Posted inଜାତୀୟ

ଆଦାନୀ ତଦନ୍ତ ସିବିଆଇ କିମ୍ବା ଏସ୍‌ଆଇଟିକୁ ଦିଆଯାଉ

ନୂଆଦିଲ୍ଲୀ,୧୩ା୮(ପି.ଟି.): ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ଗମ୍ଭୀର ଅଭିଯୋଗ ଆଣିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି। ଆଦାନୀ ମାମଲାରେ ସେବି ସାଲିସ କରିବା ସମ୍ଭାବନା ଥିବାରୁ ସୁପ୍ରିମକୋର୍ଟ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) କିମ୍ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ହସ୍ତାନ୍ତର କରନ୍ତୁ ବୋଲି କଂଗ୍ରେସ ନିବେଦନ କହିଛି।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ମୋଦାନୀ ମହାଦୁର୍ନୀତିରେ ଅଣଜୈବିକ ପ୍ରଧାନମନ୍ତ୍ରୀ ଏବଂ ଜୈବିକ ବ୍ୟବସାୟୀ ସମ୍ପୃକ୍ତ। ତେଣୁ ଏହାର ତଦନ୍ତ ପାଇଁ ତୁରନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଉ। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ ହୋଇଛି ଏବଂ ସେବି ଅଧ୍ୟକ୍ଷା ମାଧବୀ ଏହା ପ୍ରଘଟ କରିବା ସହ ଉକ୍ତ ଡିଲ୍‌ଠାରୁ ନିଜକୁ ଦୂରେଇ ରଖିଥିଲେ ବୋଲି ବଜାର ନିୟାମକ କହିବାର ଦିନକ ପରେ କଂଗ୍ରେସ ଉପରୋକ୍ତ ଅଭିଯୋଗ ଆଣିଛି। ଆଦାନୀ ଗ୍ରୁପ୍‌ର କେତେକ ଆର୍ଥତ୍କ କାରବାରକୁ ନେଇ ଚାଲିଥିବା ତଦନ୍ତ ଉପରେ ସେବି ନିଜର ବିବୃତି ଜରିଆରେ ଖୁବ୍‌ ସକ୍ରିୟ ଥିବାର ଭାବମୂର୍ତ୍ତି ଦେଖାଇବାକୁ ଉଦ୍ୟମ କରୁଥିବା କଂଗ୍ରେସର ଯୋଗାଯୋଗ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ସେବି ୧୦୦ ସମନ ଜାରି କରିବା ସହ ୧,୧୦୦ ଚିଠି ଓ ଇମେଲ୍‌ ପଠାଇବା ସହ ୧୨,୦୦୦ ପୃଷ୍ଠାର ୩୦୦ ଡକ୍ୟୁମେଣ୍ଟ ଯାଞ୍ଚ କରିଥିବା କହିଥିଲା। ଏହାଦ୍ୱାରା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ ହେଉଛି। ଜୟରାମ କହିଛନ୍ତି, ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ମୂଲ୍ୟ ଜାଲିଆତିକୁ ନେଇ ହିଣ୍ଡେନବର୍ଗ ଗତବର୍ଷ ଜାନୁଆରୀରେ ପ୍ରଥମ ରିପୋର୍ଟ ପ୍ରକାଶ କରିବା ପରେ ପୁଞ୍ଜି ବଜାରର ସ୍ବଚ୍ଛତା ଉପରେ ଭରସା ରଖିଥିବା କୋଟିକୋଟି ଭାରତୀୟଙ୍କ ତରଫରୁ ସେ ଭାରତର ଫାଇନାନ୍ସିଆଲ ମାର୍କେଟର ପରିଚାଳନା ଦାୟିତ୍ୱ ନିଭାଇବାକୁ ୨୦୨୩ ଫେବୃଆରୀ ୧୪ରେ ସେବି ଅଧ୍ୟକ୍ଷାଙ୍କୁ ପତ୍ର ଲେଖିଥିଲେ। ତେବେ ଅଧ୍ୟକ୍ଷା ଏହାର କୌଣସି ଉତ୍ତର ଦେଇ ନ ଥିଲେ।
ଆଦାନୀ ଗ୍ରୁପ୍‌ର ଜାଲିଆତି ଅଭିଯୋଗ ଉପରେ ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚ ୩ରେ ନିର୍ଦ୍ଦେଶ ଦେଇଥିଲେ। ଅଥଚ ୧୮ ମାସ ପରେ ଆଦାନୀ ଗ୍ରୁପ୍‌ ସର୍ବନିମ୍ନ ପବ୍ଲିକ୍‌ ଶେୟାରହୋଲ୍ଡିଂ ସମ୍ପର୍କିତ ରୁଲ୍‌ ୧୯ଏ’ର ଉଲ୍ଲଂଘନ କରିଛି କି ନାହିଁ, ତାହାର ତଦନ୍ତ ଶେଷ ହୋଇ ନ ଥିବା ସେବି କହୁଛି। ଅର୍ଥାତ୍‌ ସେବି ୨୪ଟି ତଦନ୍ତ ମଧ୍ୟରୁ ୨ଟିର ତଦନ୍ତ କରିବାରେ ଅସମର୍ଥ ହୋଇ ବର୍ଷେ ହେଲା ରିପୋର୍ଟକୁ ପକାଇ ରଖିଛି। ଘନିଷ୍ଠ ବନ୍ଧୁଙ୍କ ବେଆଇନ କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ଲୁଚାଇ ସାଧାରଣ ନିର୍ବାଚନ ପାର ହେବା ପାଇଁ ତଦନ୍ତ ରିପୋର୍ଟକୁ ଜାଣିଶୁଣି ବିଳମ୍ବିତ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି। ଆଦାନୀ ଗ୍ରୁପ୍‌ ଉକ୍ତ ମାମଲାରେ କ୍ଲିନ୍‌ଚିଟ୍‌ ପାଇଥିବା ଦାବି କରୁଥିବାବେଳେ ଏହାର ଅନେକ କମ୍ପାନୀକୁ ସେବି କାରଣ ଦର୍ଶାଅ ନୋଟିସ ଜାରି କରିଥିବା କୁହାଯାଉଛି। ବିରୋଧୀ ନେତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତ୍ୱରିତ୍‌ ତଦନ୍ତ କରୁଥିବାବେଳେ ଆଦାନୀ ମାମଲାରେ ବିଳମ୍ବ କାହିଁକି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ଗତ ୧୦ ତାରିଖରେ ହିଣ୍ଡେନ୍‌ବର୍ଗ ଦ୍ୱିତୀୟ ରିପୋର୍ଟ ପ୍ରକାଶ ାକରିବା ପରେ ଆଦାନୀ ମହାଦୁର୍ନୀତି ମାମଲାର ତଦନ୍ତ ପରିଚାଳନାରେ ସେବି ଅଧ୍ୟକ୍ଷା ମାଧବୀଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଛି। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ଜାଲିଆତି ପାଇଁ ବ୍ୟବହାର କରୁଥିବା ବରମୁଡ଼ା ଓ ମରିସସ୍‌ର ଅଫ୍‌ସୋର କମ୍ପାନୀଗୁଡ଼ିକରେ ମାଧବୀ ଓ ତାଙ୍କ ସ୍ବାମୀ ପୁଞ୍ଜିନିବେଶ କରିଥିବା ହିଣ୍ଡେନ୍‌ବର୍ଗର ଦ୍ୱିତୀୟ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri