Posted inଖେଳ

ବିଶ୍ୱକପ୍‌ ଲାଗି ଆଫଗାନିସ୍ତାନର ଦଳ ଘୋଷଣା: ୨ ବର୍ଷ ପରେ ଦିନିକିଆ ଟିମ୍‌କୁ ଫେରିଲେ ‘କୋହଲିଙ୍କ ଶତ୍ରୁ’

ନୂଆଦିଲ୍ଲୀ,୧୪।୯: ଅକ୍ଟୋବର ୫ରୁ ଭାରତରେ ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବ। ଏହା ନଭେମ୍ବର ୧୯ ଯାଏ ଚାଲିବ। ଏହି ଟୁର୍ନାମେଣ୍ଟ ଲାଗି ଆଫଗାନିସ୍ତାନ ୧୫ ଜଣିଆ ଦଳ ଘୋଷଣା କରିଛି। ଏହି ଟିମ୍‌ରେ ନବୀନ-ଉଲ୍‌-ହକ ପ୍ରତ୍ୟାବର୍ତ୍ତନ କରିଥିବା ଦେଖାଯାଇଛି। ତେବେ ଆଇପିଏଲ୍‌ ୨୦୨୩ରେ ନବୀନଙ୍କ ସହ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିବାଦ ଚର୍ଚ୍ଚାରେ ରହିଥିଲା । ପରେ କିନ୍ତୁ ସେ ଏସିଆ କପ୍‌ ଲାଗି ଆଫଗାନିସ୍ତାନ ଦଳରେ ସ୍ଥାନ ପାଇ ନ ଥିଲେ। ଏହାକୁ ନେଇ ସେ ଦୁଃଖୀ ହୋଇଯାଇଥିଲେ। ଏବେ ସେ ଦଳକୁ ଫେରିବା ନେଇ ଖୁସିବ୍ୟକ୍ତ କରିଛନ୍ତି।

୧୫ ସଦସ୍ୟ ବିଶିଷ୍ଟ ଆଫଗାନିସ୍ତାନ ଟିମ୍‌ରେ ୪ ପରିବର୍ତ୍ତନ କରାଯାଇଛି। ହାଶମତୁଲ୍ଲା ଶାହିଦିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ସେହିଭଳି ଏସିଆ କପ୍‌ରେ ଦଳର ଅଂଶ ନ ଥିବା ୨୩ ବର୍ଷୀୟ ଅଲରାଉଣ୍ଡର ଅଜମାତୁଲ୍ଲା ଓମାରଜାଇଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଛି। ନବୀନ ଦୁଇ ବର୍ଷ ପରେ ଆଫଗାନିସ୍ତାନ ଦିନିକିଆ ଟିମ୍‌କୁ ଫେରିଛନ୍ତି। ହେଲେ ଏସିଆ କପ୍‌ରେ ଭଲ ପ୍ରଦର୍ଶନ କରିଥିବା ବରିଷ୍ଠ ଅଲରାଉଣ୍ଡର ଗୁଲବାଦ୍ଦିନ ନଇବଙ୍କୁ ଦଳରେ ସ୍ଥାନ ମିଳିନାହିଁ।

କହିରଖୁଛୁ, ୨୦୨୩ ମେ ୧ରେ ଲକ୍ଷ୍ନୌରେ ହୋଇଥିବା ଆର୍‌ସିବି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ପରେ ନବୀନ ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚ୍‌ରେ ବିରାଟଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ପରେ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜବରଦସ୍ତ ବିବାଦର ସୂତ୍ରପାତ ହୋଇଥିଲା। ଏବେ ନବୀନ ବିଶ୍ୱକପ୍‌ ଦଳରେ ସାମିଲ ହେବା ପରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri