ଆଞ୍ଚଳିକ ଦଳ ପାଇଁ ନିଶା କାହିଁକି

ଭୁବନେଶ୍ୱର, ୨୩।୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ରାଜ୍ୟରୁ କେତେଜଣ ନେତା ଭିତିରିଆ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଲକ୍ଷ୍ୟକରି ଓଡ଼ିଶାରେ ଆଉ ଗୋଟେ ଦଳ ହୋଇପାରିବ ବୋଲି ଅନେକେ ଚିନ୍ତା ମଧ୍ୟ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ବିଧାନସଭା ଏବଂ ଲୋକ ସଭା ଫଳାଫଳ ଦେଖିଲେ ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅନେକଙ୍କ ନିଶା କାହିଁକି ବଢ଼ିଯାଇଛି ତାହା ବୁଝିହେବ।
ଗତ ସାଧାରଣ ନିର୍ବାଚନ ଫଳାଫଳ ଅନୁଯାୟୀ ରାଜ୍ୟରେ ଆଞ୍ଚଳିକ ଦଳ ପ୍ରତି ଲୋକଙ୍କ ଭିତରେ ଏକ ସ୍ବତନ୍ତ୍ର ଆଗ୍ରହ ରହିଥିବା ଲକ୍ଷ୍ୟ କରିହେଉଛି। ଓଡ଼ିଶାର ୧୪୭ ବିଧାନସଭା ଆସନରେ ୨୦୨୪ରେ ହୋଇଥିବା ଭୋଟ ଫଳାଫଳ ଅନୁଯାୟୀ, ବିଜେଡିକୁ ସର୍ବାଧିକ ୧ କୋଟି ୧ ଲକ୍ଷ ୨ ହଜାର ୪୫୪ ଖଣ୍ଡ (୪୦.୨୨%) ଭୋଟ ମିଳିଥିଲା। ଏହି ଭୋଟ ଅନୁଯାୟୀ ବିଜେଡି ୫୧ ଆସନରେ ବିଜୟୀ ହେଇପାରିଥିଲା। ଭାଜପାକୁ ଦ୍ୱିତୀୟ ସର୍ବାଧିକ ଭାବେ ମୋଟ୍‌ ୧ କୋଟି ୬୪ ହଜାର ୮୨୭ ଖଣ୍ଡ (୪୦.୦୭%) ଭୋଟ ମିଳିଥିଲା। ମାତ୍ର ଭାଜପା ସେତେବେଳେ ୭୮ଟି ଆସନରେ ବିଜୟୀ ହୋଇପାରିଲା। ଭାଜପାଠାରୁ ବିଜେଡିକୁ କିନ୍ତୁ ୩୭ ହଜାର ୬୨୭ ଖଣ୍ଡ ଅଧିକ ଭୋଟ ମିଳିଥିଲା। ଏହାସତ୍ତ୍ୱେ ୨୭ଟି ଅଧିକ ଆସନରେ ଜିତି ଭାଜପା ଓଡ଼ିଶାରେ ସରକାର କରିପାରିଲା। ସେହିପରି କଂଗ୍ରେସ ମୋଟ୍‌ ୩୩ ଲକ୍ଷ ୩୧ ହଜାର ୩୧୯ ଖଣ୍ଡ ଅର୍ଥାତ୍‌ ୧୩.୨୬ % ଭୋଟ ପାଇଥିଲା। ରାଜ୍ୟରେ ୧.୦୨% ଅର୍ଥାତ୍‌ ୨ ଲକ୍ଷ ୫୭ ହଜାର ୩୫୫ ଜଣ କୌଣସି ଦଳ ଉପରେ ଭରସା କରି ନ ପାରିବାରୁ ନୋଟାରେ ଭୋଟ ଦେଲେ। ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କୁ ମୋଟ୍‌ ୮ ଲକ୍ଷ ୪୩ ହଜାର ୭୦୨ ଖଣ୍ଡ ଅର୍ଥାତ୍‌ ୩.୩୯ ପ୍ରତିଶତ ଭୋଟ ମିଳିଥିଲା। ଅବଶ୍ୟ ବିଜୟୀ ହୋଇଥିବା ୩ ସ୍ବାଧୀନ ପ୍ରାର୍ଥୀ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେଇଛନ୍ତି। ଅନେକ ସମୟରେ ରାଜନୀତିରେ ଏପରି ଘଟିଥାଏ, ସ୍ବାଧୀନ ଜିତିଥିବା ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ଶାସକ ଦଳରେ ଯୋଗଦେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାଆନ୍ତି।
୨୦୨୪ରେ ଓଡ଼ିଶାରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ, ଭାଜପାକୁ ୧ କୋଟି ୧୩ ଲକ୍ଷ ୩୫ ହଜାର ୫୪୯(୪୫.୩୪%) ଭୋଟ ମିଳିଥିଲା। ଏହି ଭୋଟ ଦ୍ୱାରା ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସ୍ଥାନରେ ବିଜୟୀ ହୋଇଥିଲା। ବିଜେଡିକୁ ମୋଟ ୯୩ ଲକ୍ଷ ୮୨ ହଜାର ୭୧୧ ଖଣ୍ଡ (୩୭.୫୩%) ଭୋଟ ମିଳିଥିଲା। ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ବିଜେଡି କିନ୍ତୁ ଗୋଟିଏ ହେଲେ ଲୋକ ସଭା ଆସନରେ ଜିତିପାରି ନ ଥିଲା। ବିଜେଡିଠାରୁ ଭାଜପାକୁ ୧୯ ଲକ୍ଷ ୫୨ ହଜାର ୮୩୮ ଖଣ୍ଡ ଅଧିକ ଭୋଟ ମିଳିଥିଲା। କଂଗ୍ରେସ ୩୧ ଲକ୍ଷ ୩୦ ହଜାର ୦୫୬ ଖଣ୍ଡ(୧୨.୫୨%) ଭୋଟ ପାଇଥିଲା। ତୃତୀୟ ସର୍ବାଧିକ ଭୋଟ ପାଇଥିବା କଂଗ୍ରେସ ଗୋଟିଏ ଲୋକ ସଭା ଆସନ କୋରାପୁଟରେ ବିଜୟୀ ହୋଇଛି। ଦିଲ୍ଲୀ ପାଇଁ ଓଡ଼ିଆ ଭୋଟର କୌଣସି ଦଳର ପ୍ରାର୍ଥୀଙ୍କୁ ପସନ୍ଦ ନ କରି ନୋଟାରେ ୩ ଲକ୍ଷ ୨୪ ହଜାର୫୮୮ ଖଣ୍ଡ ଭୋଟ ଦେଇଛନ୍ତି। ସ୍ବାଧୀନଭାବେ ଠିଆ ହୋଇଥିବା ପ୍ରାର୍ଥୀମାନେ ମୋଟ୍‌ ୨.୬୦% ଅର୍ଥାତ୍‌ ୬ ଲକ୍ଷ ୫୦ ହଜାର ୩୩୬ ଖଣ୍ଡ ଭୋଟ ପାଇଛନ୍ତି। ଏହିସବୁ ଫଳାଫଳ ଦେଖିବା ପରେ ଆଞ୍ଚଳିକ ଦଳ ପ୍ରତି ରାଜ୍ୟରେ ଲୋକଙ୍କ ଯଥେଷ୍ଟ ଭରସା ରହିଥିବା ଜାଣିପାରି ନୂଆ ପାର୍ଟି ଗଠନ ଲାଗି ଏକପ୍ରକାର ଜୁଆଖେଳ ଆରମ୍ଭ ହୋଇଯାଇଛି।
ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡିର ଅଧିକାଂଶ କର୍ମୀ ନିଜର ଏବଂ ସେମାନଙ୍କ ପରିବାର ଭୋଟ ଭାଜପାକୁ ଦେଇଥିବା ଏକ ଜଣାଶୁଣା କଥା। ଅର୍ଥାତ୍‌ ବିଜେଡି ବିଧାନସଭା ଏବଂ ଲୋକ ସଭାରେ ଯେଉଁ ଭୋଟ ପାଇଲା ତାହା କର୍ମୀମାନଙ୍କ ବିନା ସହଯୋଗରେ ମିଳିଛି। ଏଥିରୁ ବୁଝିନେବାକୁ ହେବ ନିର୍ବାଚନ ସମୟରେ ବିଜେଡି ଟଙ୍କା ମଧ୍ୟ ଠିକ୍‌ ଭାବେ ତଳସ୍ତରରେ ପହଞ୍ଚିପାରି ନ ଥିଲା। ତଥାପି ବିଧାନସଭାରେ ୧୦୧,୦୨ ୪୫୪ ଏବଂ ଲୋକ ସଭାରେ ୯୩,୮୨,୭୧୧ ଖଣ୍ଡ ଭୋଟ ବିଜେଡି ପାଇବା ଅର୍ଥ ଲୋକମାନେ ରାଜ୍ୟରେ କର୍ମୀଙ୍କୁ ଏଡ଼ାଇ ଆଞ୍ଚଳିକ ଦଳ ପ୍ରତି ବିଶ୍ୱାସ ରଖିଛନ୍ତି। ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଭାଜପା ନେତା ଦିଲୀପ ରାୟ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି) ନୂଆ ଆଞ୍ଚଳିକ ଦଳ କରିବାକୁ ଯେଉଁ ଅଣ୍ଟା ଭିଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେମାନେ ବୁଝିଛନ୍ତି ଓଡ଼ିଶାରେ ଆଞ୍ଚଳିକ ଦଳ ଲାଗି ଏକ ଶୂନ୍ୟସ୍ଥାନ ଅଛି। ଆହୁରି ଗୋଟିଏ କଥା ମଧ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ, ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେମିତି କିଛି ଆଖିଦୃଶିଆ ହାଓ୍ବା ନ ଥିଲା। ଏମିତି କି ଦେଶରେ ମଧ୍ୟ ଭାଜପାକୁ ନେଇ ସେପରି କିଛି ନୂଆ ହାଓ୍ବା ନ ଥିଲା। ସମସ୍ତେ ଜାଣନ୍ତି ଏଥର ବିଜେଡି ନିର୍ବାଚନ ହାରିବାରେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ଦାୟୀ। ନବୀନ ତାଙ୍କ ଘନିଷ୍ଠ ପାଣ୍ଡିଆନ୍‌ଙ୍କୁ ଆଗକୁ ଆଣି ବୁଲାଇଲେ, ଯାହାକୁ ଓଡ଼ିଶାର ଲୋକମାନେ ଗ୍ରହଣ କଲେନାହିଁ। ଅର୍ଥାତ୍‌ ୨୦୨୪ରେ ଭାଜପା ଜିତିବା ଅପେକ୍ଷା ବିଜେଡି ହାରିଲା ବୋଲି କହିବା ଯୁକ୍ତିଯୁକ୍ତ ହେବ।
ସୂଚନାଯୋଗ୍ୟ, ଏବେକାର ପିଢ଼ି କେବଳ ନବୀନ ଓ ବିଜେଡିକୁ ଚିହ୍ନୁଛନ୍ତି। କାରଣ ଓଡ଼ିଶାରେ ରାଜନୀତି କରୁଥିବା ଅଧିକାଂଶ ଲୋକ ରାଜନୀତିର ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି। ୧୯୯୭ ଡିସେମ୍ବରରେ ନବୀନ ଓଡ଼ିଶାର ସବୁ ଜିଲାର ନାମ କହିବା ଦକ୍ଷତା ରଖି ନ ଥିଲେ। ଆହୁରି ଗୋଟେ କଥା ଜାଣିବା ଦରକାର, ବିଜେଡିକୁ ନବୀନ କିମ୍ବା କୌଣସି ବ୍ୟକ୍ତିବିଶେଷ ସୃଷ୍ଟି କରିନାହାନ୍ତି। ଯଦି ବିଜେଡିର ଜନ୍ମ ପାଇଁ କାହାକୁ ଶ୍ରେୟ ଦେବାର ଉଦ୍ୟମ ହେବ, ତେବେ ତତ୍କାଳୀନ କଂଗ୍ରେସର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଚାରିପାଖରେ ଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଦିଆଯାଇପାରେ। ସେହି ସମୟରେ ସେ ସମସ୍ତଙ୍କ ଜଘନ୍ୟ ବ୍ୟକ୍ତିଗତ ଚରିତ୍ର ସହିତ କେବଳ ନିଜ ପରିବାରକୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାର ଅସରନ୍ତି ପ୍ରୟାସରେ ଓଡ଼ିଶାବାସୀ ଅତିଷ୍ଠ ହୋଇ ବିକଳ୍ପ ଭାବେ ବିଜେଡିକୁ ବାଛିଥିଲେ। ଏବେ ନୂଆ ଆଞ୍ଚଳିକ ଦଳ ଗଠନ ଭାଜପାକୁ ସୁହାଇବା ଭଳି ସୃଷ୍ଟି ହେବା ସମ୍ଭାବନା ରଖିଛି।
ଭାଜପା କେନ୍ଦ୍ର ନେତୃତ୍ୱ ପାଣ୍ଡିଆନ୍‌ ଏବଂ ବବିଙ୍କ ମଧ୍ୟରେ ବଢୁଥିବା ସମ୍ଭାବ୍ୟ ତିକ୍ତତା ପଛର ରହସ୍ୟ ବୁଝୁଛନ୍ତି। କାରଣ ଏଥିରେ ଅଧିକ ଭାଜପାକୁ ଲାଭ ମିଳିବ। ବିଜେଡିକୁ ବଞ୍ଚାଇ ରଖିବା ପାଇଁ ଯାହାସବୁ ଦରକାର ସେଥିପାଇଁ ଗୋଟିଏ ହେଲେ ସୁଯୋଗ ହାତଛଡା କରିବାକୁ ଚାହିଁବନାହିଁ। ଭାଜପା ବୁଝେ ରାଜ୍ୟରେ ଆଞ୍ଚଳିକ ଦଳ ପାଖରେ ପ୍ରବଳ ମାତ୍ରାରେ ଭୋଟ ରହିଛି, ସେଗୁଡିକ ବିଜେଡି ନ ରହିଲେ ବିରୋଧୀରେ ବଦଳିଯିବ। ଏହି ଭୋଟ କଂଗ୍ରେସକୁ ମଧ୍ୟ ଯିବା ସମ୍ଭାବନା ଦିଶୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା…..

