କାର୍ଯ୍ୟାଦେଶ ଅଛି, ସହାୟତା ନାହିଁ

ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନା ପ୍ରଣୀତ ହୋଇଛି। ହେଲେ ୧୭ ବର୍ଷ ହେଲା କାର୍ଯ୍ୟାଦେଶ ପାଇ ଜଣେ ହିତାଧିକାରୀ ପକ୍କା ଘରକୁ ଚାହିଁ ରହିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଶୁକୁଟୀଝର ଗ୍ରାମର ହିତାଧିକାରୀ ବେଣୁଧର ପଣ୍ଡାଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଏହିକ୍ରମରେ ପଣ୍ଡାଙ୍କ ପରିବାରବର୍ଗଙ୍କ ଜୀବନ ଝାଟିମାଟି ଘରେ ବିତୁଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପୂର୍ବରୁ ଆବାସ ଗୃହ କେଳେଙ୍କାରୀକୁ ନେଇ ଲୋକାୟୁକ୍ତ ପର୍ଯ୍ୟନ୍ତ ମାମଲା ରହିଛି। ତରଞ୍ଜିଆ ଗ୍ରାମରେ ଏକ ପରିବାରକୁ ଏକାଧିକ ପକ୍କା ଘର ମିଳିଥିବା ନଜିର ରହିଛି। କିନ୍ତୁ ଆବାସ କାର୍ଯ୍ୟାଦେଶ ଦେବା ପରେ ବି ଟଙ୍କା ନଦେଇ ହିତାଧିକାରୀଙ୍କୁ ଭଣ୍ଡାଇବା ଘଟଣା ଏବେ ଧର୍ମଶାଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ବ୍ଲକ ପ୍ରଶାସନ ଖାତିର କରିନାହାନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପଣ୍ଡା ଓ ତାଙ୍କ ସ୍ତ୍ରୀ ପ୍ରମିଳା ପ୍ରାୟ ୩୦ ବର୍ଷ ହେବ ସରକାରୀ ଆବାସ ପାଇଁ ନିବେଦନ କରି ଥକି ଯାଇଛନ୍ତି। ୨୦୦୭-୦୮ରେ ଧର୍ମଶାଳା ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ବେଣୁଧର ପଣ୍ଡାଙ୍କୁ ଇନ୍ଦିରା ଆବାସ ଗୃହ ନିର୍ମାଣ ପାଇଁ ୪୪୪୫/୨୨ା୧୨ା୨୦୦୭ ନମ୍ବରରେ କାର୍ଯ୍ୟଦେଶ ମିଳିଥିଲା। ସେତେବେଳେ ଏଥିପାଇଁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିଲା। ହେଲେ ବେଣୁଧରଙ୍କୁ ଘର ନିର୍ମାଣ ବାବଦକୁ କୌଣସି ସହାୟତା ଦିଆଗଲା ନାହିଁ। କିଛି ମାସ ଅପେକ୍ଷା କରି ସେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରିଲେ। ଶେଷରେ ୨୦୧୪ରେ ସେ ଓଡିଶା ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ମନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୧୫/୨୦ା୧ା୨୦୧୪ରେ ଧର୍ମଶାଳା ବିଡିଓଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଦ୍ୟାବଧି ତାଙ୍କୁ ଘର ଖଣ୍ଡେ ଦିଆଗଲା ନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ବେଣୁଧର ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି। ପୁନଃ ବେଣୁଧର ୧୯ା୧ା୨୦୨୩ରେ ଧର୍ମଶାଳା ବିଡିଓଙ୍କୁ ଘର ଖଣ୍ଡେ ଦେବା ପାଇଁ ଆବେଦନ କରିବା ସହ ବିଧାୟକଙ୍କୁ ମଧ୍ୟ ଦରଖାସ୍ତ ପ୍ରଦାନ କରିଛନ୍ତି। ହେଲେ ଅଦ୍ୟାବଧି କିଛି ସୁଫଳ ମିଳିପାରିନାହିଁ। ତେବେ ଏଠାରେ କାହିଁକି ବେଣୁଧରଙ୍କ ପ୍ରତି ବ୍ଲକ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଧର୍ମଶାଳା ବ୍ଲକରେ ଏଭଳି ଶତାଧିକ ଗରିବ ପରିବାର ଆବାସ ଯୋଜନାରେ ସାମିଲ ହେବାକୁ ଚାହିଁ ରହିଥିବାବେଳେ କେତେକ କ୍ଷେତ୍ରରେ ଥିଲାବାଲା ଲୋକେ ଘର ପାଇ ଆରାମରେ ଦିନ କାଟୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri