Posted inଜାତୀୟ

୧୪ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ନୂଆଦିଲ୍ଲୀ,୩୧ା୧୨: ଆସନ୍ତା ମକର ସଂକ୍ରାନ୍ତି (ଜାନୁୟାରୀ ୧୪) ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ବୋଲି ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀସ୍ତରରେ ଅଦଳବଦଳ ହୋଇପାରେ। ଏଥିସହିତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଦଳର ରାଜନୈତିକ ଆବଶ୍ୟକତାକୁ ନେଇ ମଧ୍ୟ ସାଂଗଠନିକ ସ୍ତରରେ ଅଦଳବଦଳ କରାଯିବାର ସମ୍ଭାବନା ରହିଥିବା କୁହାଯାଉଛି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଏବଂ ଯୋଗ୍ୟ ଏମ୍‌ପିମାନଙ୍କୁ ପାଳିକରି କ୍ୟାବିନେଟରେ ସାମିଲ କରିବା ନିମନ୍ତେ ଏହି ସମ୍ପ୍ରସାରଣ କରାଯିବ। ଯେଉଁମାନେ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିବେ ସେମାନଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ଜୁନ୍‌ ୮ରେ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥିଲେ। ସେତେବେଳେ କେତେକ ପ୍ରମୁଖ ନେତାଙ୍କ ସମେତ ୧୨ ଜଣଙ୍କୁ କ୍ୟାବିନେଟରୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ନିଆଯାଇଥିଲା। ଏଥର ମଧ୍ୟ ସେହିଭଳି ଅଦଳବଦଳ କରାଯାଇପାରେ ବୋଲି ଆଶା କରାଯାଉଛି। ମନ୍ତ୍ରିମଣ୍ଡଳରେ ଲୋକ ସଭାରୁ ଅଧିକ ସଦସ୍ୟଙ୍କୁ ସାମିଲ କରିବା ସହ ଗୁଜରାଟରେ ଭାଜପାକୁ ସର୍ବାଧିକ ଆସନରେ ବିଜୟ କରାଇଥିବାରୁ ପୁରସ୍କାର ସ୍ବରୂପ ସେଠାର କେତେଜଣ ଏମ୍‌ପିଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri