ସେବା ସମବାୟ ସମିତିର ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା: ଶୋଷଣର ଶିକାର ହେଉଛନ୍ତି…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ ଶାଖା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଶାଖା କମିଟି ସଭାପତି ବି. ସୁକୁଟା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଚାଷୀ ସଙ୍ଗଠକ ବୃନ୍ଦାବନ ପଣ୍ଡା, ନିରଞ୍ଜନ ମହାନ୍ତି, ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର,ଭୀଷ୍ମଗିରି ଶାଖା ସମ୍ପାଦକ ପ୍ରକାଶ ଚନ୍ଦ୍ର ସେଠୀ,ସହ – ସମ୍ପାଦକ ଅଶୋକ ସେଠୀ, ଅଖିଳ ଭାରତ ଯୁବ ସଂଘର ଜିଲା କାର୍ଯ୍ୟକର୍ତ୍ତା ଦୈତାରି ରେଡ୍ଡୀ, ଚାଷୀ ଏସ.ବିଚିତ୍ର,ରଘୁନାଥ ପାତ୍ର,ପ୍ରକାଶ ଗୌଡ଼ ପ୍ରମୁଖଙ୍କ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଚାଷୀ ଉପସ୍ଥିତଥିଲେ। ସମବାୟ ସମିତିର ଧାନମଣ୍ଡିରେ କଟନି ଛଟନି ନାଁରେ ଚାଷୀମାନଙ୍କ ଠାରୁ କ୍ୱିଣ୍ଟାଲ ପ୍ରତି ୪ କେଜି ଧାନ କାଟି ନେବା ସହିତ ବିଗତ ତିନିବର୍ଷ ଧରି ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ଅଖା ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଚାଷୀଙ୍କୁ ଦିଆନଯାଇ ହଡ଼ପ କରାଯାଇଛି।

ସେବା ସମବାୟ ସମିତିର କୃଷକ ମାରଣ ନୀତି ଓ ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା ଯୋଗୁ ଚାଷୀ ଶୋଷଣର ଶିକାର ହୋଇ ଚାଲିଛି । ଭୀଷ୍ମଗିରି ସମବାୟ ସମିତି ରେ ରେଜିଷ୍ଟ୍ରିଭୁକ୍ତ ୫୪୦ ଚାଷୀଙ୍କ ଠାରୁ ଅନ୍ୟୁନ ୧୧ ହଜାର କିଣ୍ଟାଲ ଧାନ ସଂଗ୍ରହ କରାଯାଉଥିବା ବେଳେ ପ୍ରତି କିଣ୍ଟାଲ ପିଛା ୨ ଟି ଝୋଟ ଅଖାର ବଜାର ମୂଲ୍ୟ ୫୪ ଟଙ୍କା ଏବଂ ଅଖା ର ଓଜନ ଭରଣା ପାଇଁ ୧ କେଜି ଧାନ ଓ କଟନି ଛଟନି ନାଁରେ ୪ କେଜି ଧାନର ସରକାରୀ ମୂଲ୍ୟ ଓ ଅଖା କ୍ରୟ ମୂଲ୍ୟ କିଣ୍ଟାଲ ପ୍ରତି ଅନ୍ୟୁନ ୨ ଶହ ଟଙ୍କା କ୍ରମରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ନେଇ ଦଳୀୟ ନେତୃବୃନ୍ଦ ବୃନ୍ଦ ସଭାରେ ଅଭିଯୋଗ କରିଥିଲେ।ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କଠାରୁ ଠକି ନିଆଯାଇଥିବା ଟଙ୍କା ତୁରନ୍ତ ଫେରସ୍ତ କରାଯିବା ସହ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଭାରେ ଦାବି କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ: ପଦ୍ମଶ୍ରୀ ପାଇଁ ମନୋନୀତ ନୃତ୍ୟଗୁରୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡଙ୍ଗୀଙ୍କ…

ଭୀଷ୍ମଗିରି ରାମଜୀ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ: ୭୬ ମେଧାବୀଙ୍କୁ ମେଧାବୃତ୍ତି ପ୍ରଦାନ

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର୍‌ ମାଓବାଦୀ ପ୍ରଭୁ

ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍‌ ମାଓବାଦୀ…

ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri