ଆଞ୍ଚଳିକ ଦଳ ପାଇଁ ନିଶା କାହିଁକି

ଭୁବନେଶ୍ୱର, ୨୩।୧(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ରାଜ୍ୟରୁ କେତେଜଣ ନେତା ଭିତିରିଆ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଲକ୍ଷ୍ୟକରି ଓଡ଼ିଶାରେ ଆଉ ଗୋଟେ ଦଳ ହୋଇପାରିବ ବୋଲି ଅନେକେ ଚିନ୍ତା ମଧ୍ୟ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ବିଧାନସଭା ଏବଂ ଲୋକ ସଭା ଫଳାଫଳ ଦେଖିଲେ ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅନେକଙ୍କ ନିଶା କାହିଁକି ବଢ଼ିଯାଇଛି ତାହା ବୁଝିହେବ।
ଗତ ସାଧାରଣ ନିର୍ବାଚନ ଫଳାଫଳ ଅନୁଯାୟୀ ରାଜ୍ୟରେ ଆଞ୍ଚଳିକ ଦଳ ପ୍ରତି ଲୋକଙ୍କ ଭିତରେ ଏକ ସ୍ବତନ୍ତ୍ର ଆଗ୍ରହ ରହିଥିବା ଲକ୍ଷ୍ୟ କରିହେଉଛି। ଓଡ଼ିଶାର ୧୪୭ ବିଧାନସଭା ଆସନରେ ୨୦୨୪ରେ ହୋଇଥିବା ଭୋଟ ଫଳାଫଳ ଅନୁଯାୟୀ, ବିଜେଡିକୁ ସର୍ବାଧିକ ୧ କୋଟି ୧ ଲକ୍ଷ ୨ ହଜାର ୪୫୪ ଖଣ୍ଡ (୪୦.୨୨%) ଭୋଟ ମିଳିଥିଲା। ଏହି ଭୋଟ ଅନୁଯାୟୀ ବିଜେଡି ୫୧ ଆସନରେ ବିଜୟୀ ହେଇପାରିଥିଲା। ଭାଜପାକୁ ଦ୍ୱିତୀୟ ସର୍ବାଧିକ ଭାବେ ମୋଟ୍‌ ୧ କୋଟି ୬୪ ହଜାର ୮୨୭ ଖଣ୍ଡ (୪୦.୦୭%) ଭୋଟ ମିଳିଥିଲା। ମାତ୍ର ଭାଜପା ସେତେବେଳେ ୭୮ଟି ଆସନରେ ବିଜୟୀ ହୋଇପାରିଲା। ଭାଜପାଠାରୁ ବିଜେଡିକୁ କିନ୍ତୁ ୩୭ ହଜାର ୬୨୭ ଖଣ୍ଡ ଅଧିକ ଭୋଟ ମିଳିଥିଲା। ଏହାସତ୍ତ୍ୱେ ୨୭ଟି ଅଧିକ ଆସନରେ ଜିତି ଭାଜପା ଓଡ଼ିଶାରେ ସରକାର କରିପାରିଲା। ସେହିପରି କଂଗ୍ରେସ ମୋଟ୍‌ ୩୩ ଲକ୍ଷ ୩୧ ହଜାର ୩୧୯ ଖଣ୍ଡ ଅର୍ଥାତ୍‌ ୧୩.୨୬ % ଭୋଟ ପାଇଥିଲା। ରାଜ୍ୟରେ ୧.୦୨% ଅର୍ଥାତ୍‌ ୨ ଲକ୍ଷ ୫୭ ହଜାର ୩୫୫ ଜଣ କୌଣସି ଦଳ ଉପରେ ଭରସା କରି ନ ପାରିବାରୁ ନୋଟାରେ ଭୋଟ ଦେଲେ। ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କୁ ମୋଟ୍‌ ୮ ଲକ୍ଷ ୪୩ ହଜାର ୭୦୨ ଖଣ୍ଡ ଅର୍ଥାତ୍‌ ୩.୩୯ ପ୍ରତିଶତ ଭୋଟ ମିଳିଥିଲା। ଅବଶ୍ୟ ବିଜୟୀ ହୋଇଥିବା ୩ ସ୍ବାଧୀନ ପ୍ରାର୍ଥୀ ପରବର୍ତ୍ତୀ ସମୟରେ ଭାଜପାରେ ଯୋଗଦେଇଛନ୍ତି। ଅନେକ ସମୟରେ ରାଜନୀତିରେ ଏପରି ଘଟିଥାଏ, ସ୍ବାଧୀନ ଜିତିଥିବା ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ଶାସକ ଦଳରେ ଯୋଗଦେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାଆନ୍ତି।
