Posted inଜାତୀୟ

ଆଦାନୀ ତଦନ୍ତ ସିବିଆଇ କିମ୍ବା ଏସ୍‌ଆଇଟିକୁ ଦିଆଯାଉ

ନୂଆଦିଲ୍ଲୀ,୧୩ା୮(ପି.ଟି.): ପୁଞ୍ଜି ବଜାର ନିୟନ୍ତ୍ରକ ସେବିର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ଗମ୍ଭୀର ଅଭିଯୋଗ ଆଣିବା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି। ଆଦାନୀ ମାମଲାରେ ସେବି ସାଲିସ କରିବା ସମ୍ଭାବନା ଥିବାରୁ ସୁପ୍ରିମକୋର୍ଟ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) କିମ୍ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ହସ୍ତାନ୍ତର କରନ୍ତୁ ବୋଲି କଂଗ୍ରେସ ନିବେଦନ କହିଛି।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ମୋଦାନୀ ମହାଦୁର୍ନୀତିରେ ଅଣଜୈବିକ ପ୍ରଧାନମନ୍ତ୍ରୀ ଏବଂ ଜୈବିକ ବ୍ୟବସାୟୀ ସମ୍ପୃକ୍ତ। ତେଣୁ ଏହାର ତଦନ୍ତ ପାଇଁ ତୁରନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଉ। ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ ହୋଇଛି ଏବଂ ସେବି ଅଧ୍ୟକ୍ଷା ମାଧବୀ ଏହା ପ୍ରଘଟ କରିବା ସହ ଉକ୍ତ ଡିଲ୍‌ଠାରୁ ନିଜକୁ ଦୂରେଇ ରଖିଥିଲେ ବୋଲି ବଜାର ନିୟାମକ କହିବାର ଦିନକ ପରେ କଂଗ୍ରେସ ଉପରୋକ୍ତ ଅଭିଯୋଗ ଆଣିଛି। ଆଦାନୀ ଗ୍ରୁପ୍‌ର କେତେକ ଆର୍ଥତ୍କ କାରବାରକୁ ନେଇ ଚାଲିଥିବା ତଦନ୍ତ ଉପରେ ସେବି ନିଜର ବିବୃତି ଜରିଆରେ ଖୁବ୍‌ ସକ୍ରିୟ ଥିବାର ଭାବମୂର୍ତ୍ତି ଦେଖାଇବାକୁ ଉଦ୍ୟମ କରୁଥିବା କଂଗ୍ରେସର ଯୋଗାଯୋଗ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ସେବି ୧୦୦ ସମନ ଜାରି କରିବା ସହ ୧,୧୦୦ ଚିଠି ଓ ଇମେଲ୍‌ ପଠାଇବା ସହ ୧୨,୦୦୦ ପୃଷ୍ଠାର ୩୦୦ ଡକ୍ୟୁମେଣ୍ଟ ଯାଞ୍ଚ କରିଥିବା କହିଥିଲା। ଏହାଦ୍ୱାରା ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ ହେଉଛି। ଜୟରାମ କହିଛନ୍ତି, ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ମୂଲ୍ୟ ଜାଲିଆତିକୁ ନେଇ ହିଣ୍ଡେନବର୍ଗ ଗତବର୍ଷ ଜାନୁଆରୀରେ ପ୍ରଥମ ରିପୋର୍ଟ ପ୍ରକାଶ କରିବା ପରେ ପୁଞ୍ଜି ବଜାରର ସ୍ବଚ୍ଛତା ଉପରେ ଭରସା ରଖିଥିବା କୋଟିକୋଟି ଭାରତୀୟଙ୍କ ତରଫରୁ ସେ ଭାରତର ଫାଇନାନ୍ସିଆଲ ମାର୍କେଟର ପରିଚାଳନା ଦାୟିତ୍ୱ ନିଭାଇବାକୁ ୨୦୨୩ ଫେବୃଆରୀ ୧୪ରେ ସେବି ଅଧ୍ୟକ୍ଷାଙ୍କୁ ପତ୍ର ଲେଖିଥିଲେ। ତେବେ ଅଧ୍ୟକ୍ଷା ଏହାର କୌଣସି ଉତ୍ତର ଦେଇ ନ ଥିଲେ।
ଆଦାନୀ ଗ୍ରୁପ୍‌ର ଜାଲିଆତି ଅଭିଯୋଗ ଉପରେ ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚ ୩ରେ ନିର୍ଦ୍ଦେଶ ଦେଇଥିଲେ। ଅଥଚ ୧୮ ମାସ ପରେ ଆଦାନୀ ଗ୍ରୁପ୍‌ ସର୍ବନିମ୍ନ ପବ୍ଲିକ୍‌ ଶେୟାରହୋଲ୍ଡିଂ ସମ୍ପର୍କିତ ରୁଲ୍‌ ୧୯ଏ’ର ଉଲ୍ଲଂଘନ କରିଛି କି ନାହିଁ, ତାହାର ତଦନ୍ତ ଶେଷ ହୋଇ ନ ଥିବା ସେବି କହୁଛି। ଅର୍ଥାତ୍‌ ସେବି ୨୪ଟି ତଦନ୍ତ ମଧ୍ୟରୁ ୨ଟିର ତଦନ୍ତ କରିବାରେ ଅସମର୍ଥ ହୋଇ ବର୍ଷେ ହେଲା ରିପୋର୍ଟକୁ ପକାଇ ରଖିଛି। ଘନିଷ୍ଠ ବନ୍ଧୁଙ୍କ ବେଆଇନ କାର୍ଯ୍ୟରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ଲୁଚାଇ ସାଧାରଣ ନିର୍ବାଚନ ପାର ହେବା ପାଇଁ ତଦନ୍ତ ରିପୋର୍ଟକୁ ଜାଣିଶୁଣି ବିଳମ୍ବିତ କରାଯାଇଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି। ଆଦାନୀ ଗ୍ରୁପ୍‌ ଉକ୍ତ ମାମଲାରେ କ୍ଲିନ୍‌ଚିଟ୍‌ ପାଇଥିବା ଦାବି କରୁଥିବାବେଳେ ଏହାର ଅନେକ କମ୍ପାନୀକୁ ସେବି କାରଣ ଦର୍ଶାଅ ନୋଟିସ ଜାରି କରିଥିବା କୁହାଯାଉଛି। ବିରୋଧୀ ନେତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତ୍ୱରିତ୍‌ ତଦନ୍ତ କରୁଥିବାବେଳେ ଆଦାନୀ ମାମଲାରେ ବିଳମ୍ବ କାହିଁକି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ଗତ ୧୦ ତାରିଖରେ ହିଣ୍ଡେନ୍‌ବର୍ଗ ଦ୍ୱିତୀୟ ରିପୋର୍ଟ ପ୍ରକାଶ ାକରିବା ପରେ ଆଦାନୀ ମହାଦୁର୍ନୀତି ମାମଲାର ତଦନ୍ତ ପରିଚାଳନାରେ ସେବି ଅଧ୍ୟକ୍ଷା ମାଧବୀଙ୍କ ସାଧୁତାକୁ ନେଇ ପ୍ରଶ୍ନ ଉଠିଛି। ଆଦାନୀ ଗ୍ରୁପ୍‌ ଷ୍ଟକ୍‌ ଜାଲିଆତି ପାଇଁ ବ୍ୟବହାର କରୁଥିବା ବରମୁଡ଼ା ଓ ମରିସସ୍‌ର ଅଫ୍‌ସୋର କମ୍ପାନୀଗୁଡ଼ିକରେ ମାଧବୀ ଓ ତାଙ୍କ ସ୍ବାମୀ ପୁଞ୍ଜିନିବେଶ କରିଥିବା ହିଣ୍ଡେନ୍‌ବର୍ଗର ଦ୍ୱିତୀୟ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri