Posted inଜାତୀୟ

ଆଦିତ୍ୟ-ଏଲ୍‌୧ ପୂର୍ବରୁ ସୂର୍ଯ୍ୟପୃଷ୍ଠରେ ପହଞ୍ଚିସାରିଛି ନାସାର ଏହି ମହାକାଶଯାନ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍‌୧ମିଶନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଇସ୍ରୋ ଏହାର ମିଶନ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ପୂର୍ବରୁ ସୂର୍ଯ୍ୟ ନିକଟକୁ ୨୦ରୁ ଅଧିକ ମିଶନ ପଠାଯାଇଛି। ଯେଉଁଥିରେ ଅନେକ ଦେଶ ମଧ୍ୟ ସଫଳତା ପାଇଛନ୍ତି। ଭାରତ ପୂର୍ବରୁ ଆମେରିକା ମଧ୍ୟ ନିଜର ମହାକାଶଯାନକୁ ସୂର୍ଯ୍ୟଙ୍କ ନିକଟକୁ ପଠାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସୂର୍ଯ୍ୟକୁ ୨୨ ଟି ମିଶନ ପଠାଯାଇଛି। ଯେଉଁମାନେ ମିଶନ ସମାପ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା, ଜର୍ମାନୀ ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ସାମିଲ। ଏହା ବ୍ୟତୀତ ନାସା ସୂର୍ଯ୍ୟଙ୍କ ଉପରେ ସର୍ବାଧିକ ସଂଖ୍ୟକ ମିଶନ ପଠାଇଛି। ୧୯୯୪ରେ ୟୁରୋପୀୟ ସ୍ପେସ ଏଜେନ୍ସି ଏହାର ପ୍ରଥମ ସୂର୍ଯ୍ୟ ମିଶନ ପଠାଇଥିଲା। ଯେଉଁଥିରେ ତାଙ୍କୁ ନାସା ସାହାଯ୍ୟ କରିଥିଲା। ନାସା ଏ ପର୍ଯ୍ୟନ୍ତ ସୂର୍ଯ୍ୟକ ୁ୧୪ ଟି ମିଶନ ପଠାଇଛି। ସୂର୍ଯ୍ୟ ଉପରେ ଗବେଷଣା କରିବାରେ ନାସାର ପାର୍କର ସୋଲାର ପ୍ରୋବ ଆଗରେ ରହିଛି। ଏହା ୨୬ ଥର ସୂର୍ଯ୍ୟ ଚାରିପଟେ ଉଡିଛି । ୨୦୦୧ରେ ନାସା ମଧ୍ୟ ଜେନେରେଶନ ମିଶନ ଆରମ୍ଭ କରିଥିଲା। ଏହି ମିଶନ ଅଧୀନରେ ସୌର ପବନର ନମୁନା ନିଆଯାଉଥିଲା।

ନାସା ଅନେକ ସୂର୍ଯ୍ୟ ମିଶନ ପଠାଇଛି । ଯେଉଁଥିରେ ସୋହୋ (ସୋଲାର ଏବଂ ହେଲିଓସ୍ପେରିକ ଅବଜରଭେଟୋରୀ), ପାର୍କର ସୋଲାର ପ୍ରୋବ ଏବଂ ଆଇଏସ (ଇଣ୍ଟରଫେସ ରିଜିଅନ ଇମର୍ଜିଙ୍ଗ ସ୍ପେକ୍ଟ୍ରୋଗ୍ରାଫ), ହିନୋଡ, ସୋଲାର ଡାଇନାମିକ୍ସ ଅବଜରଭେଟୋରୀ ଇତ୍ୟାଦି ସାମିଲ। ନାସାର ପାର୍କର ସୋଲାର ପ୍ରୋବ ମିଶନ ସୂର୍ଯ୍ୟ ଉପରେ ଅନୁସନ୍ଧାନର ଅଗ୍ରଭାଗରେ ଅଛି। ଏହା ହେଉଛି ଏକମାତ୍ର ମହାକାଶଯାନ ଯାହା ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri