ନୂଆଦିଲ୍ଲୀ,୨୪।୧୦: ଭାରତୀୟ ବିଜ୍ଞାପନ ଜଗତ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ। ତାଙ୍କର ଜନ୍ମ ରାଜସ୍ଥାନର ଜୟପୁରରେ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।
ପୀୟୁଷ ୨୭ ବର୍ଷ ବୟସରେ ବିଜ୍ଞାପନ ଜଗତରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ପ୍ରସୂନ ପାଣ୍ଡେଙ୍କ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଉଭୟ ରେଡିଓ ଜିଙ୍ଗଲ୍ସ ପାଇଁ କଣ୍ଠସ୍ବର ପ୍ରଦାନ କରିଥିଲେ। ସେ ୧୯୮୨ ମସିହାରେ ବିଜ୍ଞାପନ କମ୍ପାନୀ ଓଗିଲଭି ସହିତ କାମ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ୧୯୯୪ ମସିହାରେ ଓଗିଲଭିର ବୋର୍ଡକୁ ମନୋନୀତ କରାଯାଇଥିଲା। ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।
Dharitri – Odisha’s No.1 Odia Daily

