ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ନିମନ୍ତେ ଶନିବାର ସମୁଦ୍ର ମଧ୍ୟରେ ପାଟ୍ରୋଲିଂର ଶୁଭାରମ୍ଭ ଜିଲା ବନଖଣ୍ଡ ଅଧିକାରୀ ଶନି ଖୋଖର କରିଛନ୍ତି । ଶୁଭାରମ୍ଭ ବେଳେ ଏସିଏଫ ଦିବ୍ୟ ଶଙ୍କର ବେହେରା, ରମ୍ଭା ଫରେଷ୍ଟର ଡି ପ୍ରଶାନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ପୁରୁଣା ବନ୍ଧ ଜେଟି ନିକଟସ୍ଥ ଋଷିକୂଲ୍ୟା ନଦୀ ମୁହାଣ ଦେଇ ସମୁଦ୍ରର ଚାରି କିଲୋମିଟର ପଯ୍ୟନ୍ତ ଡିଫଓଙ୍କ ସମେତ ବନ ବିଭାଗ କର୍ମଚାରୀ ବୋଟ ସାହାର୍ଯ୍ୟରେ ଭ୍ରମଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଲିକୋଟ ବନ କର୍ମଚାରୀ, ସମସ୍ତ ପରା ଷ୍ଟାଫ, କେମ୍ପ ୱାଚର ଉପସ୍ଥିତ ଥିଲେ ।ଏହି ପ୍ରକ୍ରିୟା ଆସନ୍ତା ମେ ମାସ ପର୍ଯ୍ୟନ୍ତ ଚାଲିବ ।ଚଳିତ ମାସ ଠାରୁ ମେ ମାସ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଡ଼ଙ୍ଗା ନେଇ ମାଛ ମରିବା ନିଷେଧ କରାଯାଇଛି। ମିଳନ ପରେ ପାଗ ଅନୁକୂଳ ହେଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି।