ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କ୍ଲିନିକ୍‌ର ଉଦ୍‌ଘାଟନୀ ଉସତ୍ବରେ ଯୋଗଦେଇ କହିଛନ୍ତି, ବୟସ୍କ ଟିକାକରଣକୁ ପ୍ରୋତ୍ସାହିତ କରିବା କେବଳ ରୋଗକୁ ରୋକି ନ ଥାଏ ବରଂ ସୁସ୍ଥ ରଖିଥାଏ ଏବଂ ଆର୍ଥିକ ବିକାଶ ତଥା ସାମାଜିକ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମଣିପାଲ ହସ୍ପିଟାଲର ଆସୋସିଏଟ କନ୍‌ସଲଟାଣ୍ଟ (ସଂକ୍ରାମକ ରୋଗ) ଡା. ଶୁଭଶ୍ରୀ ସାମନ୍ତରାୟ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ନିମୋକୋକାଲ ଟିକାକରଣର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ସିଦ୍ଧାର୍ଥ ମିଶ୍ର ଏବଂ ଫାଇଜର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅଭିଜ୍ଞ ପରାମର୍ଶଦାତାଙ୍କୁ ନେଇ ଗଠିତ ଏକ ପ୍ୟାନେଲରେ ଏହି ଟିକାକରଣ ଉପରେ ଆଲୋଚନା କରାଯାଇଥିଲା। ସେହିପରି ଫୁସ୍‌ଫୁସ୍‌ ରୋଗୀଙ୍କ ପାଇଁ ପ୍ରତିରୋପଣ ଆବଶ୍ୟକତା ଉପରେ ପଲ୍‌ମୋନାରି ମେଡିସିନ ଏବଂ ସ୍ବତନ୍ତ୍ର ଯତ୍ନ ଉପରେ ବରିଷ୍ଠ ପରାମର୍ଶଦାତା ଡା. ଶରତ କୁମାର ବେହେରା ଗୁରୁତ୍ୱାରୋପ କରିଥିଲେ। ଗର୍ଭବତୀ ଏବଂ ଯୁବତୀମାନଙ୍କ ପାଇଁ ଟିକା ରଣନୀତି ଉପରେ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ବରିଷ୍ଠ ପରାମର୍ଶଦାତା ଡା. ହରପ୍ରୀତ କୌର ମତ ରଖିଥିଲେ। ଯାତ୍ରା କରିବା ପୂର୍ବରୁ ଏବଂ ପ୍ରତିରୋପଣକାରୀ ରୋଗୀଙ୍କ ପାଇଁ ଟିକାକରଣର ଆବଶ୍ୟକତା ଉପରେ ଇଣ୍ଟରନାଲ ମେଡିସିନର ପରାମର୍ଶଦାତା ଡା. ତନ୍ମୟ ସାହୁ ଆଲୋକପାତ କରିଥିଲେ। ମେଡିକାଲ ବ୍ୟାପାର ନିର୍ଦ୍ଦେଶକ ଫିଫାଇଜର ଡା. ସନ୍ତୋଷ ତୌର କହିଛନ୍ତି, ଏହି କ୍ଲିନିକ୍‌ର ସ୍ଥାପନା ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ ଆମ ପ୍ରୟାସରେ ଏକ ମାଇଲଖୁଣ୍ଟ ତିଆରି କରିଛି। ଏହି କ୍ଲିନିକ୍‌ରେ ହେପାଟାଇଟିସ୍‌ ଏ ଏବଂ ହେପାଟାଇଟିସ୍‌ ବି, ଏଚ୍‌ପିଭି ସଂକ୍ରମଣ, ଚିକେନ୍‌ପକ୍ସ ଏବଂ ଭାରିସେଲା, ମିଳିମିଳା, ଇନ୍‌ଫ୍ଲୁଏନ୍‌ଜା, ମିସେଲସ, ମମ୍ପସ ଏବଂ ରୁବେଲା, କୋଭି, ଟିଟାନସ୍‌, ଡିପ୍‌ଥେରିଆ ଏବଂ ପର୍ଟ୍ୟୁସିସ, କୋଭିଡ୍‌-୧୯ ଆଦି ରୋଗ ପ୍ରତିରୋଧ ପାଇଁ ଟିକା ପ୍ରଦାନ ବ୍ୟବସ୍ଥା ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri