ଭାରତରେ ନିଶା

ଚଳିତ ମାସର ପ୍ରଥମ ସପ୍ତାହରେ ଭାରତର ବିଭିନ୍ନ ସ୍ଥାନରୁ ୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ବା ମାଦକଦ୍ରବ୍ୟ ଜବତ ହୋଇସାରିଲାଣି। ଏହା ଦେଶ ଭିତରେ ଏକ ବଡ଼ ଏବଂ ସକ୍ରିୟ ବେଆଇନ ନିଶା କାରବାର ଦିଗକୁ ସୂଚିତ କରୁଛି। ଅକ୍ଟୋବର ୨ରେ ଦିଲ୍ଲୀ ପୋଲିସ ୫,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୬୦ କେ.ଜି. କୋକେନ ଓ ୪୦ କେ.ଜି.ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରି ଭାରତର ଏକ ବଡ଼ ଡ୍ରଗ୍ସ ର଼୍ୟାକେଟକୁ ସାମ୍ନାକୁ ଆଣିଥିଲା। ଏହାର ୪ ଦିନ ପରେ ଅର୍ଥାତ୍‌ ୬ ଅକ୍ଟୋବରରେ ଗୁଜରାଟ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମିଳିତ ଭାବେ ଚଢାଉ କରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ବଗ୍‌ରୋଦା ଶିଳ୍ପାଞ୍ଚଳର ଏକ ଫ୍ୟାକ୍ଟ୍ରିରୁ ୧,୮୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ର୍ ମୂଲ୍ୟର ଡ୍ରଗ୍ସ ଜବତ କରିଥିଲେ। ଏହାସହ ଏହି ଦିନ ମଧ୍ୟ ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ପଞ୍ଜାବ ଅମୃତସରରୁ ୧୦ କୋଟି ଟଙ୍କାର କୋକେନ ଜବତ କରିଥିଲା। ମୋଟ ଜବତ ହେଉଥିବା ପରିମାଣ ଯେତେ ଅଧିକ ଦେଖାଗଲେ ବି ସମୁଦାୟ ମାଦକଦ୍ରବ୍ୟ କାରବାରର ଏହା ଏକ ନଗଣ୍ୟ ପ୍ରତିଶତ। ତେବେ ଭୋପାଳ ଘଟଣାରେ ଜବତ ଡ୍ରଗ୍ସର ମୁଖ୍ୟ ସୂତ୍ରଧର କୁହାଯାଉଥିବା ସାନ୍ୟାଲ ପ୍ରକାଶ ବାନେ ପୂର୍ବରୁ ଡ୍ରଗ୍ସ କାରବାରରେ ୫ ବର୍ଷ ଜେଲରେ ରହି ଜାମିନରେ ଆସିବା ପରେ ପୁନର୍ବାର ଡ୍ରଗ୍ସ କାରବାରରେ ଧରାପଡ଼ିଲେ। ବାନେଙ୍କୁ ମିଳିଥିବା ଜାମିନ ପ୍ରମାଣ କରୁଛି ଯେ, ଭାରତରେ ମାଦକ ଦ୍ରବ୍ୟ ସମ୍ପୃକ୍ତ ଆଇନକୁ ଅତି ସହଜରେ ମୋଡ଼ିଦେଇ ହେଉଛି। ଏଥିରୁ ବୁଝାପଡ଼ୁଛି, ବେଆଇନ ନିଶାଦ୍ରବ୍ୟ କାରବାରରେ ଜଡ଼ିତ ବ୍ୟକ୍ତିମାନଙ୍କ ପ୍ରତି କଠୋର ଦଣ୍ଡ ବ୍ୟବସ୍ଥା ନ ରହିବାରୁ ସେମାନେ ପୁନର୍ବାର ଏହି କାର୍ଯ୍ୟ କରିବାକୁ ସାହସ କରୁଛନ୍ତି। ଏହାସହ ଯେତେବେଳେ ଡ୍ରଗ୍ସ ଜବତ ହେଉଛି ସେତେବେଳେ ବ୍ୟବହାରକାରୀ କିମ୍ବା ତୃତୀୟପକ୍ଷକୁ ଧରି ଏନ୍‌ସିବି କିମ୍ବା ପୋଲିସ ବାହାବା ନେଉଛନ୍ତି। ସମୁଦ୍ର ପଥରେ କେତୋଟି ବୋଟକୁ ଧରିନେଇ ସଫଳତା ପାଇଲେ ବୋଲି ଦର୍ଶାଉଛନ୍ତି। ଦେଖିବାକୁ ଗଲେ ଭାରତକୁ ସ୍ଥଳ କିମ୍ବା ଜଳ ପଥରେ ଆସୁଥିବା ବିପୁଳ ପରିମାଣର ଡ୍ରଗ୍ସକୁ ରୋକିବାରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିଫଳ ହେଉଛନ୍ତି। ଏହା ବ୍ୟତୀତ ଦେଶ ଭିତରେ କାରବାରରେ ଜଡ଼ିତ ବିରାଟକାୟ ର଼୍ୟାକେଟ ପାଖରେ ଦକ୍ଷତା ଅଭାବରୁ ପହଞ୍ଚିପାରୁନାହାନ୍ତି କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ପହଞ୍ଚିବାକୁ ଚାହୁନାହାନ୍ତି।
