ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍‌ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ‘ଅନ୍ଦାଜ୍‌ ଆପ୍‌ନା ଆପ୍‌ନା’ ଫିଲ୍ମରେ ସେ ସଲ୍‌ମାନ୍‌ ଖାନ୍‌ଙ୍କ ବାପା ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇଥିଲେ। ଦୀର୍ଘ ୫ ଦଶନ୍ଧି ଧରି ସେ ୪୦୦ରୁ ଊର୍ଦ୍ଧ୍ୱ ଚଳଚିତ୍ରରେ ଅଭିନୟ କରିଥିଲେ। ଅଭିନୟ ଲାଗି ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ସହ ଅନେକ ପୁରସ୍କାର ସେ ପାଇଛନ୍ତି। ତାଙ୍କ ପରଲୋକ ପରେ ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ଦୁଇପୁଅ ଜାଭେଦ୍‌ ଜାଫ୍ରି ଓ ନାଭେଦ୍‌ ଜାଫ୍ରି ବଲିଉଡ୍‌ର ଜଣାଶୁଣା ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ...

ଉତ୍ତରପୂର୍ବ ଭାରତରେ ଭୂକମ୍ପ

ନୂଆଦିଲ୍ଲୀ,୨୬ା୫: ଉତ୍ତରପୂର୍ବ ଭାରତରେ ସୋମବାର ରାତି ୮ଟା ୧୨ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁର...

ପାକିସ୍ତାନୀ ଆତଙ୍କବାଦୀଙ୍କ ମୁକାବିଲା: ସେନା ପକ୍ଷରୁ ଜାରି ରହିଛି ଅପରେଶନ୍‌ ତୃମ୍‌ଖାଲ୍‌

ଶ୍ରୀନଗର,୧୬।୧୦: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଯୋଜନାବଦ୍ଧ ଭାବେ ୨୪ରୁ ଅଧିକ ତାଲିମ୍‌ପ୍ରାପ୍ତ ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରର ଗାନ୍ଦରବଲସ୍ଥିତ ତୃମ୍‌ଖାଲ୍‌ ଜଙ୍ଗଲରେ...

ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍‌ ରଦ୍ଦ କଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍‌ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ...

ପାକିସ୍ତାନର ଷଡ଼ଯନ୍ତ୍ର: ଅସ୍ତ୍ରବିରତି ପଛରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ଦେଶ୍ୟ

ଶ୍ରୀନଗର, ୨୩।୬: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ...

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା...

ଆଜି ଆସ୍ଥାଭୋଟ ଲାଗି ସାନି ନିର୍ଦ୍ଦେଶ

ଭୋପାଳ,୧୭।୩: ମଙ୍ଗଳବାର ସୁଦ୍ଧା ବିଧାନସଭାରେ ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ସୋମବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପାଇଁ ସାନି ସମୟସୀମା ଧାର୍ଯ୍ୟ କରିଛନ୍ତି।...

ରେଳବାଇରୁ ଯାତ୍ରାମଞ୍ଚ

ସୁଧାଂଶୁ ଶେଖର ବସନ୍ତ! ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ ଅଭିନେତା; ଯାହାଙ୍କ ରକ୍ତରେ ଯାତ୍ରା ମିଶି ଯାଇଛି ବୋଲି କହିଲେ ଭୁଲ୍‌ ହେବନାହିଁ। ମହାକାଳପଡ଼ାର କାଂଶପାଳ...

Coronavirus Update


Archives

Model This Week

Why Dharitri