Posted inଜାତୀୟ

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇଯାଇଥିଲେ ଏବଂ ପରିବାର ଲୋକ ତାଙ୍କୁ ମୃତ ଭାବି ଅନ୍ତିମ ସଂସ୍କାର କରିଥିଲେ। ଏବେ ଏହି ମହିଳାଙ୍କୁ ବଜାରରେ ଦେଖିବାକୁ ମିଳିଛି। ଜିଲା ପ୍ରଶାସନର ଅଧିକାରୀଙ୍କ ଉଦ୍ୟମରେ ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଭେଟିବାରେ ସକ୍ଷମ ହୋଇଥିଲେ। ସେ କର୍ଣ୍ଣାଟକର ବିଜୟନଗର ଜିଲାର ଦନାୟକନାକେରେ ଗ୍ରାମର ବାସିନ୍ଦା ଏବଂ ପ୍ରାୟ ୨୫ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କୁ ମିଳିନଥିବାରୁ ପରିବାର ଲୋକେ ତାଙ୍କୁ ମୃତ ଭାବିଥିଲେ।

 

୨୫ ବର୍ଷ ତଳେ ସକାମ୍ମାଙ୍କ ମୃତ୍ୟୁ ହୋଇଥିବା ଭାବି ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ସାକମ୍ମା କର୍ଣ୍ଣାଟକରୁ ନିଖୋଜ ହେବା ପରେ ଦୁର୍ଘଟଣାରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା, ଯାହାକୁ ପରିବାର ଲୋକେ ସାକମ୍ମା ଭାବି ଅନ୍ତିମ ସଂସ୍କାର କରିଥିଲେ। ଘରେ ସାକମ୍ମାଙ୍କ ଫଟୋରେ ଏକ ମାଳ ମଧ୍ୟ ରଖାଯାଇଥିଲା, ଯାହାକୁ ପରିବାର ଲୋକେ ଏବେ ଉଠାଇ ନେଇଛନ୍ତି।

ଏସଡିଏମ ସ୍ମୃତିକା ନେଗି କହିଛନ୍ତି ଯେ,ପରିବାର ଲୋକେ ମୃତ ଭାବିଥିବା ସାକମ୍ମା ଏବେ ଜୀବିତ ଅଛନ୍ତି ଏବଂ ଏହା ଜାଣିବା ପରେ ପରିବାର ସଦସ୍ୟଙ୍କ ଖୁସିର ସୀମା ନାହିଁ । ସକାମ୍ମାଙ୍କ ମାନସିକ ଅବସ୍ଥା ଭଲ ନାହିଁ, କିନ୍ତୁ ସେ କେବଳ ୨୫ ବର୍ଷ ପୂର୍ବର କଥା ମନେ ପକାଉଛନ୍ତି ଏବଂ ସେ କନ୍ନଡ଼ ଭାଷାରେ କହୁଛନ୍ତି ଯେ ତାଙ୍କର ଛୋଟ ପିଲା ଅଛନ୍ତି । କିନ୍ତୁ ସାକମ୍ମା ଜାଣନ୍ତି ନାହିଁ ଯେ, ସେହି ଛୋଟ ପିଲାମାନେ ଏବେ ବିବାହ କରି ପିତାମାତା ହୋଇଛନ୍ତି । ସାକମ୍ମାଙ୍କର ୪ଟି ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଏବେ ବି ଜୀବିତ ଅଛନ୍ତି, ଯେଉଁଥିରେ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସେ କେବେ ଓ କେମିତି ହିମାଚଳରେ ପହଞ୍ଚିଲେ ସେ ନେଇ ଅଧିକ କିଛି ସୂଚନା ମିଳିନାହିଁ। ୨୦୧୮ରେ ସାକମ୍ମାଙ୍କୁ ହିମାଚଳରେ ପରିତ୍ୟକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା, ଯାହା ପରେ ସେ ଅନେକ ଆଶ୍ରମରେ ରହିଥିଲେ। ବର୍ତମାନ ସାକମ୍ମା ବାର୍ଦ୍ଧକ୍ୟ ଆଶ୍ରମ ଭଙ୍ଗରୋତୁରେ ରହୁଥିଲେ। ନିକଟରେ ମଣ୍ଡିର ଅତିରିକ୍ତ ଡେପୁଟି କମିଶନର ରୋହିତ ରାଠୋର ବାର୍ଦ୍ଧକ୍ୟ ଆଶ୍ରମ ଭଙ୍ଗରୋଟୁ ପରିଦର୍ଶନ କରିଥିଲେ। ସେ ସାକମ୍ମାଙ୍କ ସହ କଥା ହୋଇଥିଲେ, କିନ୍ତୁ ସେ ହିନ୍ଦୀ ଜାଣନ୍ତି ନାହିଁ, ଯେଉଁକାରଣରୁ ତାଙ୍କ ପରିବାରର ପ୍ରକୃତ ଅବସ୍ଥାନ ଜଣାପଡ଼ିନଥିଲା।

 

କଙ୍ଗରା ଜିଲାରେ କାର୍ଯ୍ୟରତ ଏସଡିଏମ ପାଲମପୁରରେ କାର୍ଯ୍ୟରତ ଜଣେ ଆଇଏଏସ ଅଫିସର ନେତ୍ରା ମାଇତିଙ୍କ ଠାରୁ ରୋହିତ ରାଠୋରଙ୍କୁ କନ୍ନଡ ଭାଷାରେ କଥା ହେବା ଏବଂ ତାଙ୍କ ଘର ବିଷୟରେ ସୂଚନା ସଂଗ୍ରହ କରିବାକୁ ଫୋନ୍ କରିଥିଲେ। ଏହାପରେ ସେ ମଣ୍ଡି ଜିଲାରେ କାର୍ଯ୍ୟରତ କର୍ଣ୍ଣାଟକର ବାସିନ୍ଦା ଆଇପିଏସ୍ ପ୍ରୋବେସନର ଅଫିସର ରବି ନନ୍ଦନଙ୍କୁ ବୃଦ୍ଧାଶ୍ରମକୁ ପଠାଇ ମହିଳାଙ୍କ ସହ ଅଧିକ କଥାବାର୍ତ୍ତା କରିଥିଲେ ଏବଂ ଏହା ପରେ ମହିଳାଙ୍କ ଭିଡିଓ ପ୍ରସ୍ତୁତ କରି କର୍ଣ୍ଣାଟକ ସରକାରଙ୍କ ସହ ଶେୟାର କରିଥିଲେ।

ରାଜ୍ୟ ସରକାର, ଅଧିକାରୀ ଏବଂ କର୍ଣ୍ଣାଟକ ସରକାରଙ୍କ ସହାୟତାରେ ଏହି ମହିଳାଙ୍କ ପରିବାର ସଦସ୍ୟଙ୍କୁ ଠାବ କରାଯାଇଛି। ମଣ୍ଡି ଡେପୁଟି କମିଶନରଙ୍କ କହିବା ଅନୁଯାୟୀ, ସାକମ୍ମାଙ୍କୁ ଖୋଜିବା ଆଶା ଛାଡି ଦେଇଥିଲେ ପରିବାର । ତାଙ୍କ ସନ୍ତାନ ଓ ନାତିନାତୁଣୀମାନେ ବିଶ୍ୱାସ କରୁଥିଲେ ଯେ, ବୋଧହୁଏ ସେ ଆଉ ଏହି ଦୁନିଆରେ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri