Posted inଜାତୀୟ

ଆଡଭାନୀଙ୍କୁ ଭେଟିଲେ ଶାହା: ୩୦ମିନିଟ୍‌ ଧରି ଚାଲିଲା ଆଲୋଚନା

ନୂଆଦିଲ୍ଲୀ,୨୨।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ବୁଧବାର ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ଓ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଏହି ସାକ୍ଷାତକାର ପ୍ରାୟ ୩୦ ମିନିଟ୍‌ର ରହିଥିଲା। ଏହି ସମୟରେ ଭାଜପା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ୧୫୦ ଲୋକ ସାମିଲ ହେବେ। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ଲାଲକୃଷ୍ଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସେ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ଏକ ରଥ ଯାତ୍ରା ବାହାର କରିଥିଲେ। ସେହିପରି ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାରେ ଆଡଭାନୀ, ମୁରଲୀ ମନୋହର ଜୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତେବେ ଆସନ୍ତା ୨୪ରେ ବାବ୍ରି ମସ୍‌ଜିଦ୍‌ ଭାଙ୍ଗିବା ଘଟଣାରେ ଆଡଭାନୀ ହାଜର ହେବେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସିବିଆଇର ସ୍ବତନ୍ତ୍ର କୋର୍ଟରେ ସେ ହାଜର ହେବେ। ଏହି ସମୟରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାସିବାଦୀ ଶକ୍ତିକୁ ସହାୟତା କରୁଛନ୍ତି ମମତା

ନୂଆଦିଲ୍ଲୀ, ୩।୧୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଂଗ୍ରେସ ସୁବିଧାବାଦୀ ରାଜନେତ୍ରୀ ବୋଲି କହିଛନ୍ତି। ଦେଶର ସର୍ବପୁରାତନ ଦଳ ବିରୋଧରେ ଲଢ଼ି ସେ ଫାସିଦାଦୀ ଶକ୍ତିକୁ ସହାୟତା...

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି)...

ଖଣି ଖନନ ସମୟରେ ଚାପି ହୋଇ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଜୟପୁର,୩ା୭: ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ସିକର ଜିଲ୍ଲାର ନିମ୍‌କା ଥାନା ଅଞ୍ଚଳରେ ପାଟନ ନିକଟରେ ଖଣି ଖନନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।...

ଟସ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ମ୍ୟାଚ ହେଉଛି। ଏହି ମ୍ୟାଚ ଜୟପୁରର ସାୱାଇ...

ଭିଆଇପି ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ...

ଭାଜପା ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୧୭।୮ : କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ମଙ୍ଗଳବାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। କୁଲଗାମ ଜିଲାର ନିର୍ବାଚନମଣ୍ଡଳୀର ଭାଜପା ଇନଚାର୍ଜରେ ଥିଲେ ଜାଭିଦ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ମେଥି

ପାଟିକୁ କଡା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉକାରୀ ମେଥି। ଆୟୁର୍ବେଦ ଔଷଧ ପ୍ରସ୍ତୁତିରେ ମେଥିର ଆବଶ୍ୟକତା ଢେର୍‌ ଅଧିକ। ମେଥିରେ ମ୍ୟାଗ୍ନେସିୟମ, ଆଇରନ,...

ଟିଏମ୍‌ସି ନେତ୍ରୀ ନୀଳିମାଙ୍କ ସମେତ ପରିବାରର ୩ ଜଣଙ୍କୁ ହତ୍ୟା

କୋଲକାତା, ୭ା୪ ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲା ଅନ୍ତର୍ଗତ ସିତଲକୁଚିଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ନୀଳିମା ବର୍ମନ, ତାଙ୍କ ସ୍ବାମୀ ବିମଲ ବର୍ମନ ଓ ସେମାନଙ୍କ...

Advertisement
Archives

Model This Week