬ରୁ ଗ୍ରାମପାଖ ନଦୀରୁ ବାଲି ଆଣି ବାଲିଯାତ୍ରା ମଣ୍ଡପରେ ରଖାଯାଇଥିଲା। ୯ଦିନ ପରେ ଅକ୍ଷୟ ତୃତୀୟା ଦିନ ବିଭିନ୍ନ ପ୍ରକାରର ଶଷ୍ୟ ବୁଣାଯାଇ ଦେବଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଗାମୀ ବର୍ଷରେ ଗ୍ରାମରେ ଭଲ ଫସଲ ହେବା ପାଇଁ ପ୍ରାର୍ଥନା କରାଯାଇଛି। ଶେଷଦିନ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜୋନ୍-୨ ଗୁପ୍ତ ବିଷୋୟୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ପୂର୍ବତନ ଏମ୍ପି ପର୍ଶୁରାମ ମାଝି, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡ଼ାହାଣ୍ଡି ଜିଲା ପରିଷଦ ସଭ୍ୟା ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ମୋହନ ମାଝି ପ୍ରମୁଖ ଯୋଗ ଦେଇଥିଲେ। ବାଲିଯାତ୍ରା ପଡିଆରେ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ବାଲିଯାତ୍ରା ମଣ୍ଡପକୁ ବିଧାୟକ ମନୋହର ରନ୍ଧାରୀ ଉଦ୍ଘାଟନ କରିଥିଲେ । ଗ୍ରାମରେ ଥିବା ବାଲିଯାତ୍ରା ମଣ୍ଡପରୁ ଗ୍ରାମର ଦେବଦେବୀଙ୍କୁ ପଟୁଆର ସହିତ ବାଲିଯାତ୍ରା ପଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେଠାରେ ଭୀମା ଓ କନ୍ଦନୀ ପ୍ରତିମୂର୍ତ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ରାତିରେ ଭୀମା ଦେବତା ଓ କନ୍ଦନୀ ଦେବୀଙ୍କର ବିବାହ କରାଯାଇଥିଲା। ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ବାଲିଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାଲିଯାତ୍ରା ପୂଜା କମିଟିର ସୁବାସ ଚନ୍ଦ୍ର ବିଷୋୟୀ, ରାଜେନ୍ଦ୍ର ବିଷୋୟୀ, ଉପେନ୍ଦ୍ର ବିଷୋୟୀ, ଘାଷିରାମ ବିଷୋୟୀ, ଜଗଦୀଶ ଭତ୍ରା, ନିଳେନ୍ଦ୍ର ଭତ୍ରା, ପୀତାମ୍ବର ପୂଜାରୀ ଦଇନୁ ପୂଜାରୀ, ପଦମ ପୂଜାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Posted inHome Left, ଆମ ଜିଲା ଖବର, ନବରଙ୍ଗପୁର View All
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
ଶିବମ୍ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍-ସଟ୍’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…
ଅବସରକୁ ନେଇ ମୁହଁ ଖୋଲିଲେ ଶାମି
ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…
ଭାଜପାରେ ଯୋଗଦେଲେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍
ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍…
Archives

