ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ଚାଷୀଙ୍କ ପାଇଁ…

ଭୁବନେଶ୍ୱର,୨୮।୧୧: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ଏବଂ ଚାଷୀଙ୍କୁ MSP ଓ ଇନପୁଟ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ ୯୯୪ କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୪୦୫ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି, ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ବ୍ୟୟବରାଦ ହୋଇଛି। ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି, ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି, ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ପାଇଁ ୧୬୪ କୋଟି ବ୍ୟୟ ଅଟକଳ କରାଯାଇଛି।

Dharitri – The Largest & Most Trusted Odia Daily

Share
Tags: odisha