ଉଲ୍ଲେଖନୀୟ ଯେ, ଭାରତରେ ଡ୍ରଗ୍ସ ପ୍ରବେଶର ସବୁଠୁ ବଡ଼ ମାଧ୍ୟମ ହୋଇଯାଇଛି ସମୁଦ୍ରପଥ। ବିଶେଷକରି ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳ ଓ ସେଠାକାର ବନ୍ଦରରୁ ଜବତ ହେଉଥିବା ମାଦକଦ୍ରବ୍ୟ ରେକର୍ଡ ଭାଙ୍ଗିଛି। ଉଦାହରଣ ସ୍ବରୂପ, ସେପ୍ଟେମ୍ବର ୨୦୨୧ରେ ଗୁଜରାଟର ଆଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କାର ୩,୦୦୦ କେଜି ହେରୋଇନ ଜବତ ହୋଇଥିଲା। ଏହି ଘଟଣା ପରେ ବିଗତ ୩ ବର୍ଷ ମଧ୍ୟରେ ନିଶାଦ୍ରବ୍ୟ କାରବାରର ବଡ଼ ସୂଚନା ମିିଳି ଚାଲିଛି ଏବଂ ସମୟାନ୍ତରରେ ବିଶେଷକରି ଗୁଜରାଟ ଉପକୂଳରୁ ବିପୁଳ ପରିମାଣର କୋକେନ, ହେରୋଇନ ଓ ଇ-ସିଗାରେଟ ବରମ୍ବାର ଜବତ ହୋଇଛି। ଚଳିତ ବର୍ଷ ଫେବୃଆରୀରେ ଗୁଜରାଟ ଉପକୂଳରୁ ସବୁଠୁ ଅଧିକ ପରିମାଣର ୩,୩୦୦ କେ.ଜି.ଡ୍ରଗ୍ସ ଜବତ ହେବା ଭାରତରେ ନିଶାକାରବାର କ୍ରମାଗତ ଭାବେ ବୃଦ୍ଧି ହେଉଥିବାର ସଙ୍କେତ ଦିଏ। ଚିନ୍ତାର ବିଷୟ ହେଉଛି, ଭାରତରେ ନିଶା କାରବାର ବଢିବା ଦ୍ୱାରା କେବଳ ଯୁବପିଢ଼ି ନୁହେଁ, ଏହାକୁ ବୟସ୍କ ବ୍ୟକ୍ତି ମଧ୍ୟ ବ୍ୟବହାର କରିବା ଫଳରେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବୃଦ୍ଧି ପାଉଛି। ଏହିଭଳି ମାଦକଦ୍ରବ୍ୟ ବ୍ୟବହାର କରୁଥିବା ଲୋକମାନଙ୍କୁ ଅନେକ ପ୍ରକାର ରୋଗ ହୋଇଥାଏ, ଯାହାର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିଥାଏ। ଇତିହାସକୁ ଦେଖିଲେ ଚାଇନାର ଓପିଅମ ଯୁଦ୍ଧ ମନେପଡ଼େ। ସେଥିରେ ସେହି ଦେଶର ପିଢ଼ି ପରେ ପିଢ଼ି ନାଗରିକଙ୍କୁ ଅଫିମ କବଳରେ ନେଇଯିବା ପରେ ବ୍ରିଟିଶ ଶାସନ କରିବାକୁ ଚେଷ୍ଟା କରିଥିଲେ। ଆଜି ଭାରତରେ ସେହିଭଳି ଏକ ଅଦୃଶ୍ୟ ଆକ୍ରମଣ କରାଯାଉଛି। ଧନୀ ଲୋକଙ୍କୁ ଦାମିକା କୋକେନର ନିଶା ଗ୍ରାସ କରୁଥିବାବେଳେ ଗରିବଙ୍କୁ ହେରୋଇନ ଏବଂ ବ୍ରାଉନସୁଗାର ନିଶା ମାଡ଼ି ବସିଲାଣି। ଯେଉଁମାନେଏହି ସମସ୍ୟାକୁ ଦେଖିବାକୁ ଚାହଁୁନାହାନ୍ତି, ସେମାନଙ୍କ ପାଇଁ ଏହା ସମସ୍ୟା ନୁହେଁ। ଆଜି ମାଓବାଦୀଙ୍କୁ ସ୍ପଷ୍ଟ ତାରିଖ ସୁଦ୍ଧା ବିନାଶ କରିଦେବେ ବୋଲି ଘୋଷଣା କରୁଥିବା ସରକାର ଡ୍ରଗ୍ସ କାରବାର ସମ୍ପର୍କରେ ପଦଟିଏ ମଧ୍ୟ ଉଚ୍ଚାରଣ କରୁନାହାନ୍ତି। ଏଭଳି ମାରାମତ୍କ ରାଜନୈତିକ ପ୍ରଚ୍ଛଦପଟରେ ସାମାଜିକ ସଚେତନତା କେବଳ ମାତ୍ର ଆଶା ଭାବେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?