କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଫୁସ୍ଫୁସ୍ ସଂକ୍ରମଣ ଜନୀତ ସମସ୍ୟା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତର ଟିମ୍ ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି। ବର୍ତ୍ତମାନ ବୁଦ୍ଧାଦିତ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଅନ୍ୟପକ୍ଷେ ବୁଦ୍ଧାଦିତ୍ୟଙ୍କ ପ୍ରସଂଶକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।