୨୦୨୪ରେ ଓଡ଼ିଶାରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ, ଭାଜପାକୁ ୧ କୋଟି ୧୩ ଲକ୍ଷ ୩୫ ହଜାର ୫୪୯(୪୫.୩୪%) ଭୋଟ ମିଳିଥିଲା। ଏହି ଭୋଟ ଦ୍ୱାରା ୨୧ ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସ୍ଥାନରେ ବିଜୟୀ ହୋଇଥିଲା। ବିଜେଡିକୁ ମୋଟ ୯୩ ଲକ୍ଷ ୮୨ ହଜାର ୭୧୧ ଖଣ୍ଡ (୩୭.୫୩%) ଭୋଟ ମିଳିଥିଲା। ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ବିଜେଡି କିନ୍ତୁ ଗୋଟିଏ ହେଲେ ଲୋକ ସଭା ଆସନରେ ଜିତିପାରି ନ ଥିଲା। ବିଜେଡିଠାରୁ ଭାଜପାକୁ ୧୯ ଲକ୍ଷ ୫୨ ହଜାର ୮୩୮ ଖଣ୍ଡ ଅଧିକ ଭୋଟ ମିଳିଥିଲା। କଂଗ୍ରେସ ୩୧ ଲକ୍ଷ ୩୦ ହଜାର ୦୫୬ ଖଣ୍ଡ(୧୨.୫୨%) ଭୋଟ ପାଇଥିଲା। ତୃତୀୟ ସର୍ବାଧିକ ଭୋଟ ପାଇଥିବା କଂଗ୍ରେସ ଗୋଟିଏ ଲୋକ ସଭା ଆସନ କୋରାପୁଟରେ ବିଜୟୀ ହୋଇଛି। ଦିଲ୍ଲୀ ପାଇଁ ଓଡ଼ିଆ ଭୋଟର କୌଣସି ଦଳର ପ୍ରାର୍ଥୀଙ୍କୁ ପସନ୍ଦ ନ କରି ନୋଟାରେ ୩ ଲକ୍ଷ ୨୪ ହଜାର୫୮୮ ଖଣ୍ଡ ଭୋଟ ଦେଇଛନ୍ତି। ସ୍ବାଧୀନଭାବେ ଠିଆ ହୋଇଥିବା ପ୍ରାର୍ଥୀମାନେ ମୋଟ୍‌ ୨.୬୦% ଅର୍ଥାତ୍‌ ୬ ଲକ୍ଷ ୫୦ ହଜାର ୩୩୬ ଖଣ୍ଡ ଭୋଟ ପାଇଛନ୍ତି। ଏହିସବୁ ଫଳାଫଳ ଦେଖିବା ପରେ ଆଞ୍ଚଳିକ ଦଳ ପ୍ରତି ରାଜ୍ୟରେ ଲୋକଙ୍କ ଯଥେଷ୍ଟ ଭରସା ରହିଥିବା ଜାଣିପାରି ନୂଆ ପାର୍ଟି ଗଠନ ଲାଗି ଏକପ୍ରକାର ଜୁଆଖେଳ ଆରମ୍ଭ ହୋଇଯାଇଛି।
ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡିର ଅଧିକାଂଶ କର୍ମୀ ନିଜର ଏବଂ ସେମାନଙ୍କ ପରିବାର ଭୋଟ ଭାଜପାକୁ ଦେଇଥିବା ଏକ ଜଣାଶୁଣା କଥା। ଅର୍ଥାତ୍‌ ବିଜେଡି ବିଧାନସଭା ଏବଂ ଲୋକ ସଭାରେ ଯେଉଁ ଭୋଟ ପାଇଲା ତାହା କର୍ମୀମାନଙ୍କ ବିନା ସହଯୋଗରେ ମିଳିଛି। ଏଥିରୁ ବୁଝିନେବାକୁ ହେବ ନିର୍ବାଚନ ସମୟରେ ବିଜେଡି ଟଙ୍କା ମଧ୍ୟ ଠିକ୍‌ ଭାବେ ତଳସ୍ତରରେ ପହଞ୍ଚିପାରି ନ ଥିଲା। ତଥାପି ବିଧାନସଭାରେ ୧୦୧,୦୨ ୪୫୪ ଏବଂ ଲୋକ ସଭାରେ ୯୩,୮୨,୭୧୧ ଖଣ୍ଡ ଭୋଟ ବିଜେଡି ପାଇବା ଅର୍ଥ ଲୋକମାନେ ରାଜ୍ୟରେ କର୍ମୀଙ୍କୁ ଏଡ଼ାଇ ଆଞ୍ଚଳିକ ଦଳ ପ୍ରତି ବିଶ୍ୱାସ ରଖିଛନ୍ତି। ଏଭଳି ପରିସ୍ଥିତିରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଭାଜପା ନେତା ଦିଲୀପ ରାୟ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି) ନୂଆ ଆଞ୍ଚଳିକ ଦଳ କରିବାକୁ ଯେଉଁ ଅଣ୍ଟା ଭିଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେମାନେ ବୁଝିଛନ୍ତି ଓଡ଼ିଶାରେ ଆଞ୍ଚଳିକ ଦଳ ଲାଗି ଏକ ଶୂନ୍ୟସ୍ଥାନ ଅଛି। ଆହୁରି ଗୋଟିଏ କଥା ମଧ୍ୟ ଏଠାରେ ଉଲ୍ଲେଖ କରାଯାଇପାରେ, ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେମିତି କିଛି ଆଖିଦୃଶିଆ ହାଓ୍ବା ନ ଥିଲା। ଏମିତି କି ଦେଶରେ ମଧ୍ୟ ଭାଜପାକୁ ନେଇ ସେପରି କିଛି ନୂଆ ହାଓ୍ବା ନ ଥିଲା। ସମସ୍ତେ ଜାଣନ୍ତି ଏଥର ବିଜେଡି ନିର୍ବାଚନ ହାରିବାରେ ତାଙ୍କ ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ଦାୟୀ। ନବୀନ ତାଙ୍କ ଘନିଷ୍ଠ ପାଣ୍ଡିଆନ୍‌ଙ୍କୁ ଆଗକୁ ଆଣି ବୁଲାଇଲେ, ଯାହାକୁ ଓଡ଼ିଶାର ଲୋକମାନେ ଗ୍ରହଣ କଲେନାହିଁ। ଅର୍ଥାତ୍‌ ୨୦୨୪ରେ ଭାଜପା ଜିତିବା ଅପେକ୍ଷା ବିଜେଡି ହାରିଲା ବୋଲି କହିବା ଯୁକ୍ତିଯୁକ୍ତ ହେବ।
ସୂଚନାଯୋଗ୍ୟ, ଏବେକାର ପିଢ଼ି କେବଳ ନବୀନ ଓ ବିଜେଡିକୁ ଚିହ୍ନୁଛନ୍ତି। କାରଣ ଓଡ଼ିଶାରେ ରାଜନୀତି କରୁଥିବା ଅଧିକାଂଶ ଲୋକ ରାଜନୀତିର ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି। ୧୯୯୭ ଡିସେମ୍ବରରେ ନବୀନ ଓଡ଼ିଶାର ସବୁ ଜିଲାର ନାମ କହିବା ଦକ୍ଷତା ରଖି ନ ଥିଲେ। ଆହୁରି ଗୋଟେ କଥା ଜାଣିବା ଦରକାର, ବିଜେଡିକୁ ନବୀନ କିମ୍ବା କୌଣସି ବ୍ୟକ୍ତିବିଶେଷ ସୃଷ୍ଟି କରିନାହାନ୍ତି। ଯଦି ବିଜେଡିର ଜନ୍ମ ପାଇଁ କାହାକୁ ଶ୍ରେୟ ଦେବାର ଉଦ୍ୟମ ହେବ, ତେବେ ତତ୍କାଳୀନ କଂଗ୍ରେସର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଚାରିପାଖରେ ଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଦିଆଯାଇପାରେ। ସେହି ସମୟରେ ସେ ସମସ୍ତଙ୍କ ଜଘନ୍ୟ ବ୍ୟକ୍ତିଗତ ଚରିତ୍ର ସହିତ କେବଳ ନିଜ ପରିବାରକୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାର ଅସରନ୍ତି ପ୍ରୟାସରେ ଓଡ଼ିଶାବାସୀ ଅତିଷ୍ଠ ହୋଇ ବିକଳ୍ପ ଭାବେ ବିଜେଡିକୁ ବାଛିଥିଲେ। ଏବେ ନୂଆ ଆଞ୍ଚଳିକ ଦଳ ଗଠନ ଭାଜପାକୁ ସୁହାଇବା ଭଳି ସୃଷ୍ଟି ହେବା ସମ୍ଭାବନା ରଖିଛି।
ଭାଜପା କେନ୍ଦ୍ର ନେତୃତ୍ୱ ପାଣ୍ଡିଆନ୍‌ ଏବଂ ବବିଙ୍କ ମଧ୍ୟରେ ବଢୁଥିବା ସମ୍ଭାବ୍ୟ ତିକ୍ତତା ପଛର ରହସ୍ୟ ବୁଝୁଛନ୍ତି। କାରଣ ଏଥିରେ ଅଧିକ ଭାଜପାକୁ ଲାଭ ମିଳିବ। ବିଜେଡିକୁ ବଞ୍ଚାଇ ରଖିବା ପାଇଁ ଯାହାସବୁ ଦରକାର ସେଥିପାଇଁ ଗୋଟିଏ ହେଲେ ସୁଯୋଗ ହାତଛଡା କରିବାକୁ ଚାହିଁବନାହିଁ। ଭାଜପା ବୁଝେ ରାଜ୍ୟରେ ଆଞ୍ଚଳିକ ଦଳ ପାଖରେ ପ୍ରବଳ ମାତ୍ରାରେ ଭୋଟ ରହିଛି, ସେଗୁଡିକ ବିଜେଡି ନ ରହିଲେ ବିରୋଧୀରେ ବଦଳିଯିବ। ଏହି ଭୋଟ କଂଗ୍ରେସକୁ ମଧ୍ୟ ଯିବା ସମ୍ଭାବନା ଦିଶୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Bank Strike: ବ୍ୟାଙ୍କ ଧର୍ମଘଟ ପାଇଁ ମିଳିଲା ନିର୍ଦ୍ଦେଶ, ପ୍ରଭାବିତ ହେବ ନାହିଁ ଗ୍ରାହକ ସେବା!

