ପ୍ରଶାସନ ପକ୍ଷରୁ ତତ୍ପରତା: ବଙ୍ଗଭାଷୀଙ୍କୁ ମିଳିବ ସ୍ଥାୟୀ ଜମି ପଟ୍ଟା

ମହାକାଳପଡ଼ା,୫ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର , ଖରିନାସୀ, ରାମନଗର ସମେତ ଅନ୍ୟ ବଙ୍ଗଭାଷୀ ଅଞ୍ଚଳରେ ସରକାରୀ ଜମି ଜମା ସମସ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର ଆୟର, ଅତିରିକ୍ତ ଜିଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ମଲିକ, ଉପଜିଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଏସ୍‌ପି ସୁଧାକର ସାହୁ, ତହସିଲଦାର ଶିବ ମଲିକ , ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର, ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ରାମଚଣ୍ଡୀ ସର୍କଲ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ଚାଷୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଶେଷ କରି ବଙ୍ଗଭାଷୀମାନେ ୧୯୬୬ଠାରୁ ସରକାରୀ ଜମିକୁ ଦୀର୍ଘବର୍ଷ ଧରି ଦଖଲ କରି ଚାଷ ଓ ବସବାସ କରୁଛନ୍ତି। ଏମାନେ ଇଣ୍ଟିମେଶନ ଲେଟର ବା କେ ଫର୍ମ ପଟ୍ଟା ଦର୍ଶାଇ ଦଖଲ କରିଛନ୍ତି। ଏମାନେ ୪ ହଜାର ଏକରରୁ ଅଧିକ ଜମି ଦୀର୍ଘବର୍ଷ ଧରି ଦଖଲ କରିଥିବାରୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଦାବି ହୋଇଆସୁଛି ବୋଲି କୁହାଯାଇଛି। ଏମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ପାରାଦୀପ-ରୁମାଲିଗଡ଼ ପାଇପ ଲାଇନ ଯାଉଥିବା ତେନ୍ତୁଲି କନ୍ଧା ଗ୍ରାମ ଜମି ହରାଇବା ଚାଷୀ ଓ ଜମି ମାଲିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଉଚିତ ଜମିର ମୂଲ୍ୟ ପ୍ରଦାନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ବିଗତ ୩ ବର୍ଷର ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଦଳିବ ଡ୍ରେସକୋର୍ଡ

ଭୁବନେଶ୍ବର,୨।୨: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତିର ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ୍ ।…

ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ: ତହସିଲ ଅଫିସ ଘେରାଉ କଲେ ଅଞ୍ଚଳବାସୀ

ଲାଞ୍ଜିଗଡ, ୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସବ-ରେଜିଷ୍ଟର କାର୍ଯ୍ୟାଳୟ ସ୍ଥାପନରେ ପ୍ରଶାସନର ଟାଳଟୁଳ ନୀତିକୁ ବିରୋଧ କରି ଅଞ୍ଚଳବାସୀ ସୋମବାର ଲାଞ୍ଜିଗଡ…

ମଧ୍ୟବିତ୍ତଙ୍କ ପାଇଁ ବଜେଟର ଏହି ୧୪ ବଡ଼ ଘୋଷଣା, ମିଳିବ ଲାଭ ହିଁ ଲାଭ!

ନୂଆଦିଲ୍ଲୀ,୨।୨: ବଜେଟ 2026 ରେ ବେତନଭୋଗୀ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ଘୋଷଣା କରାଯାଇଥିଲା। ତଥାପି, ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟକର…

ପାକିସ୍ତାନ T20 ବିଶ୍ୱକପ ବର୍ଜନ ପରେ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି। T20 ବିଶ୍ୱକପରେ ପାକିସ୍ତାନ ଭାରତ ବିପକ୍ଷରେ ଏକ ଗ୍ରୁପ ପର୍ଯ୍ୟାୟ…

ଅଦୃଶ୍ୟ ଆକ୍ରମଣକାରୀ ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ୍‌ ଆଧୁନିକ ବିଶ୍ୱର ସବୁଠାରୁ ବ୍ୟାପକ କିନ୍ତୁ ସବୁଠାରୁ କମ୍‌ ଦୃଶ୍ୟମାନ ପ୍ରଦୂଷକ ମଧ୍ୟରୁ ଗୋଟିଏ। ଏହା ୫ ମିଲିମିଟରରୁ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡ ଭାବରେ ପରିଭାଷିତ।…

ଫେବୃଆରୀରେ ଖୋଲିବ ଏହି ଦୁଇ ରାଶିର ଭାଗ୍ୟ, ସବୁ ସ୍ୱପ୍ନ ସତ ହେବ!

ଫେବୃଆରୀ ମାସ କନ୍ୟା ଏବଂ କୁମ୍ଭ ରାଶି ପାଇଁ ଉତ୍କୃଷ୍ଟ ପ୍ରମାଣିତ ହେବ । ସେମାନେ ପ୍ରତ୍ୟେକ ପ୍ରୟାସରେ ସଫଳତା ପାଇବେ । ସେମାନଙ୍କର ଆର୍ଥିକ ସ୍ଥିତି…

ଅନନ୍ୟ ପ୍ରତିଭା ଦେଖାଇଲେ ଅଭିଜିତ-ପ୍ରୀତିଶଙ୍କର

ଗୁଣପୁର, ୨/୨(ସଂକେତ ପାତ୍ର):ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ (Mechanical Engineering) ବିଭାଗର ତୃତୀୟ ବର୍ଷର ଦୁଇ ଜଣ ଛାତ୍ର ଅଭିଜିତ ନାରାୟଣ ସେଠୀ ଓ ପ୍ରୀତିଶଙ୍କର ପଣ୍ଡା…

ଓଡ଼ିଶାରେ ବିକ୍ରି କଲେ ଧାନ, କେରଳ ଆକାଉଣ୍ଟରେ ଜମା ହେଲା ଟଙ୍କା

ଲୋଇସିଂହା,୨।୨(ସୁଶାନ୍ତ ବାରିକ):ଏବେ ବି ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ନେଇ ଅବ୍ୟବସ୍ଥା ଲାଗି ରହିଛି। ଧାନ ବିକ୍ରି ବାବଦ ଟଙ୍କା ପାଇବାରେ ଚାଷୀଙ୍କୁ ହଟହଟା ହେବକୁ ପଡୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri