କାର୍ଯ୍ୟାଦେଶ ଅଛି, ସହାୟତା ନାହିଁ

ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନା ପ୍ରଣୀତ ହୋଇଛି। ହେଲେ ୧୭ ବର୍ଷ ହେଲା କାର୍ଯ୍ୟାଦେଶ ପାଇ ଜଣେ ହିତାଧିକାରୀ ପକ୍କା ଘରକୁ ଚାହିଁ ରହିଛନ୍ତି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଶୁକୁଟୀଝର ଗ୍ରାମର ହିତାଧିକାରୀ ବେଣୁଧର ପଣ୍ଡାଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଏହିକ୍ରମରେ ପଣ୍ଡାଙ୍କ ପରିବାରବର୍ଗଙ୍କ ଜୀବନ ଝାଟିମାଟି ଘରେ ବିତୁଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପୂର୍ବରୁ ଆବାସ ଗୃହ କେଳେଙ୍କାରୀକୁ ନେଇ ଲୋକାୟୁକ୍ତ ପର୍ଯ୍ୟନ୍ତ ମାମଲା ରହିଛି। ତରଞ୍ଜିଆ ଗ୍ରାମରେ ଏକ ପରିବାରକୁ ଏକାଧିକ ପକ୍କା ଘର ମିଳିଥିବା ନଜିର ରହିଛି। କିନ୍ତୁ ଆବାସ କାର୍ଯ୍ୟାଦେଶ ଦେବା ପରେ ବି ଟଙ୍କା ନଦେଇ ହିତାଧିକାରୀଙ୍କୁ ଭଣ୍ଡାଇବା ଘଟଣା ଏବେ ଧର୍ମଶାଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବି ବ୍ଲକ ପ୍ରଶାସନ ଖାତିର କରିନାହାନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ପଣ୍ଡା ଓ ତାଙ୍କ ସ୍ତ୍ରୀ ପ୍ରମିଳା ପ୍ରାୟ ୩୦ ବର୍ଷ ହେବ ସରକାରୀ ଆବାସ ପାଇଁ ନିବେଦନ କରି ଥକି ଯାଇଛନ୍ତି। ୨୦୦୭-୦୮ରେ ଧର୍ମଶାଳା ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ବେଣୁଧର ପଣ୍ଡାଙ୍କୁ ଇନ୍ଦିରା ଆବାସ ଗୃହ ନିର୍ମାଣ ପାଇଁ ୪୪୪୫/୨୨ା୧୨ା୨୦୦୭ ନମ୍ବରରେ କାର୍ଯ୍ୟଦେଶ ମିଳିଥିଲା। ସେତେବେଳେ ଏଥିପାଇଁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିଲା। ହେଲେ ବେଣୁଧରଙ୍କୁ ଘର ନିର୍ମାଣ ବାବଦକୁ କୌଣସି ସହାୟତା ଦିଆଗଲା ନାହିଁ। କିଛି ମାସ ଅପେକ୍ଷା କରି ସେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରିଲେ। ଶେଷରେ ୨୦୧୪ରେ ସେ ଓଡିଶା ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ମନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୪୧୫/୨୦ା୧ା୨୦୧୪ରେ ଧର୍ମଶାଳା ବିଡିଓଙ୍କୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅଦ୍ୟାବଧି ତାଙ୍କୁ ଘର ଖଣ୍ଡେ ଦିଆଗଲା ନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ବେଣୁଧର ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି। ପୁନଃ ବେଣୁଧର ୧୯ା୧ା୨୦୨୩ରେ ଧର୍ମଶାଳା ବିଡିଓଙ୍କୁ ଘର ଖଣ୍ଡେ ଦେବା ପାଇଁ ଆବେଦନ କରିବା ସହ ବିଧାୟକଙ୍କୁ ମଧ୍ୟ ଦରଖାସ୍ତ ପ୍ରଦାନ କରିଛନ୍ତି। ହେଲେ ଅଦ୍ୟାବଧି କିଛି ସୁଫଳ ମିଳିପାରିନାହିଁ। ତେବେ ଏଠାରେ କାହିଁକି ବେଣୁଧରଙ୍କ ପ୍ରତି ବ୍ଲକ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହାନ୍ତି ତାହା ସାଧାରଣରେ ପ୍ରଶ୍ନ ଉଠିଛି। ଧର୍ମଶାଳା ବ୍ଲକରେ ଏଭଳି ଶତାଧିକ ଗରିବ ପରିବାର ଆବାସ ଯୋଜନାରେ ସାମିଲ ହେବାକୁ ଚାହିଁ ରହିଥିବାବେଳେ କେତେକ କ୍ଷେତ୍ରରେ ଥିଲାବାଲା ଲୋକେ ଘର ପାଇ ଆରାମରେ ଦିନ କାଟୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri