ଅନିଶ୍ଚିତତାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପୋଷାକ ତିଆରି ୟୁନିଟ୍‌: ନିଯୁକ୍ତି ଚିନ୍ତାରେ ଯୁବତୀଯୁବକ

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ କଂସାରିଗୁଡ଼ାଠାରେ ଉତ୍କଳ ଆଲୁମିନା ସୋସିଆଲ ଫାଉଣ୍ଡେଶନ ଦ୍ୱାରା ଆଦିତ୍ୟ ଆଲୁମିନା ବିଶୋଧନାଗାର (ରିଫାଇନେରି) ଏବଂ ପୋଷାକ ତିଆରି ୟୁନିଟ୍‌ ନିର୍ମାଣ ଏବେ ଅନିଶ୍ଚିତତା ଭିତରେ ରହିଛି। ଉକ୍ତ ୟୁନିଟ୍‌ ନିର୍ମାଣ ପାଇଁ ୨୦୨୩ ଡିସେମ୍ବର ୨୨ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଭର୍ଚୁଆଲ ମାଧ୍ୟମରେ ଭୂମିପୂଜା କରାଯାଇଥିଲା। ଭୂମିପୂଜାର ୨ ବର୍ଷ ବିତିଗଲାଣି ହେଲେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଅନ୍ୟପଟେ ଲୋକେ ଜମି ଦେଇ କାମ ନ ପାଇ ଆର୍ଥିକ ଦୁରବସ୍ଥା ଭୋଗୁଥିବା ଅଭିଯୋଗ କରିଛନ୍ତି।
ଆଦିତ୍ୟ ଆଲୁମିନା ବିଶୋଧନାଗାର (ରିଫାଇନେରି) ଏବଂ ପୋଷାକ ତିଆରି ୟୁନିଟ୍‌ ନିର୍ମାଣ ପାଇଁ ୨୦୦୬ରୁ ଜମି ଅଧିଗ୍ରହଣ ହୋଇଥିଲା। ଏଭଳିକି ୨୦୧୪ରେ ହୋଇଥିବା ଆର୍‌ପିଡିଏସି ବୈଠକରେ ତତ୍କାଳୀନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ମନ୍ତ୍ରୀ, ରାଜସ୍ବ ଆୟୁକ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଏହା ପରଠାରୁ କୌଣସି କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା। ଏହାର ପ୍ରତିବାଦରେ କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା ଅଞ୍ଚଳବାସୀଙ୍କ ସହ ମିଶି ରାସ୍ତାରୋକୋ କରିବା ପରେ ୨୦୨୩ରେ ଭୂମିପୂଜନ ହୋଇଥିଲା। ହେଲେ ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ସୁଦ୍ଧା ପୋଷାକ ତିଆରି ୟୁନିଟ୍‌ର ଏଯାବତ୍‌ ଫାଉଣ୍ଡେଶନ ପଡ଼ି ନ ଥିବା ଜଣାପଡ଼ିଛି। ବାରମ୍ବାର ଦାବି ପରେ ବି କୌଣସି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜମି ଅଧିଗ୍ରହଣ କରିବାର ଦୀର୍ଘ ୧୮ବର୍ଷ ବିତିଗଲାଣି, ହେଲେ କମ୍ପାନୀ କିଛି କାର୍ଯ୍ୟକ୍ଷମ କରୁନାହିଁ। କମ୍ପାନୀ କେବଳ ନିଜର ଇନ୍‌ଫ୍ରାଷ୍ଟକ୍ଚର ନିର୍ମାଣ କରିବାରେ ବ୍ୟସ୍ତ ରହିଛି। ଆଦିତ୍ୟ ଆଲୁମିନା ଏଠାରେ ପୋଷାକ ତିଆରି ୟୁନିଟ୍‌ କରିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଆର୍‌ପିଡିଏସି ବୈଠକ ଡକାଯାଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଶନିବାର ରାୟଗଡ଼ା ଉପଜିଲାପାଳ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳବାସୀ ପୋଷାକ ତିଆରି ୟୁନିଟ୍‌ କାର୍ଯ୍ୟକ୍ଷମ, ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ କମ୍ପାନୀରେ ଅଂଶଧନ ପାଇଁ ଦାବି କରିଥିଲେ। ବୈଠକ ପରେ ଏ ସମ୍ପର୍କରେ ଉପଜିଲାପାଳ ରମେଶ ଜେନାଙ୍କୁ ପଚାରିବାରୁ ଏହି ପୋଷାକ ତିଆରି ୟୁନିଟ୍‌ରେ ଅଞ୍ଚଳର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ଏବଂ ପ୍ରାୟ ୬୦ରୁ ୭୦ଜଣ ଭୁବନେଶ୍ୱର ଆପାରେଲ ଟ୍ରେନିଂ ପାଇଁ ଯାଇଛନ୍ତି ବୋଲି ସେ କହିଛନ୍ତି।
ପ୍ରକାଶ ଥାଉକି, ଏହି ରିଫାଇନେରି ପାଇଁ କମ୍ପାନୀ ୮ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ବାର୍ଷିକ ୨ ନିୟୁତ ଟନ୍‌ ଆଲୁମିନା ଉପତ୍ାଦନ ହେବ ବୋଲି ଭୂମିପୂଜନ ବେଳେ କମ୍ପାନୀ କର୍ତ୍ତୃପକ୍ଷ ଓ ତତ୍କାଳୀନ ରାଜ୍ୟ ସରକାର ସୂଚନା ଦେଇଥିଲେ। ସେହିଭଳି କଂସାରିଗୁଡ଼ା ନିକଟସ୍ଥ ଫୁଲଜୁବା ଗ୍ରାମ ନିକଟରେ ପ୍ରାୟ ୨୫ ଏକର ଜମିରେ ପୋଷାକ ତିଆରି କାରଖାନା ସ୍ଥାପନ କରାଯିବ। ଏଥିରେ ବାର୍ଷିକ ୩୬ଲକ୍ଷ ଶାର୍ଟ ତିଆରି ହେବ। କାରଖାନାରେ ଅଞ୍ଚଳର ୩ ହଜାର ଯୁବତୀଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଥିଲା। ହେଲେ ପୋଷାକ ତିଆରି ୟୁନିଟ୍‌ ନିର୍ମାଣ ଏବେ ଅନିଶ୍ଚିତତା ଭିତରେ ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri