Posted inଜାତୀୟ

ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ

ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଚନ୍ଦ୍ରୟାନ-୩ର ସଫଳତା ପରେ ଭାରତ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି। ଇସ୍ରୋ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୨.୧୦ରେ ଏକ ଟୁଇଟ୍‌ରେ କୁହାଯାଇଛି, ସୂର୍ଯ୍ୟ ମିଶନ ଆରମ୍ଭ ହେବା ଲାଗି ଆଉ ୨୩ ଘଣ୍ଟା ୪୦ ମିନିଟ୍‌ ରହିଲା। ଏହି ମିଶନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ୧୨୫ ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ମିଶନ ଆରମ୍ଭ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍‌-୧କୁ ବିକଶିତ କରାଯାଇଛି।
ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ)ର ବୈଜ୍ଞାନିକ ଡ. ଆର୍‌. ରମେଶ କହିଛନ୍ତି, ପୃଥିବୀର ଭୂକମ୍ପ ଭଳି ସୌରଜଗତରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଏହାକୁ ସୌର କମ୍ପନ ବା କୋରୋନାଲ୍‌ ମାସ୍‌ ଇଜେକସନ୍‌(ସିଏମ୍‌ଇ) ବୋଲି କୁହାଯାଉଛି। ଏହି ପ୍ରକ୍ରିୟାରେ ଅନେକ ନିୟୁତ ଟନ୍‌ର ସୌର ଉପାଦାନ ମହାକାଶ ଆଡ଼କୁ ଆସିଥାଏ। ଏଗୁଡ଼ିକର ଗତି ପ୍ରତି ସେକେଣ୍ଡରେ ୩ ହଜାର କି.ମି. ରହିଥାଏ। ସେଥିମଧ୍ୟରୁ କିଛି ଉପାଦାନ ପୃଥିବୀ ଆଡ଼କୁ ମଧ୍ୟ ଆସିଥାନ୍ତି। ଏହା ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଥାଏ। ସେ କହିଛନ୍ତି, ପୂର୍ବରୁ ୟୁରୋପିୟନ ମହାକାଶ ସଂସ୍ଥା(ଇଏସ୍‌ଏ) ଏବଂ ନ୍ୟାଶନାଲ ଏରୋନାଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ ଏଭଳି ମିଶନ କରାଯାଇଛି। ହେଲେ ଭାରତର ଆଦିତ୍ୟ ମିଶନ ସେଗୁଡ଼ିକଠାରୁ ସ୍ବତନ୍ତ୍ର ରହିବ। ପ୍ରଥମତଃ ଏହି ମିଶନ ଜରିଆରେ ଆମେ ସୌର ମଣ୍ଡଳର ଆଲୋକବଳୟ କେଉଁଠାରୁ ଆରମ୍ଭ ହେଉଛି ସେହି ବିଷୟରେ ଅନୁଧ୍ୟାନ କରାଯାଇପାରିବୁ। ସେହିପରି ସୌରମଣ୍ଡଳରେ ଚୁମ୍ବକୀୟ ଶକ୍ତି କେଉଁ ପରିସ୍ଥିତିରେ ପରିବର୍ତ୍ତନ ହେଉଛି ସେନେଇ ମଧ୍ୟ ଜ୍ଞାନ ଆରୋହଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri