ଜଙ୍ଗଲର ରାଜା ଭାବରେ ସିଂହ ପରିଚିତ। ସିଂହକୁ ସମସ୍ତ ପଶୁପକ୍ଷୀ ଭୟ କରିଥାନ୍ତି। ମାତ୍ର ଜଙ୍ଗଲର ରାଜା ହୋଇ ମଧ୍ୟ ଅନ୍ୟ ପ୍ରାଣୀଙ୍କୁ ଦେଖି ଭୟଭୀତ ହେବା ଆଶ୍ଚର୍ଯ୍ୟର କଥା।
ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ହସ ରୋକି ପାରିବେନି। ସିଂହର ସାହସିକତା ଏବଂ ଭୟଙ୍କର ପ୍ରକୃତି ଯୋଗୁ ଅନ୍ୟ ପଶୁପକ୍ଷୀ ଭୟ କରିଥାନ୍ତି। କିନ୍ତୁ ଏଥର ସିଂହ ସହିତ ଯାହା ଘଟିଛି, ତାହା ସମସ୍ତଙ୍କୁ ଚକିତ କରିଛି। ସିଂହ ମଇଁଷିପଲଙ୍କୁ ଦେଖି ଭୟରେ ଏକ ଗଛକୁ ଚଢ଼ିଯାଉଛି।
ଭାଇରାଲ ହେଉଥିବା ଭିଡିଓରେ ମଇଁଷିପଲ ସିଂହ ନିକଟକୁ ଆସୁଥିବାର ନଜର ଆସିଛନ୍ତି। ଏତେ ସଂଖ୍ୟାରେ ମଇଁଷି ଦେଖି ଜଙ୍ଗଲ ରାଜା ଅବସ୍ଥା ବିଗିଡ଼ିଗଲା। ସେ ଭୟଭୀତ ହୋଇ ଗଛ ଉପରକୁ ଚଢ଼ିଗଲା। ଭିଡିଓଟି ଓ୍ବାଇଲର୍ଡ ଆନିମଲ ଶଟର୍ସ ନାମକ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମଇଁଷିଙ୍କୁ ଦେଖି ଜୀବନ ବଞ୍ଚାଇବାକୁ ଗଛରେ ଚଢ଼ିଗଲା ସିଂହ।
ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୨୧୦୦୦ରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର ବେଶ୍ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଅନ୍ୟମାନଙ୍କ ଜୀବନ ନେଉଥିବା ରାଜାଙ୍କ ଅବସ୍ଥା ଖରାପ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଆଜି ସିଂହ ରାଜା ବୁଝିଲେ ଜୀବନର ମୂଲ୍ୟ କ’ଣ?


