ବର୍ଷା ପାଇଁ ଆଗୁଆ ଚାରାରୋପଣ: ରାଜ୍ୟରେ ୫୧ ବନଖଣ୍ଡରେ ଲାଗିବ ୭ କୋଟି…

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ କିଛିବର୍ଷ ହେବ ରାଜ୍ୟରେ ଚାରାରୋପଣ ଏବଂ ବଣ୍ଟନ କାର୍ଯ୍ୟ ବିଳମ୍ବ ହେଉଥିଲା। ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହେଉଥିଲେ। ଯଦି ଜୁଲାଇରେ ମଧ୍ୟ ଠିକ ଭାବେ ବର୍ଷା ନ ହେଲେ ତେବେ ତାହା ଅଗଷ୍ଟ ମାସରେ ଲଗାଯାଉଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାରା ରୋପଣ ହେଉଥିଲା ତାହା କିଛି ମାତ୍ରାରେ ବାଧାପ୍ରାପ୍ତ ହେଉଥିଲା। ଗତବର୍ଷ ୬ କୋଟିରୁ ଊର୍ଦ୍ଧ୍ୱ ଚାରା ରୋପଣ ହୋଇଥିଲା।
କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ବାୟୁ ଓଡିିଶା ଛୁଇଁବା ସହ ଅନେକ ଅଞ୍ଚଳରେ ବର୍ଷା ହେଉଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ତେଣୁ ଏ ନେଇ ବନ ବିଭାଗ ତତ୍ପର ହେବା ସହ ଗୁରୁବାର ଠାରୁ ଚାରା ବଣ୍ଟନ ଏବଂ ରୋପଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିସହ ଶୁକ୍ରବାର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସଚିବ ସତ୍ୟବ୍ରତ ସାହୁ ଚାରା ରୋପଣ ଏବଂ ବଣ୍ଟନ କାର୍ଯ୍ୟ କିଭଳ ତ୍ୱରାନ୍ବିତ ହେବ ସେଥିପାଇଁ ଅନ୍‌ଲାଇନ ମାଧ୍ୟମରେ ସମୀକ୍ଷା କରିଥିଲେ। ରାଜ୍ୟର ୩୭ଟି ଆଞ୍ଚଳିକ ବନଖଣ୍ଡ ଏବଂ ୧୪ଟି ବନ୍ୟପ୍ରାଣୀ ବନଖଣ୍ଡରେ ଚଳିତ ବର୍ଷ ୭ କୋଟି ୫୦ ଲକ୍ଷ ଚାରା ରୋପଣ କରିବା ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ବିଭାଗ ସହ ମିଶି ଏହି ଲକ୍ଷ୍ୟ ପୂରଣ କରାଯିବ। ଏଥିସହ ବିଭିନ୍ନ ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ଚାରା ରୋପଣ ପାଇଁ କୁହାଯିବ । ରାଜ୍ୟରେ ୧୦ ହଜାର ଇକୋ କ୍ଲବ ଅଛି। ବିଦ୍ୟାଳୟ ଗୁଡ଼ିକ ଖୋଲିବା ପୁର୍ବରୁ ଇକୋ କ୍ଲବ ସହାୟତାରେ ଏକ ସପ୍ତାହ ମଧ୍ୟରେ ଲକ୍ଷାଧିକ ଚାରା ରୋପଣ କିଭଳି ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ପଡିବ। ତାହାହେଲେ ଯାଇ ଲକ୍ଷ୍ୟ ସାଧନ ହୋଇପାରିବ। ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ସଚିବ ସାହୁ ବିଭାଗୀୟ ଅଧିକାରୀ ମାନଙ୍କୁ
ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ରେ ୧୦ ଲକ୍ଷ ଚାରା ଲୋକଙ୍କୁ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ୫୦ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ବିଭିନ୍ନ ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ, ଇକୋ କ୍ଲବ, ସାଧାରଣ ଲୋକଙ୍କୁ ଚାରା ବଣ୍ଟନ କରାଯାଉଅଛି। ଏନେଇ ବୁଗୁଡ଼ା, ପୋଲସରା, ଆସିକା, ବଡଗଡ ,ସୋରଡା ରେଞ୍ଜରେ ଚାରା ବଣ୍ଟନ ଚାଲିଛି ବୋଲି ଡିଏଫ ଓ ବିନୋଦ ଆଚାର୍ଯ୍ୟ ଏଠାରେ ସୂଚନା ଦେଇଛନ୍ତି।
ସେହିଭଳି ଉତ୍ତର ଘୁମୁସର ବନଖଣ୍ଡରେ ୧୧ ଲକ୍ଷ ୫୦ ହଜାର ଚାରା ବଣ୍ଟନ ହେବାକୁ ଥିବା ବେଳେ ୨ ଲକ୍ଷ ୯୮ ହଜାର ଚାରା ଖୋଲା ଜଙ୍ଗଲରେ ରୋପଣ ହେବ ବୋଲି ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଚାରା ରୋପଣରେ ଅନେକ ଅନିୟମିତତା ହେଉଥିଲା। କିନ୍ତୁ ବିଗତ କିଛି ବର୍ଷ ହେବ ଚାରା ରୋପଣ ପୁର୍ବରୁ ଏବଂ ପରେ ଜିପିଏସ ମାଧ୍ୟମରେ ଫଟୋ ଉଠାଇ ବିଭାଗର ସ୍ବତନ୍ତ୍ର ଆପରେ ତୁରନ୍ତ ଲୋଡ କରାଯାଉଛି । ଏଥିସହ ବଡ ଚାରା ବିଭାଗ ପକ୍ଷରୁ ରୋପଣ ହେଉଛି। ଫଳରେ ଚାରା ମରିବା ହାର ମଧ୍ୟ ବହୁତ କମିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri