ଆର୍‌ଆର୍‌ଭିଏଲ୍‌ରେ ୪୯୬୬.୮ କୋଟି ଟଙ୍କା ନିବେଶ କରିବ ଏଡିଆଇଏ

ଭୁବନେଶ୍ୱର,୮। ୧୦:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌)ରେ ଆବୁଧାବି ଇନେ୍‌ଭଷ୍ଟମେଣ୍ଟ ଅଥୋରିଟି (ଏଡିଆଇଏ)ର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ପ୍ରାୟ ୫୦୦୦ (୪୯୬୬.୮୦) କୋଟି ଟଙ୍କାର ପୁଞ୍ଜିନିବେଶ କରିବା ନେଇ ଆର୍‌ଆର୍‌ଭିଏଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଏଡିଆଇଏର ଏହି ନିବେଶ ପୂର୍ଣ୍ଣ ବିଘଟିତ ଭାବେ ଆର୍‌ଆର୍‌ଭିଏଲ୍‌ର ୦.୫୯% ଇକ୍ୱିଟି ଅଂଶରେ ପରିବର୍ତ୍ତିତ ହେବ। ଏହି ନିବେଶ ଆର୍‌ଆର୍‌ଭିଏଲ୍‌ର ପ୍ରି-ମନି ଇକ୍ୱିଟି ମୂଲ୍ୟ ୮.୩୮୧ ଲକ୍ଷ କୋଟି ଟଙ୍କା ଆକଳନ କରିଛି, ଯାହା ଇକ୍ୱିଟି ମୂଲ୍ୟ ହିସାବରେ ଦେଶର ଚାରି ଅଗ୍ରଣୀ କମ୍ପାନୀ ମଧ୍ୟରେ ରହିଛି। ବିଶେଷ କରି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ର ସହଯୋଗୀ କମ୍ପାନୀଗୁଡିକ ଜରିଆରେ ଭାରତର ସର୍ବବୃହତ୍‌ ତଥା ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଦାୟକ ରିଟେଲ ବ୍ୟବସାୟ ପରିଚାଳନା କରୁଛି। ଏପରିକି ଗ୍ରୋସରି, କଞ୍ଜୁମର ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ ଓ ଲାଇଫଷ୍ଟାଇଲ ଏବଂ ଫାର୍ମା ଉପଭୋକ୍ତା ବର୍ଗରେ ୧୮,୫୦୦ରୁ ଊଦ୍ଧର୍‌ବ ଷ୍ଟୋର ଏବଂ ଡିଜିଟାଲ କମର୍ସ ପ୍ଳାଟ୍‌ଫର୍ମ ନେଟ୍‌ୱାର୍କ ଜରିଆରେ ମଧ୍ୟ ଏହା ୨୬୭ ନିୟୁତରୁ ଅଧିକ ନିୟମିତ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଛି।

ଏ ସମ୍ପର୍କରେ ଆର୍‌ଆର୍‌ଭିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌ ଅମ୍ବାନୀ କହିଛନ୍ତି, ଆର୍‌ଆର୍‌ଭିଏଲ୍‌ର ଏକ ନିବେଶକ ଭାବେ ଏଡିଆଇଏ ସହିତ ଆମର ସମ୍ପର୍କକୁ ଆହୁରି ସୁଦୃଢ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଶ୍ୱରେ ମୂଲ୍ୟ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ରହିଥିବା ସୁଦୀର୍ଘ ଅଭିଜ୍ଞତା ଆମକୁ ଭାରତର ରିଟେଲ କ୍ଷେତ୍ରକୁ ପରିବର୍ଦ୍ଧିତ କରିବା ନେଇ ଆମର ରହିଥିବା ଲକ୍ଷ୍ୟ ହାସଲରେ ବେଶ୍‌ ସହାୟକ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଡିଆଇଏ ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମଦ ସାଓ୍ବନ୍‌ ଆଲ୍‌ଢ଼ାହେରି କହିଛନ୍ତି, ଦ୍ରୁତଗତିରେ ଆଗକୁ ବଢୁଥିବା ଏକ ବଜାରରେ ରିଲାଏନ୍ସ ରିଟେଲ ଦୃଢ ଅଭିବୃଦ୍ଧି ଓ ନମନୀୟତା ପ୍ରଦର୍ଶିତ କରିଛି। ରିଲାଏନ୍ସ ସହିତ ଆମର ସହଭାଗିତା ବଢ଼ାଇ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା କ୍ଷେତ୍ରରେ ଆମ ଉପସ୍ଥିତି ବୃଦ୍ଧିକରି ଆମେ ବେଶ୍‌ ଆନନ୍ଦିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ଘର ତିଆରି କରିବା ପାଇଁ ସରକାର ଦେବେ ଦେଢ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ଯୋଜନାରେ କେମିତି ଉଠାଇବେ ଫାଇଦା

ନୂଆଦିଲ୍‌ଲୀ,୧୧।୯: ଯେଉଁମାନେ ସହରରେ ରହୁଛନ୍ତି, ବର୍ଷ ବର୍ଷ ଧରି ଭଡ଼ା ଘରେ ରହି ନିଜର ଏକ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?