ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର କଞ୍ଚା ଇଟାରେ ବୁଲ୍ଡୋଜର ଚଢ଼ାଇ ନଷ୍ଟ କରି ଦିଆଯାଇଛି।
ଅଞ୍ଚଳରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇଛି। ଅଞ୍ଚଳରେ ଆଗକୁ ମଧ୍ୟ ଏହି ପଦକ୍ଷେପ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ଏନେଇ ଇଟା ଭାଟି ମାଲିକଙ୍କ ମଧ୍ୟରେ ଛନକା ଦେଖାଦେଇଛି।