Posted inଫୁରସତ

କରୋନା ରୋଗୀଙ୍କ ପାଇଁ ଶସ୍ତା ଭେଣ୍ଟିଲେଟର ତିଆରି କଲେ ମହିଳା

କରୋନା କବଳରେ ସମଗ୍ର ବିଶ୍ୱ। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ ଏହି କରୋନା କାଳରେ ଯେଉଁମାନଙ୍କ ନିକଟରେ ଚିକିିତ୍ସା ବ୍ୟବସ୍ଥା ପହଞ୍ଚି ପାରୁ ନାହିଁ ସେମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ଏଥିପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି।
ଏହାକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନର ୭ ମହିଳା ମିଶି ଏକ ଶସ୍ତା ଭେଣ୍ଟିଲେଟର ତିଆରି କରିଛନ୍ତି। ନିଜ ଦେଶର ଅବସ୍ଥାକୁ ଦେଖି ସେମାନେ ଏଭଳି ଭେଣ୍ଟିଲେଟର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗତ ମାର୍ଚ୍ଚ ମାସରୁ ସେମାନେ ଏହା ଉପରେ କାମ ଆରମ୍ଭ କରିଥିଲେ। ଦୀର୍ଘ ୪ ମାସ ପରେ ଅର୍ଥାତ୍‌ ଜୁଲାଇରେ ସେମାନେ ଏଥିରେ ସଫଳ ହୋଇଛନ୍ତି। ଏଥିପାଇଁ ସେମାନେ କାରର ପୁରୁଣା ଯନ୍ତ୍ରାଂଶକୁ ବ୍ୟବହାର କରିଥିଲେ। ଏହାର ଡିଜାଇନ୍‌ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଉପରେ ଆଧାରିତ। ତେବେ ହାଓ୍ବଡା ୟୁନିଭର୍ସିଟି ଏଥିରେ ସେମାନଙ୍କୁ ଗାଇଡ୍‌ କରିଥିଲା। ଏହି ଭେଣ୍ଟିଲେଟରକୁ ଯେପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ କୌଣସି ଅସୁବିଧା ନ ହୁଏ ତାହା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖି ଏହାକୁ ତିଆରି କରାଯାଇଛି। ଏହାର ବ୍ୟାଟେରି ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। ଏହାର ମୂଲ୍ୟ ୭ଶହ ଡଲାର( ଭାରତୀୟ ଟଙ୍କାର ୫୦ ହଜାର) ହେବ। ମାତ୍ର ସାଧାରଣ ଭେଣ୍ଟିଲେଟରର ମୂଲ୍ୟ ୨୦ ହଜାର ଡଲାର, ଯାହାକି ଭାରତୀୟ ମୂଲ୍ୟରେ ୧୪ ଲକ୍ଷ ଲକ୍ଷ ଟଙ୍କା ହେବ। ଫାଇନାଲ ଟେଷ୍ଟ ପରେ ଏହାକୁ ହସ୍ପିଟାଲକୁ ପଠାଯିବ ବୋଲି ଜଣାପଡ଼ିଛି। ଏହି ସଫଳତା ସେମାନେ ଉକ୍ତ ଟିମ୍‌ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ସାପ ଆତଙ୍କ: ଅଧ୍ୟାପକଙ୍କ ଘରେ ବିରାଟ ନାଗ, ଆଉ ତା’ ପରେ……

ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ…

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକ ସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ପରୀକ୍ଷାରେ ପେପର…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଜୁଲାଇ ୩୧ରୁ ମିଳିବନି ଚିକେନ୍! ବିକ୍ରି ବନ୍ଦ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୯ା୭: ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ, ଯେଉଁଠାରେ ଭିନ୍ନ ଭିନ୍ନ ଧର୍ମ, ବିଶ୍ୱାସ ଏବଂ ଚିନ୍ତାଧାରାର ଲୋକମାନେ ବାସ କରନ୍ତି। ଆମିଷ (ନନ୍-ଭେଜ୍) ଖାଉଥିବା ଲୋକଙ୍କ…

ଲୋକ ସଭାରେ ରାହୁଲ ଖୋଲାଖୋଲି କହିଦେଲେ ଏକ ବଡ଼ କଥା, ରାଗିଗଲେ କିରେନ ରିଜିଜୁ, କହିଲେ କ୍ଷମା ନ ମାଗିଲେ…

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ପେପର ଲିକ୍‌ ବିରୋଧୀ ବିଲ୍‌ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଭାଷଣ ରଖିଥିଲେ। ଏହି ସମୟରେ ରାହୁଲ ଜୋର୍‌ ଦେଇ କହିଥିଲେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri