ପାରିବାରିକ ହିଂସା, ବାପାଙ୍କ ବେକ କାଟିଦେଲେ ପୋଷ୍ୟ ପୁଅ

ଦିଗପହଣ୍ଡି,୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୧ ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ ହିଂସା କାରଣରୁ ପୋଷ୍ୟପୁଅ କୁନା ସାହୁ ଉତ୍ତେଜିତ ହୋଇ ତାଙ୍କ ବୃଦ୍ଧ ବାପା ସିମାଞ୍ଚଳ ସାହୁ(୮୦) ଙ୍କ ବେକକୁ କୌଣସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟି ଦେଇଛନ୍ତି ।

ଗାଁର ଠାକୁରାଣୀ ଛକରେ ରହୁଥିବା ସିମାଞ୍ଚଳଙ୍କୁ ପଡୋଶୀମାନେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବରପାଇ ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ଏନେଇ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ସିମାଞ୍ଚଳ ନିଃସନ୍ତାନ ଥିବାରୁ ଜକର ଗ୍ରାମରେ ରହୁଥିବା ତାଙ୍କ ସଢୁଙ୍କ ପୁଅ କୁନାଙ୍କୁ ପୋଷ୍ୟପୁଅ ଭାବେ ଆଣି ଘରେ ରଖିଥିଲେ । ପାରିବାରିକ ବିବାଦ କାରଣରୁ ରବିବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କୁନା ଉତ୍ତେଜିତ ହୋଇ ବାପା ସିମାଞ୍ଚଳଙ୍କ ବେକକୁ କାଟି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Share