ଆଦିତ୍ୟ ମୃତ୍ୟୁ ମାମଲା: ଦୀପୁ, ସୌମ୍ୟ, ଘର ମାଲିକଙ୍କୁ ପଚରାଉଚରା

ଭୁବନେଶ୍ୱର,୧୭।୭ (ବ୍ୟୁରୋ):ସମାଜସେବୀ ତଥା ମାନବପ୍ରେମୀ ଅଦିତ୍ୟ ଦାସ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। ଭୁବନେଶ୍ୱର ଜିଆର୍‌ପି ଥାନା ପୋଲିସ ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିଛି। ଗୁରୁବାର ପୁଣି ବିକାଶଙ୍କ ସାଙ୍ଗ ଦୀପୁ ଓ ସୌମ୍ୟଙ୍କୁ ପଚରାଉଚରା କରିଛି। ୪ ଘଣ୍ଟାର ପଚରାଉଚରାବେଳେ ପୋଲିସ ବିଭିନ୍ନ ପ୍ରସଙ୍ଗରେ ଜାଣିବାକୁ ଚାହିଁଥିଲା। ତେବେ ଆବଶ୍ୟକ ପଡିଲେ ସେମାନେ ପୁଣି ଥାନାରେ ହାଜର ହେବେ ବୋଲି ପୋଲିସ କହିଛି। ସେମାନେ ଆଦିତ୍ୟ ଓ ସାଙ୍ଗ ବିକାଶଙ୍କ ସମ୍ପର୍କରେ କିଛି ନୂଆ ତଥ୍ୟ ପୋଲିସକୁ ଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ପୋଲିସ ବଲାଙ୍ଗୀରରେ ଥିବା ଆଦିତ୍ୟଙ୍କ ସାଙ୍ଗକୁ ନୋଟିସ କରିଛି। ବଲାଙ୍ଗୀରରେ ଥିବା ସାଙ୍ଗ ଆଦିତ୍ୟଙ୍କ ସହ ନିୟମିତ ଭିଡ଼ିଓ କଲ୍‌ ମାଧ୍ୟମରେ କଥା ହୁଅନ୍ତି। ଏମିତ ିକି ସେହି ସାଙ୍ଗ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି। ତାଙ୍କୁ ଜେରା କରାଗଲେ ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କରେ କିଛିଟା ସୁରାକ ମିଳିବ ବୋଲି ପୋଲିସ ଆଶା ରଖିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଜିଆର୍‌ପି ଥାନାରେ ହାଜର ହେବାକୁ କୁହାଯାଇଛି। ସେହିଭଳି ଆଦିତ୍ୟ ରହୁଥିବା ଭଡ଼ାଘର ମାଲିକଙ୍କୁ ଜେରା କରାଯାଇଥିଲା। ଆଦିତ୍ୟ କେବେଠୁ ଭଡ଼ାରେ ଥିଲେ। କେବେ ମାଲିକଙ୍କ ସହ ଝଗଡା ହୋଇଥିଲା କି? ଏଭଳି ଅନେକ ପ୍ରଶ୍ନ ମାଲିକଙ୍କୁ ପୋଲିସ ପଚାରିଥିଲା। ଆଦିତ୍ୟଙ୍କର ବାଳକାଟୀରେ ଥିବା ଏସ୍‌ବିଆଇ ଆକାଉଣ୍ଟ ଓ କଳିଙ୍ଗ ବିହାରରେ ଥିବା ୟୁନିୟନ୍‌ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ମଧ୍ୟ କରିଛି ଜିଆର୍‌ପି। ମୃତ୍ୟୁ ପୂର୍ବରୁ ଏକ ଅଜଣା ନମ୍ବରରେ ଆଦିତ୍ୟ କଥା ହୋଇଥିଲେ। ଏହି ନମ୍ବର କାହାର ତାହାକୁ ନେଇ ମଧ୍ୟ ଜିଆର୍‌ପି ଖୋଲତାଡ଼ କରୁଛି।
ଏଥିସହ ସାମ୍ନାକୁ ଆସିଛି ଆଦିତ୍ୟଙ୍କ ସାଙ୍ଗ ବିକାଶ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଫୋନ୍‌ ବାର୍ତ୍ତାଳାପ। ଆଦିତ୍ୟ ନିଖୋଜ ପରେ ଏହି କଥାବାର୍ତ୍ତା ହୋଇଥିବାବେଳେ ଫୋନ୍‌ ରେକର୍ଡରେ ବିକାଶକୁ ଅନେକ କିଛି କହିଛନ୍ତି ବିଦ୍ୟାଶ୍ରୀ। ଘରେ ଆଦିତ୍ୟଙ୍କ ବ୍ୟବହାର, ମାନସିକ ସ୍ଥିତି ଓ ସ୍ତ୍ରୀ ବିଦ୍ୟାଶ୍ରୀ ସହ ରହିଥିବା ପାରିବାରିକ ସମ୍ପର୍କ କିପରି ଥିଲା ତାହା ଉକ୍ତ ଅଡ଼ିଓରୁ ଜଣାପଡୁଛି। ଏହି ଅଡିଓ ଏବେ ପୋଲିସ ହାତରେ ଲାଗିଛି। ଏଥିରୁ ପୋଲିସ କିଛି ନୂଆ ସୁରାକ ଖୋଜୁଛି। ଡ଼ିଓରୁ କିଛି ନୂଆ ସୁରାକ ମିଳିପାରେ ବୋଲି ପୋଲିସ ଆଶା କରୁଛି। ଖୁବ୍‌ଶୀଘ୍ର ପୋଲିସ ମାମଲାର ତଦନ୍ତ ଶେଷ କରି ଘଟଣାର ପର୍ଦ୍ଦାଫାସ କରିବ ବୋଲି ଜିଆର୍‌ପିର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri