ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ ଚ଼ାଳକ ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମର ଶକ୍ତି ବେହେରା(୧୭) ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଊଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ଚାଳକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ବିକାଶ ପଣ୍ଡା କହିଛନ୍ତି।

ସୂଚନା ମୁତାବକ , ପୂର୍ବାହ୍ନରେ ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମର ଶକ୍ତି ବେହେରା(୧୭) ନାମକ ଯୁବକ ମୋହନାରୁ ଅମୂଲରେ ତିଆରି ସାମଗ୍ରୀ ନେଇ ଏକ ଏକ୍ଟିଭା ଗାଡ଼ି ଓଆର ୦୭ଏନ ୪୯୬୫ ଯୋଗେ ଚନ୍ଦ୍ରଗିରି ଯିବା ବେଳେ ମାଣିକପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ୧୦ ଚ଼କିଆ ଟ୍ରକ ରାସ୍ତା ପାର୍ଶ୍ଵରେ ପାର୍କିଂ  କରିଥିବା ବେଳେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ଟ୍ରକର ପଛ ପଟକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଗାଡ଼ି ଚାଳକ ଗୁରୁତର ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ଯୁଦ୍ଧ ଭିତରେ ଆମେରିକାରେ ହଠାତ୍‌ ବୃଦ୍ଧି ପାଇଲା କରୋନା ମାମଲା, ଭାରତ ପାଇଁ କେତେ ବିପଦ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୩: ଆମେରିକାରେ କୋଭିଡ-୧୯ ମାମଲା ହଠାତ୍‌ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ନୂତନ ରିପୋର୍ଟ ଅନୁଯାୟୀ, ଭାଇରସର ଏକ ନୂତନ BA.3.2 ଭାରିଆଣ୍ଟ ଦେଖାଦେଇଛି। ରିପୋର୍ଟ…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କାହିଁକି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ? କହିଲେ ଆମେ ଦୁହେଁ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବା ଉପରେ…

ଆଉ ଶୁଭିବନି ଲକ୍ଷ୍ମଣ ମାଷ୍ଟ୍ରେଙ୍କ ତବଲା ଶବ୍ଦ, ଝୁରୁଛନ୍ତି ଅଞ୍ଚଳବାସୀ

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ଦେହାନ୍ତ ହୋଇଛି । ସମଗ୍ର ଭାରତ ବର୍ଷରେ ପବିତ୍ର…

୧୫୭ କିଲୋମିଟର ବେଗରେ ଆସୁଥିଲା ବଲ୍‌, ବୈଭବ କଲେ ଏମିତି… ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ ଷ୍ଟାର କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଫୁଲ ଫର୍ମରେ ଅଛନ୍ତି। ସେ IPLରେ ପ୍ରଥମ ବଲରେ ଛକା ମାରିବା, ୩୫ ବଲରେ ଶତକ ମାରିବା,…

ଯୁଦ୍ଧ ଭିତରେ ସିକ୍ରେଟ୍‌ ଡିଲ୍‌ କଲେ ଚାଇନା-ଇରାନ, ଆମେରିକା କଲା ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ଚାଇନା ଏବଂ ଇରାନ ମଧ୍ୟରେ ଏକ “ଗୁପ୍ତ” ଚୁକ୍ତି ପ୍ରକାଶ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ସର୍ବବୃହତ…

ଧୁମଧାମରେ ପାଳନ ହେଉଛି ପବିତ୍ର ରାମ ନବମୀ, ୪ ମିନିଟ ପାଇଁ ରାମ ଲଲାଙ୍କୁ ତିଲକ କରିବେ ସୂର୍ଯ୍ୟଦେବ

ଅଯୋଧ୍ୟା,୨୭।୩: ଅଯୋଧ୍ୟାର ପବିତ୍ର ରାମ ଜନ୍ମଭୂମିରେ ଥିବା ମନ୍ଦିରରେ ରାମ ଜନ୍ମୋତ୍ସବ (ଭଗବାନ ରାମଙ୍କ ଜନ୍ମ ଉତ୍ସବ) ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର, ରାମ ନବମୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri