Posted inଜାତୀୟ

ବିଦେଶରେ ବିବାହ ଆୟୋଜନ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୭ା୧୧: ବିଦେଶରେ ବିବାହ ଆୟୋଜନ କରିବା କେତେକ ଧନୀ ପରିବାର ପାଇଁ ଏକ ପ୍ରବୃତ୍ତିରେ ପରିଣତ ହୋଇଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି। ବିଦେଶରେ ବିବାହ ଆୟୋଜନ କରିବା କ’ଣ ଜରୁରୀ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାରତ ମାଟିରେ ବିବାହ ଉତ୍ସବ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଦେଶର ଟଙ୍କା ବିଦେଶକୁ ଯିବ ନାହିଁ ବୋଲି ରବିବାର ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ କହିଛନ୍ତି। ସେହିପରି ବିବାହ ପାଇଁ ସାମଗ୍ରୀ କିଣିବା ସମୟରେ ସ୍ବଦେଶୀ ଉତ୍ପାଦ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଆଗକୁ ବିବାହ ଋତୁ ଆସୁଥିବାବେଳେ ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି କେତେକ ବାଣିଜ୍ୟ ସଂଗଠନ ଆକଳନ କରିଛନ୍ତି। ଭୋକାଲ ଫର୍‌ ଲୋକାଲ ଅଭିଯାନ ବିକାଶର ଏକ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଡିଜିଟାଲ ପେମେଣ୍ଟ ଯଥେଷ୍ଟ ବଢ଼ିଛି। ଗୋଟିଏ ମାସ ଆଦୌ ନଗଦ ଅର୍ଥ ପୈଠ ନ କରି କେବଳ ଡିଜିଟାଲ ପେମେଣ୍ଟ କରନ୍ତୁ ଓ ସେହି ମାସର ଅଭିଜ୍ଞତାକୁ ମୋ ସହ ଶେୟାର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଦେଶ ରବିବାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ସେଦିନର ସବୁଠୁ ଜଘନ୍ୟ ଆକ୍ରମଣର ଭୟାବହତାକୁ ମନେପକାଇଥିଲେ। ସେଦିନର ଆକ୍ରମଣ ମୁମ୍ବାଇ ସମେତ ସାରା ଦେଶକୁ ଦୋହଲାଇଦେଇଥିଲା। ତେବେ ଦେଶ ଏହାର ସାମର୍ଥ୍ୟ ବଳରେ ଉକ୍ତ ଆକ୍ରମଣର ମୁକାବିଲା କରିବା ସହ ଏବେ ଦୁଃସାହସର ସହ ଆତଙ୍କବାଦକୁ ନିପାତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଏତ୍‌ର ନିଷ୍ପତ୍ତିରେ ବଢ଼ିଲା ପାକିସ୍ତାନର ଚିନ୍ତା, ଇରାନ ଯୁଦ୍ଧ ସମୟରେ ଏପରି ଘଟିଲା ​​ଯାହା…

କତାର,୮ା୩: ଇରାନରେ ବଢ଼ୁଥିବା ଯୁଦ୍ଧ ଏବେ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅନେକ ତୈଳ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri