Posted inଜାତୀୟ

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇଯାଇଥିଲେ ଏବଂ ପରିବାର ଲୋକ ତାଙ୍କୁ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ। ଏବେ ଏହି ମହିଳାଙ୍କୁ ବଜାରରେ ଦେଖିବାକୁ ମିଳିଛି। ଜିଲା ପ୍ରଶାସନର ଅଧିକାରୀଙ୍କ ଉଦ୍ୟମରେ ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଭେଟିବାରେ ସକ୍ଷମ ହୋଇଥିଲେ। ସେ କର୍ଣ୍ଣାଟକର ବିଜୟନଗର ଜିଲାର ଦନାୟକନାକେରେ ଗ୍ରାମର ବାସିନ୍ଦା ଏବଂ ପ୍ରାୟ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କୁ ମିଳିନଥିବାରୁ ପରିବାର ଲୋକେ ତାଙ୍କୁ ମୃତ ଭାବିଥିଲେ।

 

୨୫ ବର୍ଷ ତଳେ ସକାମ୍ମାଙ୍କ ମୃତ୍ୟୁ ହୋଇଥିବା ଭାବି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ସାକମ୍ମା କର୍ଣ୍ଣାଟକରୁ ନିଖୋଜ ହେବା ପରେ ଦୁର୍ଘଟଣାରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା, ଯାହାକୁ ପରିବାର ଲୋକେ ସାକମ୍ମା ଭାବି ଅନ୍ତିମ ସଂସ୍କାର କରିଥିଲେ। ଘରେ ସାକମ୍ମାଙ୍କ ଫଟୋରେ ଏକ ମାଳ ମଧ୍ୟ ରଖାଯାଇଥିଲା, ଯାହାକୁ ପରିବାର ଲୋକେ ଏବେ ଉଠାଇ ନେଇଛନ୍ତି।

ଏସଡିଏମ ସ୍ମୃତିକା ନେଗି କହିଛନ୍ତି ଯେ,ପରିବାର ଲୋକେ ମୃତ ଭାବିଥିବା ସାକମ୍ମା ଏବେ ଜୀବିତ ଅଛନ୍ତି ଏବଂ ଏହା ଜାଣିବା ପରେ ପରିବାର ସଦସ୍ୟଙ୍କ ଖୁସିର ସୀମା ନାହିଁ । ସକାମ୍ମାଙ୍କ ମାନସିକ ଅବସ୍ଥା ଭଲ ନାହିଁ, କିନ୍ତୁ ସେ କେବଳ ୨୫ ବର୍ଷ ପୂର୍ବର କଥା ମନେ ପକାଉଛନ୍ତି ଏବଂ ସେ କନ୍ନଡ଼ ଭାଷାରେ କହୁଛନ୍ତି ଯେ ତାଙ୍କର ଛୋଟ ପିଲା ଅଛନ୍ତି । କିନ୍ତୁ ସାକମ୍ମା ଜାଣନ୍ତି ନାହିଁ ଯେ, ସେହି ଛୋଟ ପିଲାମାନେ ଏବେ ବିବାହ କରି ପିତାମାତା ହୋଇଛନ୍ତି । ସାକମ୍ମାଙ୍କର ୪ଟି ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଏବେ ବି ଜୀବିତ ଅଛନ୍ତି, ଯେଉଁଥିରେ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସେ କେବେ ଓ କେମିତି ହିମାଚଳରେ ପହଞ୍ଚିଲେ ସେ ନେଇ ଅଧିକ କିଛି ସୂଚନା ମିଳିନାହିଁ। ୨୦୧୮ରେ ସାକମ୍ମାଙ୍କୁ ହିମାଚଳରେ ପରିତ୍ୟକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା, ଯାହା ପରେ ସେ ଅନେକ ଆଶ୍ରମରେ ରହିଥିଲେ। ବର୍ତମାନ ସାକମ୍ମା ବାର୍ଦ୍ଧକ୍ୟ ଆଶ୍ରମ ଭଙ୍ଗରୋତୁରେ ରହୁଥିଲେ। ନିକଟରେ ମଣ୍ଡିର ଅତିରିକ୍ତ ଡେପୁଟି କମିଶନର ରୋହିତ ରାଠୋର ବାର୍ଦ୍ଧକ୍ୟ ଆଶ୍ରମ ଭଙ୍ଗରୋଟୁ ପରିଦର୍ଶନ କରିଥିଲେ। ସେ ସାକମ୍ମାଙ୍କ ସହ କଥା ହୋଇଥିଲେ, କିନ୍ତୁ ସେ ହିନ୍ଦୀ ଜାଣନ୍ତି ନାହିଁ, ଯେଉଁକାରଣରୁ ତାଙ୍କ ପରିବାରର ପ୍ରକୃତ ଅବସ୍ଥାନ ଜଣାପଡ଼ିନଥିଲା।

 

କଙ୍ଗରା ଜିଲାରେ କାର୍ଯ୍ୟରତ ଏସଡିଏମ ପାଲମପୁରରେ କାର୍ଯ୍ୟରତ ଜଣେ ଆଇଏଏସ ଅଫିସର ନେତ୍ରା ମାଇତିଙ୍କ ଠାରୁ ରୋହିତ ରାଠୋରଙ୍କୁ କନ୍ନଡ ଭାଷାରେ କଥା ହେବା ଏବଂ ତାଙ୍କ ଘର ବିଷୟରେ ସୂଚନା ସଂଗ୍ରହ କରିବାକୁ ଫୋନ୍ କରିଥିଲେ। ଏହାପରେ ସେ ମଣ୍ଡି ଜିଲାରେ କାର୍ଯ୍ୟରତ କର୍ଣ୍ଣାଟକର ବାସିନ୍ଦା ଆଇପିଏସ୍ ପ୍ରୋବେସନର ଅଫିସର ରବି ନନ୍ଦନଙ୍କୁ ବୃଦ୍ଧାଶ୍ରମକୁ ପଠାଇ ମହିଳାଙ୍କ ସହ ଅଧିକ କଥାବାର୍ତ୍ତା କରିଥିଲେ ଏବଂ ଏହା ପରେ ମହିଳାଙ୍କ ଭିଡିଓ ପ୍ରସ୍ତୁତ କରି କର୍ଣ୍ଣାଟକ ସରକାରଙ୍କ ସହ ଶେୟାର କରିଥିଲେ।

ରାଜ୍ୟ ସରକାର, ଅଧିକାରୀ ଏବଂ କର୍ଣ୍ଣାଟକ ସରକାରଙ୍କ ସହାୟତାରେ ଏହି ମହିଳାଙ୍କ ପରିବାର ସଦସ୍ୟଙ୍କୁ ଠାବ କରାଯାଇଛି। ମଣ୍ଡି ଡେପୁଟି କମିଶନରଙ୍କ କହିବା ଅନୁଯାୟୀ, ସାକମ୍ମାଙ୍କୁ ଖୋଜିବା ଆଶା ଛାଡି ଦେଇଥିଲେ ପରିବାର । ତାଙ୍କ ସନ୍ତାନ ଓ ନାତିନାତୁଣୀମାନେ ବିଶ୍ୱାସ କରୁଥିଲେ ଯେ, ବୋଧହୁଏ ସେ ଆଉ ଏହି ଦୁନିଆରେ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri