Posted inଖେଳ

କେବଳ ମ୍ୟାକ୍ସଓ୍ବେଲ ନୁହନ୍ତି, ବରଂ ପୂରା ଅଷ୍ଟ୍ରେଲିଆ ଦଳ ପାଇଁ ଯୋଜନା କରିଛୁ: ଆଫଗାନିସ୍ତାନ ଅଧିନାୟକ

ଲାହୋର,୨୭ା୨: କେବଳ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ପାଇଁ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଆମେ ଯୋଜନା ପ୍ରସ୍ତୁତ କରିଛୁ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଅନ୍ତିମ ଲିଗ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନ ଅଧିନାୟକ ହାଶମାତୁଲା ଶାହିଦି ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଏହି ମ୍ୟାଚର ବିଜେତା ଦଳ ସେମିଫାଇନାଲରେ ପ୍ରବେଶ କରିବ। ଏଥିଯୋଗୁ ଉଭୟ ଦଳ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ।
ଭାବୁଛ କି, ଆମେ କେବଳ ମ୍ୟାକ୍ସଓ୍ବେଲଙ୍କ ସହ ଖେଳିବା ପାଇଁ ଗ୍ରାଉଣ୍ଡରେ ଓହ୍ଲାଇବୁ। ଆମେ ପୂରା ଅଷ୍ଟ୍ରେଲିଆ ଦଳ ଲାଗି ଯୋଜନା ପ୍ରସ୍ତୁତ କରିଛୁ। ମୋତେ ଜଣାଅଛି ଯେ, ମ୍ୟାକ୍ସଓ୍ବେଲ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଖୁବ ଭଲ ଖେଳିଥିଲେ। କିନ୍ତୁ ତାହା ବର୍ତ୍ତମାନ ଇତିହାସ।

ସେହି ପରାଜୟ ପରେ ଆମେ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ରେ ହରାଇଥିଲୁ। ଆମେ ସମସ୍ତ ପ୍ରତିପକ୍ଷ ଦଳ କଥା ଚିନ୍ତା କରୁ। ଆମେ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ସହ ଖେଳିବା ପାଇଁ ଯୋଜନା ସହ ଗ୍ରାଉଣ୍ଡକୁ ଓହ୍ଲାଉ ନାହିଁ। ଆମେ ଶ୍ରେଷ୍ଠ ଯୋଜନା ସହିତ ପରବର୍ତ୍ତୀ ମ୍ୟାଚରେ ଓହ୍ଲାଇବୁ।

ଆମେ କେବଳ ମ୍ୟାକ୍ସଓ୍ବେଲଙ୍କ ସହ ନୁହେଁ, ବରଂ ପୂରା ଅଷ୍ଟ୍ରେଲିଆ ଦଳ ସହ ଖେଳିବୁ ବୋଲି ଶାହିଦି କହିଛନ୍ତି। ଏତଦ ବ୍ୟତୀତ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସମ୍ପର୍କରେ ପ୍ରକାଶ କରିଛନ୍ତି ଯେ, ମୋ ମତରେ ଏହା ଏକ ଭଲ କ୍ରିକେଟ ମ୍ୟାଚ ହେବ। ସବୁକିଛିକୁ ଆମେ ସରଳ ରଖିବା ଉପରେ ପ୍ରାଧ୍ୟାନ୍ୟ ଦେବୁ। ସେମିଫାଇନାଲରେ ଖେଳିବା ଲାଗି ଅଧିକ ଚିନ୍ତା କରିବୁ ନାହିଁ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ଏବଂ ଭଲ ଯୋଜନା ସହ ଆସିବୁ। ଆଫଗାନିସ୍ତାନ ଲୋକେ ସର୍ବଦା ଆମ ପାଇଁ ଚିୟର କରନ୍ତି। ଏଠାରେ ଆମର ଅନେକ ଆଫଗାନିସ୍ତାନ ଲୋକେ ଅଛନ୍ତି।

ଏଣୁ ସେମାନଙ୍କ ସମର୍ଥନ ଆମ ପ୍ରତି ସର୍ବଦା ରହିବ। ଆମେ ଶୁକ୍ରବାର ସକାଳେ ଉଠିଲା ପରେ ପ୍ରତିପକ୍ଷ ଦଳକୁ ଭଲ ଭାବେ ବିଶ୍ଲେଷଣ କରିବୁ। ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦ୍ୱାରା ପ୍ରଦତ୍ତ ୨୯୨ ରନର ଟାର୍ଗେଟ ଜବାବରେ ଏକଦା ୧୦୦ ରନ ମଧ୍ୟରେ ୭ ଉଇକେଟ ହରାଇଥିବା ଅଷ୍ଟ୍ରେଲିଆ ମ୍ୟାକ୍ସଓ୍ବେଲଙ୍କ ଅପରାଜିତ ଦ୍ୱିଶତକ ବଳରେ ମ୍ୟାଚ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri