ଆଦିତ୍ୟ ମୃତ୍ୟୁ ମାମଲା: ଦୀପୁ, ସୌମ୍ୟ, ଘର ମାଲିକଙ୍କୁ ପଚରାଉଚରା

ଭୁବନେଶ୍ୱର,୧୭।୭ (ବ୍ୟୁରୋ):ସମାଜସେବୀ ତଥା ମାନବପ୍ରେମୀ ଅଦିତ୍ୟ ଦାସ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। ଭୁବନେଶ୍ୱର ଜିଆର୍‌ପି ଥାନା ପୋଲିସ ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିଛି। ଗୁରୁବାର ପୁଣି ବିକାଶଙ୍କ ସାଙ୍ଗ ଦୀପୁ ଓ ସୌମ୍ୟଙ୍କୁ ପଚରାଉଚରା କରିଛି। ୪ ଘଣ୍ଟାର ପଚରାଉଚରାବେଳେ ପୋଲିସ ବିଭିନ୍ନ ପ୍ରସଙ୍ଗରେ ଜାଣିବାକୁ ଚାହିଁଥିଲା। ତେବେ ଆବଶ୍ୟକ ପଡିଲେ ସେମାନେ ପୁଣି ଥାନାରେ ହାଜର ହେବେ ବୋଲି ପୋଲିସ କହିଛି। ସେମାନେ ଆଦିତ୍ୟ ଓ ସାଙ୍ଗ ବିକାଶଙ୍କ ସମ୍ପର୍କରେ କିଛି ନୂଆ ତଥ୍ୟ ପୋଲିସକୁ ଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ପୋଲିସ ବଲାଙ୍ଗୀରରେ ଥିବା ଆଦିତ୍ୟଙ୍କ ସାଙ୍ଗକୁ ନୋଟିସ କରିଛି। ବଲାଙ୍ଗୀରରେ ଥିବା ସାଙ୍ଗ ଆଦିତ୍ୟଙ୍କ ସହ ନିୟମିତ ଭିଡ଼ିଓ କଲ୍‌ ମାଧ୍ୟମରେ କଥା ହୁଅନ୍ତି। ଏମିତ ିକି ସେହି ସାଙ୍ଗ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି। ତାଙ୍କୁ ଜେରା କରାଗଲେ ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କରେ କିଛିଟା ସୁରାକ ମିଳିବ ବୋଲି ପୋଲିସ ଆଶା ରଖିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଜିଆର୍‌ପି ଥାନାରେ ହାଜର ହେବାକୁ କୁହାଯାଇଛି। ସେହିଭଳି ଆଦିତ୍ୟ ରହୁଥିବା ଭଡ଼ାଘର ମାଲିକଙ୍କୁ ଜେରା କରାଯାଇଥିଲା। ଆଦିତ୍ୟ କେବେଠୁ ଭଡ଼ାରେ ଥିଲେ। କେବେ ମାଲିକଙ୍କ ସହ ଝଗଡା ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ମାଲିକଙ୍କୁ ପୋଲିସ ପଚାରିଥିଲା। ଆଦିତ୍ୟଙ୍କର ବାଳକାଟୀରେ ଥିବା ଏସ୍‌ବିଆଇ ଆକାଉଣ୍ଟ ଓ କଳିଙ୍ଗ ବିହାରରେ ଥିବା ୟୁନିୟନ୍‌ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ମଧ୍ୟ କରିଛି ଜିଆର୍‌ପି। ମୃତ୍ୟୁ ପୂର୍ବରୁ ଏକ ଅଜଣା ନମ୍ବରରେ ଆଦିତ୍ୟ କଥା ହୋଇଥିଲେ। ଏହି ନମ୍ବର କାହାର ତାହାକୁ ନେଇ ମଧ୍ୟ ଜିଆର୍‌ପି ଖୋଲତାଡ଼ କରୁଛି।
ଏଥିସହ ସାମ୍ନାକୁ ଆସିଛି ଆଦିତ୍ୟଙ୍କ ସାଙ୍ଗ ବିକାଶ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଫୋନ୍‌ ବାର୍ତ୍ତାଳାପ। ଆଦିତ୍ୟ ନିଖୋଜ ପରେ ଏହି କଥାବାର୍ତ୍ତା ହୋଇଥିବାବେଳେ ଫୋନ୍‌ ରେକର୍ଡରେ ବିକାଶକୁ ଅନେକ କିଛି କହିଛନ୍ତି ବିଦ୍ୟାଶ୍ରୀ। ଘରେ ଆଦିତ୍ୟଙ୍କ ବ୍ୟବହାର, ମାନସିକ ସ୍ଥିତି ଓ ସ୍ତ୍ରୀ ବିଦ୍ୟାଶ୍ରୀ ସହ ରହିଥିବା ପାରିବାରିକ ସମ୍ପର୍କ କିପରି ଥିଲା ତାହା ଉକ୍ତ ଅଡ଼ିଓରୁ ଜଣାପଡୁଛି। ଏହି ଅଡିଓ ଏବେ ପୋଲିସ ହାତରେ ଲାଗିଛି। ଏଥିରୁ ପୋଲିସ କିଛି ନୂଆ ସୁରାକ ଖୋଜୁଛି। ଡ଼ିଓରୁ କିଛି ନୂଆ ସୁରାକ ମିଳିପାରେ ବୋଲି ପୋଲିସ ଆଶା କରୁଛି। ଖୁବ୍‌ଶୀଘ୍ର ପୋଲିସ ମାମଲାର ତଦନ୍ତ ଶେଷ କରି ଘଟଣାର ପର୍ଦ୍ଦାଫାସ କରିବ ବୋଲି ଜିଆର୍‌ପିର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୫-ଟିକୁ ଅପରାଜିତାଙ୍କ ସମାଲୋଚନା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ସମ୍ବଲପୁର...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୬ ଆକ୍ରାନ୍ତ; ଅଛନ୍ତି ୬୮ ପିଲା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ ୧୮ ବର୍ଷରୁ କମ୍‌ ବର୍ଗର। ଏହାଛଡ଼ା...

ବିନୋଦ କୁମାରଙ୍କ ସମେତ ୩ଜଣଙ୍କୁ ୩ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୧ା୧୧(ବ୍ୟୁରୋ):ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦ୍ୱାରା ଷ୍ଟେଟ୍‌ ଫେଡେରେଶନ ଲେବର ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କୋଅପରେଟିଭ୍‌ ଲିଃ (ଏସ୍‌ଏଫ୍‌ଏଲ୍‌ସିସି)କୁ ଅନୁଚିତ ଅନୁଗ୍ରହ ଦେଖାଇ ୮.୮୦...

ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ...

ଏମ୍‌ସ ପକ୍ଷରୁ ୪ ସେବା ଆରମ୍ଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାମ୍ପ୍ରତିକ କୋଭିଡ୍‌ ମହାମାରୀ ଯୋଗୁ ସାଧାରଣ ଲୋକେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂକ୍ରମଣ ରୋକିବାକୁ କଟକଣା ଯୋଗୁ ଡାକ୍ତରଖାନାକୁ ପ୍ରବେଶ ବାରଣ...

ଭୁବନେଶ୍ୱରରୁ ଆଜି ୮୭ ପଜିଟିଭ୍‌ ଚିହ୍ନଟ : ଲୋକାଲ କେସ ୬୮

ଭୁବନେଶ୍ୱର,୩୦।୧୦(ଡି.ଏନ.ଏ.)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୬୮...

ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ...

୫,୬୦,୮୯୧ ଛାତ୍ରୀଛାତ୍ର ଦେବେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର, ୪ା୨(ବ୍ୟୁରୋ): ଚଳିତବର୍ଷ ୫, ୬୦, ୮୯୧ ଛାତ୍ରୀଛାତ୍ର ମାଟ୍ରିକ୍‌ ପରୀକ୍ଷା ଦେବେ। ମୋଟ ୨,୮୮୮ କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ୩୦୭ ନୋଡାଲ ସେଣ୍ଟର...

Advertisement
Archives

Model This Week