ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ , ୩ ଲକ୍ଷ ଟଙ୍କାର ସୁନା ନେଇ ପ୍ରେମିକ ସାଙ୍ଗରେ ଫେରାର

ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ । ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସିଥିଲେ। ସେଠାରେ ସେ ପୂର୍ବତନ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। କଣ୍ଟାବାଞ୍ଜି ଧୋବପଡ଼ାର ଯୁବତୀ ମୁରିବାହାଲ କର୍ଲା ଗାଁରେ ବାହା ହୋଇଥିଲେ। ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା ସହ ଫେରାର ହୋଇଥିବା ସୂଚନା ମିଳିଛି। ଝିଅର ବାପା ଓ ସ୍ବାମୀଙ୍କ ପକ୍ଷରୁ ଏନେଇ ଅଭିଯୋଗ ହୋଇଛି।

Dharitri – Odisha’s No.1 Odia Daily

Share