ନୂଆଦିଲ୍ଲୀ,୨୭।୧: ମଙ୍ଗଳବାର ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଦିବସ ଧର୍ମଘଟ ଘୋଷଣା ପରେ, ସରକାର ଏବଂ ବ୍ୟାଙ୍କଗୁଡ଼ିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଏହାକୁ ନେଇ ଏକ…

ଗ୍ରାମସଭାରେ ଗର୍ଜିଲେ ଜନତା: ପିଇଓ ଅନୁପସ୍ଥିତ, ବିକାଶ ନାଁରେ ପ୍ରହସନକୁ ନେଇ ସରପଞ୍ଚ ଓ ADEOଙ୍କୁ…

ଥୁଆମୂଳ ରାମପୁର, ୨୭|୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ଅବସରରେ ସୋମବାର ଅନୁଷ୍ଠିତ ଗ୍ରାମସଭାରେ ଏକ…

ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି, ଖାତିର କଲେନି ରାହୁଲ ଗାନ୍ଧୀ; ତୀବ୍ର ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୬।୧: ଦୁଇ ଦୁଇଥର ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ହେଲେ କର୍ଣ୍ଣପାତ କଲେନି ରାହୁଲ ଗାନ୍ଧୀ। ଆଗରୁ ଅନେକ ଥର ରାହୁଲ ବରିଷ୍ଠ ମାନଙ୍କୁ ହତାଦର…

HIL 2026: ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ ରାଞ୍ଚି ରୟାଲ୍ସ ପରାସ୍ତ

ଭୁବନେଶ୍ୱର,୨୬।୧: ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ…

୧୬,୦୦୦ କର୍ମଚାରୀ ଛଟେଇ କରିବ ଆମାଜନ: ପ୍ରଭାବିତ ହେବେ ଭାରତୀୟ ଟିମ୍

ନୂଆଦିଲ୍ଲୀ,୨୬।୧: ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ…

ହକି ଇଣ୍ଡିଆ ଲିଗ୍‌: ହାଇଦ୍ରାବାଦ ତୁଫାନ୍ସକୁ ବ୍ରୋଞ୍ଜ, ଓଡ଼ିଶାର ଅମନଦୀପ ଲାକ୍ରାଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର,୨୬।୧: ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ତୃତୀୟ ସ୍ଥାନ ପାଇଁ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାଇଦ୍ରାବାଦ ତୁଫାନ୍ସ ୪-୩ ଗୋଲରେ HIL…

ଭାରତୀୟ କୁଇକ୍ କମର୍ସ ବଜାରରେ ଡିସକାଉଣ୍ଟ ଝଡ଼: ଆମାଜନ-ଫ୍ଲିପକାର୍ଟ ପ୍ରବେଶ ପରେ ବଢ଼ିଲା କମ୍ପିଟିସନ

ନୂଆଦିଲ୍ଲୀ,୨୬।୧: ଭାରତର କୁଇକ୍ କମର୍ସ ବଜାରରେ ଏବେ ଏକ ବଡ଼ ଧରଣର ମୂଲ୍ୟ ଯୁଦ୍ଧ ବା ‘ପ୍ରାଇସ୍ ଓ୍ୱାର’ ଆରମ୍ଭ ହୋଇଛି। ଇ-କମର୍ସ ଜଗତର ଦୁଇ ବଡ଼…

ଭାରତ ମାତା ପୂଜନ ଉତ୍ସବରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା: ଏମ୍‌ପିଙ୍କ ସମେତ ୩ ବରିଷ୍ଠ ଅଧିକାରୀଙ୍କୁ ମଞ୍ଚରେ ଛିଡ଼ା କରାଇଲେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ସିମନବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ୨ ଦିନିଆ    ଭାରତ ମାତା ପୂଜନ ଉତ୍ସବରେ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri