ତାରାତାରିଣୀ ପୀଠ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ପୁରୁଷୋତ୍ତମପୁର,୨୮ା୮(ସୀମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଞ୍ଜାମ ଜିଲା ଗସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ଓ ବଡ଼ଖରିଡ଼ା କାଳେଶ୍ବର ମନ୍ଦିର ମଡେଲ ପାର୍କକୁ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। କିପରି ଏହାର ଆହୁରି ବିକାଶ ଘଟିବ ସେଥିନେଇ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ ବିଜୟକୁମାର ବେହେରା, ବିଡିଓ ଶରତ କୁମାର ପାତ୍ର ଓ ତହସିଲଦାର ବିନୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share