ରାୟଗଡ଼ା,୧୩।୩(ଆଶିଷ ରଞ୍ଜନ ପଣ୍ଡା): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍…

ଛାତିଥରା ଘଟଣା… ଅଧରାତିରେ ଚାରି ଝିଅଙ୍କୁ କୂଅରେ ଫିଙ୍ଗିଦେଲେ ମା’, ନିଜେ ବି ହାରିଲେ ଜୀବନ

ଭୋପାଳ,୧୩।୩: ଗୁରୁବାର ସକାଳେ ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କେସଲି ପୋଲିସ ଷ୍ଟେସନ ଅଧୀନସ୍ଥ ଖାମାରିଆ ଗାଁରେ ଜଣେ ମହିଳାଙ୍କ…

ଯୁଦ୍ଧ ମଝିରେ ଟ୍ରମ୍ପଙ୍କୁ ଭୟଙ୍କର ଧମକ ଦେଲା ଇରାନ, କହିଦେଲା ଏମିତି, ଆମେରିକା ଛାନିଆ!

ଓ୍ବାଶିଂଟନ,୧୩।୩: ଆମେରିକା ଏବଂ ଇସ୍ରାଏଲ ଇରାନକୁ ଏକ ଭୟଙ୍କର ଧ୍ୱଂସାତ୍ମକ ଦୃଶ୍ୟ ଉପସ୍ଥାପନ କରିଛନ୍ତି ଯାହା ହୃଦୟ ବିଦାରକ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ଗଭୀର ହେଉଛି। ଇରାନର…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

କଂଗ୍ରେସର ୮ ଗଲେ, ୬ ରହିଲେ

ଭୁବନେଶ୍ୱର, ୧୩।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ…

ବେଧଡକ୍ ଚାଲିଛି ନିଶା କାରବାର: ପୋଲିସ-ଅବକାରୀ ଚୁପ୍, ଅଣ୍ଟା ଭିଡ଼ିଲେ ମହିଳା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଧଡକ୍ ଚାଲିଛି ନିଶା କାରବାର । ସବୁ ଜାଣି ଅଜଣା ଭଳି ଚୁପ୍…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri