ଟାଟାକୁ ପଛରେ ପକାଇଲା ଆଦାନୀ

ନୂଆଦିଲ୍ଲୀ,୧୮।୯: ବିଶ୍ୱର ୩ୟ ଧନୀ ବ୍ୟକ୍ତି ତଥା ଏସିଆର ପ୍ରଥମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ଖୁବ୍‌ କମ୍‌ ଦିନ ମଧ୍ୟରେ ଅନେକ ସଫଳତା ହାସଲ କରିସାରିଛନ୍ତି। ନିକଟରେ ଦେଶର ସର୍ବପୁରାତନ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍‌କୁ ପଛରେ ପକାଇ ଆଦାନୀ ଗ୍ରୁପ୍‌ ବର୍ତ୍ତମାନ ଭାରତର ସବୁଠୁ ବଡ଼ ଭେଲ୍ୟୁଏବଲ ବିଜ୍‌ନେସ୍‌ ଗ୍ରୁପ୍‌ର ମାନ୍ୟତା ଲାଭ କରିଛି। ବିଶେଷକରି ଆଦାନୀ ଗ୍ରୁପ୍‌ର ବଜାର ପୁଞ୍ଜି (ମାର୍କେଟ କ୍ୟାପ୍‌) ୨୨.୨୭ ଲକ୍ଷ କୋଟି ଟଙ୍କା ବା ୨୭୮ ବିଲିୟନ ଡଲାର ହୋଇଥିବା ବେଳେ ଟାଟା ଗ୍ରୁପ୍‌ର ମାର୍କେଟ କ୍ୟାପ୍‌ ୨୦.୭୭ ଲକ୍ଷ କୋଟି ଟଙ୍କା ବା ୨୬୦ ବିଲିୟନ ଡଲାରରେ ରହିଛି। ଏପରିକି ଷ୍ଟକ୍‌ ବଜାରର ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ୍‌ର ୯ଟି କମ୍ପାନୀ ସୂଚୀବଦ୍ଧ ଥିଲାବେଳେ ଟାଟା ଗ୍ରୁପ୍‌ ନିକଟରେ ୨୭ଟି ସୂଚୀବଦ୍ଧ କମ୍ପାନୀ ରହିଛି। ସେହିଭଳି ରିଲାଏନ୍ସ ଗ୍ରୁପ୍‌ ମଧ୍ୟ ୧୭.୧୬ ଲକ୍ଷ କୋଟି ଟଙ୍କା ଅର୍ଥାତ୍‌ ୨୨୦ ବିଲିୟନ ଡଲାରର ମାର୍କେଟ କ୍ୟାପ୍‌ ସହ ତୃତୀୟ ସ୍ଥାନରେ ରହିଛି।

ଅପରପକ୍ଷରେ ୩ବର୍ଷରୁ କମ୍‌ ସମୟ ମଧ୍ୟରେ ଆଦାନୀ ଗ୍ରୁପ୍‌ର ୭ଟି ସୂଚୀବଦ୍ଧ କମ୍ପାନୀ ନିବେଶକଙ୍କ ସମ୍ପତ୍ତି ୧୮.୭ ଲକ୍ଷ କୋଟି ଟଙ୍କା ବଢାଇଛି। ୨୦୧୯ ଶେଷ ବେଳକୁ ଉକ୍ତ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ୨ଲକ୍ଷ କୋଟି ଟଙ୍କା ଥିଲା। ଏହାପରେ ପ୍ରତି ମାସରେ ପ୍ରାୟ ୫୬,୭୦୦ କୋଟି ଟଙ୍କାର ଆୟ କରିଛି। ନିକଟରେ ଅମ୍ବୁଜା ଏବଂ ଏସିସି ସିମେଣ୍ଟର ମାଲିକାନା ହାସଲ ପୂରା ହେବା ପରେ ଆଦାନୀ ଗ୍ରୁପ୍‌ ଟାଟା ଗ୍ରୁପ୍‌କୁ ପଛରେ ପକାଇବାରେ ସଫଳ ହୋଇଛି। ଏହି ଦୁଇ କମ୍ପାନୀର ଅଧିଗ୍ରହଣ ପରେ ଆଦାନୀ ଗ୍ରୁପ୍‌ର ମୋଟ ମାର୍କେଟ୍‌ କ୍ୟାପ୍‌ ୨୨.୨୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri